ପୋଟଳି ନେଇ କଲେକ୍ଟରଙ୍କ ଅଫିସ ପହଞ୍ଚିଲେ ବିଧାୟକ, ଖୋଲିବା ପରେ ସମସ୍ତେ ହେଲେ ଆଶ୍ଚର୍ଯ୍ୟ
ବାରାଣସୀ,୧୦।୫: ବାରାଣାସୀ ଲୋକ ସଭା ଆସନରେ ଏକ ଅଜବ ଚିତ୍ର ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ସ୍ବାଧୀନ ପ୍ରାର୍ଥୀ କଏନ ନେଇ ନାମାଙ୍କନ ଫର୍ମ ଫି ସହିତ ଆସିଥିଲେ, ତାହା ମଧ୍ୟ ୧୦୦ କିମ୍ବା ୨୦୦ ଟଙ୍କା ନୁହେଁ ବରଂ ପୂରା ୨୫ ହଜାର ମୁଦ୍ରା । ଏହି ସ୍ବାଧୀନ ପ୍ରାର୍ଥୀ ମଧ୍ୟପ୍ରଦେଶର ବାସିନ୍ଦା, ଯାହାଙ୍କ ନାମ ବିଦ୍ୟା ରାମକୁମାର ଗୁପ୍ତ ଓରଫ ବିଧାୟକ। ଯେତେବେଳେ ବିଦ୍ୟା ରାମ କୁମାର ହାତରେ ଏକ ଅଖା ମୁଦ୍ରା ଧରି […] The post ପୋଟଳି ନେଇ କଲେକ୍ଟରଙ୍କ ଅଫିସ ପହଞ୍ଚିଲେ ବିଧାୟକ, ଖୋଲିବା ପରେ ସମସ୍ତେ ହେଲେ ଆଶ୍ଚର୍ଯ୍ୟ appeared first on Dharitri Odia News.
ବାରାଣସୀ,୧୦।୫: ବାରାଣାସୀ ଲୋକ ସଭା ଆସନରେ ଏକ ଅଜବ ଚିତ୍ର ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ସ୍ବାଧୀନ ପ୍ରାର୍ଥୀ କଏନ ନେଇ ନାମାଙ୍କନ ଫର୍ମ ଫି ସହିତ ଆସିଥିଲେ, ତାହା ମଧ୍ୟ ୧୦୦ କିମ୍ବା ୨୦୦ ଟଙ୍କା ନୁହେଁ ବରଂ ପୂରା ୨୫ ହଜାର ମୁଦ୍ରା । ଏହି ସ୍ବାଧୀନ ପ୍ରାର୍ଥୀ ମଧ୍ୟପ୍ରଦେଶର ବାସିନ୍ଦା, ଯାହାଙ୍କ ନାମ ବିଦ୍ୟା ରାମକୁମାର ଗୁପ୍ତ ଓରଫ ବିଧାୟକ।
ଯେତେବେଳେ ବିଦ୍ୟା ରାମ କୁମାର ହାତରେ ଏକ ଅଖା ମୁଦ୍ରା ଧରି କଲେକ୍ଟରେଟ ପରିସରରେ ପହଞ୍ଚିଲେ, ସେଠାରେ ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ ଜମିଥିଲା। ଯେତେବେଳେ ବିଦ୍ୟା ରାମ ଗଣମାଧ୍ୟମ ସାମ୍ନାରେ ମୁଦ୍ରାର ପୋଟଳି ଖୋଲିଲେ, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏହି ସମସ୍ତ ମୁଦ୍ରା ନାମାଙ୍କନ ଫର୍ମ ପାଇଁ ଦେୟ ଥିଲା, ଯାହାର ସଂଖ୍ୟା ପଚିଶ ହଜାର।
ମଧ୍ୟପ୍ରଦେଶର ଡାଟିଆ ଜିଲାର ବାସିନ୍ଦା ବିଦ୍ୟା ରାମ ବାରାଣାସୀର ସ୍ବାଧୀନ ପ୍ରାର୍ଥୀ ପାଇଁ ନାମାଙ୍କନ ଦାଖଲ କରୁଛନ୍ତି। ମନ୍ଦତାକୁ ଦୂର କରିବା ପାଇଁ ସେ ନିର୍ବାଚନ ଲଢୁଛନ୍ତି ବୋଲି ସେ କହିଛନ୍ତି।
The post ପୋଟଳି ନେଇ କଲେକ୍ଟରଙ୍କ ଅଫିସ ପହଞ୍ଚିଲେ ବିଧାୟକ, ଖୋଲିବା ପରେ ସମସ୍ତେ ହେଲେ ଆଶ୍ଚର୍ଯ୍ୟ appeared first on Dharitri Odia News.