୫୧ ବର୍ଷ ପୁରୁଣା ବିବାହ କାର୍ଡରୁ ଅମିତାଭଙ୍କୁ ନେଇ ବଡ଼ ଖୁଲାସା! ମିଳିଲା ଏଭଳି ପ୍ରମାଣ…
ବମ୍ବେ: ୧୯୭୩ ମସିହା ଜୁନ୍ ୩ ତାରିଖରେ ଜୟା ବଚ୍ଚନଙ୍କ ହାତ ଧରିଥିଲେ ବିଗ୍ ବି ଅମିତାଭ ବଚ୍ଚନ। ଏହି ବିବାହକୁ ୫୦ ବର୍ଷରୁ ଅଧିକ ସମୟ ବିତି ସାରିଲାଣି। ହେଲେ ଏବେ ବିବାହର କାର୍ଡ ଭାଇରାଲ ହେବାରେ ଲାଗିଛି, ଯେଉଁଥିରୁ ସେ ଜଣେ ପକ୍କା ରାମଭକ୍ତ ବୋଲି ସ୍ପଷ୍ଟ ହୋଇଛି। ଅମିତାଭଙ୍କ ପ୍ରଶଂସକମାନେ ଏହାକୁ ବେଶ ପସନ୍ଦ କରୁଛନ୍ତି। ଆସନ୍ତା ୧୧ରେ ନିଜର ଜନ୍ମଦିନ ପାଳନ କରିବେ ବିଗ୍ ବି। ଏହି ଦିନକୁ ସ୍ମରଣୀୟ କରିବା […] The post ୫୧ ବର୍ଷ ପୁରୁଣା ବିବାହ କାର୍ଡରୁ ଅମିତାଭଙ୍କୁ ନେଇ ବଡ଼ ଖୁଲାସା! ମିଳିଲା ଏଭଳି ପ୍ରମାଣ… appeared first on Dharitri Odia News.
ବମ୍ବେ: ୧୯୭୩ ମସିହା ଜୁନ୍ ୩ ତାରିଖରେ ଜୟା ବଚ୍ଚନଙ୍କ ହାତ ଧରିଥିଲେ ବିଗ୍ ବି ଅମିତାଭ ବଚ୍ଚନ। ଏହି ବିବାହକୁ ୫୦ ବର୍ଷରୁ ଅଧିକ ସମୟ ବିତି ସାରିଲାଣି। ହେଲେ ଏବେ ବିବାହର କାର୍ଡ ଭାଇରାଲ ହେବାରେ ଲାଗିଛି, ଯେଉଁଥିରୁ ସେ ଜଣେ ପକ୍କା ରାମଭକ୍ତ ବୋଲି ସ୍ପଷ୍ଟ ହୋଇଛି। ଅମିତାଭଙ୍କ ପ୍ରଶଂସକମାନେ ଏହାକୁ ବେଶ ପସନ୍ଦ କରୁଛନ୍ତି।
ଆସନ୍ତା ୧୧ରେ ନିଜର ଜନ୍ମଦିନ ପାଳନ କରିବେ ବିଗ୍ ବି। ଏହି ଦିନକୁ ସ୍ମରଣୀୟ କରିବା ଲାଗି ପୂର୍ବରୁ ଯୋଜନା କରିଛି ସୋନି ଟିିଭି। ଚ୍ୟାନେଲରେ ପ୍ରସାରିତ ହେଉଥିବା ‘କୌନ ବନେଗା କରୋଡପତି’ରେ ଏଥିଲାଗି ସ୍ବତନ୍ତ୍ର ଏପିସୋଡ ପ୍ରସାରିତ ହେବ। ଏଥିରେ ଆମିର ଖାନ ପୁଅ ଜୁନୈଦ ଖାନ ସହ ନଜର ଆସିବେ।
ଏପିସୋଡର ପ୍ରମୋରେ ଆମିର ନିଜକୁ ଅମିତାଭଙ୍କ ନମ୍ବର ୧ ପ୍ରଶଂସକ ବୋଲି କହୁଥିବା ଦେଖାଯାଇଛି। ଏପରିକି ଏହି ଉକ୍ତିକୁ ପ୍ରମାଣ କରିବା ଲାଗି ସେ ଏକ ଫଟୋ ଶେୟାର କରିଛନ୍ତି, ଯାହାକି ବିଗ୍ ବିଙ୍କ ବିବାହ କାର୍ଡ ରହିଛି। କାର୍ଡକୁ ପଢ଼ିବା ପରେ ସେ ସର୍ବଦା ଭଗବାନ ରାମଙ୍କ ଭକ୍ତ ରହି ଆସିଥିବା ସ୍ପଷ୍ଟ ହୋଇଛି। କାହିଁକିନା ବିବାହର ଏହି କାର୍ଡରେ ରାମଚରିତମାନସର ଏକ ଧାଡ଼ି ରହିଛି। ଏହା ବେଶ ଭାଇରାଲ ହେଉଥିବା ବେଳେ ପ୍ରଶଂସକମାନେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।
The post ୫୧ ବର୍ଷ ପୁରୁଣା ବିବାହ କାର୍ଡରୁ ଅମିତାଭଙ୍କୁ ନେଇ ବଡ଼ ଖୁଲାସା! ମିଳିଲା ଏଭଳି ପ୍ରମାଣ… appeared first on Dharitri Odia News.