ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ, ୨ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ତିଲଡେଗା ନିକଟରେ ଅଘଟଣ । ଶିବ ମନ୍ଦିର ଯାଉଥିବାବେଳେ ଜଣେ ମହିଳା ଓ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ବାଘୁଆ ମହୁମାଛି । ଏଥିରେ ମହିଳା ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ମହିଳା ଜଣକ ହେଲେ ଗାଇଡେଗାର ଦେବକୀ ରଣା । ତେବେ ମହୁମାଛିଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଦୁଇ ଜଣଙ୍କର ଚିକିତ୍ସା ଜାରି ରହିଛି । ସୂଚନା ଅନୁସାରେ, ଆଜି ଶିବରାତ୍ରୀ ଅବସରରେ […]

ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ, ୨ ଗୁରୁତର
one died and 4 injured in bee attack in bhawanipatna

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ତିଲଡେଗା ନିକଟରେ ଅଘଟଣ । ଶିବ ମନ୍ଦିର ଯାଉଥିବାବେଳେ ଜଣେ ମହିଳା ଓ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ବାଘୁଆ ମହୁମାଛି । ଏଥିରେ ମହିଳା ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ମହିଳା ଜଣକ ହେଲେ ଗାଇଡେଗାର ଦେବକୀ ରଣା । ତେବେ ମହୁମାଛିଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଦୁଇ ଜଣଙ୍କର ଚିକିତ୍ସା ଜାରି ରହିଛି ।

ସୂଚନା ଅନୁସାରେ, ଆଜି ଶିବରାତ୍ରୀ ଅବସରରେ ଦେବକୀ ରଣା ଜଣେ ଯୁବକଙ୍କ ସହ ବାଇକରେ ପାଖ ମନ୍ଦିରକୁ ଯାଉଥିଲେ। ଏହି ସମୟରେ ନିକଟ ଜଙ୍ଗଲକୁ ଯାଇଥିବା ଜଣେ କାଠୁରିଆଙ୍କୁ ହଠାତ ବାଘୁଆ ମହୁମାଛି ଆକ୍ରମଣ କରିଥିଲା। ଏହା ପରେ ପରେ ମହୁମାଛିପଲଙ୍କ ହାବୁଡ଼ରେ ପଡ଼ିଥିଲେ ବାଇକରେ ଯାଉଥିବା ଦେବକୀ ଓ ଉକ୍ତ ଯୁବକ । ମହୁମାଛି ଆକ୍ରମଣ କରିବାରୁ ବାଇକଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା ଫଳରେ ଉଭୟ ତଳେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିବାବେଳେ ଦୁଇ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।