ଆଶଙ୍କାରେ ସୀମାନ୍ତବାସୀ: ଆକାଶରେ ଉଡ଼ୁଛି ସନ୍ଦିଗ୍ଧ ଡ୍ରୋନ୍
ନୂଆଦିଲ୍ଲୀ/ଶ୍ରୀନଗର/ଚଣ୍ଡିଗଡ଼,୧୦ା୫:ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚତ୍ଥିବାବେଳେ ଗୁରୁବାର ରାତିରେ ଶ୍ରୀନଗରଠାରୁ ଚଣ୍ଡିଗଡ଼ ଏବଂ ଭୁଜ୍ ପର୍ଯ୍ୟନ୍ତ ୧୫ ସୀମାନ୍ତ ସହରରେ ବ୍ଲାକ୍ଆଉଟ୍ କରାଯାଇଥିଲା। ପଶ୍ଚିମ ଏବଂ ଉତ୍ତର ଫ୍ରଣ୍ଟିୟରରେ ଥିବା ଭାରତୀୟ ସେନା ଘାଟିଗୁଡ଼ିକୁ ଟାର୍ଗେଟକରି ପାକିସ୍ତାନ ଛାଡ଼ିଥିବା ଡ୍ରୋନ୍ ଏବଂ ମିଶାଇଲ୍ଗୁଡ଼ିକୁ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ୍ ସଫଳତାର ସହ ଖସାଇଦେଇଥିଲା। ଏହି ପରିପ୍ରେକ୍ଷୀରେ ଉପରୋକ୍ତ ଅଞ୍ଚଳଗୁଡ଼ିକର ସମସ୍ତ ଆଲୋକକୁ ବନ୍ଦ କରିଦିଆଯାଇ ବ୍ଲାକ୍ଆଉଟ୍ କରାଯାଇଥିଲା। ରାଜସ୍ଥାନର ଜୈସାଲମେର୍ରେ ସୁରକ୍ଷାଗତ କାରଣରୁ ଜିଲା ପ୍ରଶାସନ ପକ୍ଷରୁ […] The post ଆଶଙ୍କାରେ ସୀମାନ୍ତବାସୀ: ଆକାଶରେ ଉଡ଼ୁଛି ସନ୍ଦିଗ୍ଧ ଡ୍ରୋନ୍ appeared first on Dharitri Odia News.
ନୂଆଦିଲ୍ଲୀ/ଶ୍ରୀନଗର/ଚଣ୍ଡିଗଡ଼,୧୦ା୫:ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚତ୍ଥିବାବେଳେ ଗୁରୁବାର ରାତିରେ ଶ୍ରୀନଗରଠାରୁ ଚଣ୍ଡିଗଡ଼ ଏବଂ ଭୁଜ୍ ପର୍ଯ୍ୟନ୍ତ ୧୫ ସୀମାନ୍ତ ସହରରେ ବ୍ଲାକ୍ଆଉଟ୍ କରାଯାଇଥିଲା। ପଶ୍ଚିମ ଏବଂ ଉତ୍ତର ଫ୍ରଣ୍ଟିୟରରେ ଥିବା ଭାରତୀୟ ସେନା ଘାଟିଗୁଡ଼ିକୁ ଟାର୍ଗେଟକରି ପାକିସ୍ତାନ ଛାଡ଼ିଥିବା ଡ୍ରୋନ୍ ଏବଂ ମିଶାଇଲ୍ଗୁଡ଼ିକୁ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ୍ ସଫଳତାର ସହ ଖସାଇଦେଇଥିଲା। ଏହି ପରିପ୍ରେକ୍ଷୀରେ ଉପରୋକ୍ତ ଅଞ୍ଚଳଗୁଡ଼ିକର ସମସ୍ତ ଆଲୋକକୁ ବନ୍ଦ କରିଦିଆଯାଇ ବ୍ଲାକ୍ଆଉଟ୍ କରାଯାଇଥିଲା। ରାଜସ୍ଥାନର ଜୈସାଲମେର୍ରେ ସୁରକ୍ଷାଗତ କାରଣରୁ ଜିଲା ପ୍ରଶାସନ ପକ୍ଷରୁ କଠୋର ଗାଇଡ୍ଲାଇନ ଜାରି କରାଯାଇ ଶୁକ୍ରବାର ସନ୍ଧ୍ୟାରୁ ଏହାକୁ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଦନୁଯାୟୀ ରବିବାର ସକାଳ ପର୍ଯ୍ୟନ୍ତ ଜୈସାଲମେର୍ ସହର ସମ୍ପୂର୍ଣ୍ଣ ବ୍ଲାକ୍ଆଉଟ୍ ରହିବ। ଏହି ସମୟରେ ଘର, ରାସ୍ତାଘାଟ ସମେତ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଆଲୋକ ବନ୍ଦ ରହିବ। ସହରର ସମସ୍ତ ବଜାର ସନ୍ଧ୍ୟାଠାରୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଉଛି। ସକାଳେ ଜୈସାଲମେରରୁ ବୋମା ସଦୃଶ ସନ୍ଦିଗ୍ଧ ସାମଗ୍ରୀ ମିଳିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ଜମ୍ମୁ ରିଜିଅନ୍ରେ ମଧ୍ୟ ବ୍ଲାକ୍ଆଉଟ୍ କରାଯିବା ସହ ଯୁଦ୍ଧ ସାଇରନ୍ ଜରିଆରେ ଲୋକଙ୍କୁ ସତର୍କ କରାଯାଇଛି। ନାଗରିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରାଥମିକ ପଦକ୍ଷେପ ସ୍ବରୂପ ସହରଗୁଡ଼ିକୁ ଅନ୍ଧକାର କରାଯାଇଥାଏ। ଗତ ବୁଧବାର ଦେଶର ୨୪୪ଟି ସିଭିଲ୍ ଡିଫେନ୍ସ ଜିଲାରେ ମକ୍ ଡ୍ରିଲ୍ ବେଳେ ପରୀକ୍ଷାମୂଳକ ଭାବେ ବ୍ଲାକ୍ ଆଉଟ୍ କରାଯାଇଥିଲା। ଆକାଶମାର୍ଗରୁ ଆକ୍ରମଣ ସମୟରେ ସୁରକ୍ଷା ବ୍ୟବସ୍ଥା ସ୍ବରୂପ ଆଲୋକ କଟକଣା ଏକ ଗୁରୁତ୍ୱପୂର୍ଣ୍ଣ ସତର୍କତା ପଦକ୍ଷେପ। ଏହା ଦ୍ୱାରା ରାତି ସମୟରେ ଶତ୍ରୁପକ୍ଷର ବିମାନ ଆକ୍ରମଣରୁ ଜନସାଧାରଣ ଏବଂ ଭିତ୍ତିଭୂମିକୁ ସୁରକ୍ଷା ଦିଆଯାଇଥାଏ। ଇତିମଧ୍ୟରେ ଜମ୍ମୁ, ସାମ୍ବା ଓ ପଠାନ୍କୋଟରେ ମଧ୍ୟ ସନ୍ଦିଗ୍ଧ ଡ୍ରୋନ୍ ଦେଖିବାକୁ ମିଳିଛି। ଲୋକଙ୍କୁ ସତର୍କ ହେବା ପାଇଁ ଶ୍ରୀନଗରର ମସ୍ଜିଦଗୁଡ଼ିକରେ ଥିବା ଡାକବାଜି ଯନ୍ତ୍ର ଜରିଆରେ ଘୋଷଣା କରାଯାଇଛି। ଜମ୍ମୁ-କଶ୍ମୀର, ପଞ୍ଜାବ ଓ ରାଜସ୍ଥାନର ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକେ ଯୁଦ୍ଧ ଆଶଙ୍କା କରି କେତେବେଳେ କ’ଣ ଘଟିବ ତାକୁ ଚାହିଁ ରହିଛନ୍ତି। କିନ୍ତୁ ଭାରତୀୟ ସେନା ପ୍ରତି ରହିଥିବା ଆସ୍ଥା ଯୋଗୁ ଗଁା ଘର ଛାଡ଼ି ଅନ୍ୟତ୍ର ଯାଉନାହାନ୍ତି ବୋଲି ଜଣେ ବ୍ୟକ୍ତି କହିଛନ୍ତି।
The post ଆଶଙ୍କାରେ ସୀମାନ୍ତବାସୀ: ଆକାଶରେ ଉଡ଼ୁଛି ସନ୍ଦିଗ୍ଧ ଡ୍ରୋନ୍ appeared first on Dharitri Odia News.