ଆଶାୟୀଙ୍କ ଅଭିନବ ପ୍ରତିବାଦ; ଗଛ ତଳେ ପାଠ ପଢ଼ିଲେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଆଶାୟୀ
ଭୁବନେଶ୍ୱର: ଗାନ୍ଧୀମାର୍ଗ ପାଲଟିଲା ଚାଟଶାଳୀ। ଗଛ ତଳେ ପାଠପଢା। ଅଭିନବ ଢ଼ଙ୍ଗରେ ପାଠ ପଢିଲେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ... The post ଆଶାୟୀଙ୍କ ଅଭିନବ ପ୍ରତିବାଦ; ଗଛ ତଳେ ପାଠ ପଢ଼ିଲେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଆଶାୟୀ appeared first on .
ଭୁବନେଶ୍ୱର: ଗାନ୍ଧୀମାର୍ଗ ପାଲଟିଲା ଚାଟଶାଳୀ। ଗଛ ତଳେ ପାଠପଢା। ଅଭିନବ ଢ଼ଙ୍ଗରେ ପାଠ ପଢିଲେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଆଶାୟୀ। ଆଣ୍ଠେଇ କାନଧରି ଆଶାୟୀଙ୍କ ପ୍ରତିବାଦ। ହିନ୍ଦୀ ଓ ସଂସ୍କୃତରେ ବିଏଡ କରିନଥିବା ଶିକ୍ଷକ ସ୍କୁଲରେ ପାଠ ପଢାଇବାକୁ ବିରୋଧ କରି ଏଭଳି ନିଆରା ଧାରଣା ଦେଇଛନ୍ତି ଆଶାୟୀ। ୨୦୧୪ରୁ ହିନ୍ଦୀ ଓ ସଂସ୍କୃତରେ ବିଏଡ କରିଥିବା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ରହିଛନ୍ତି। କିନ୍ତୁ ଏହା ସତ୍ତ୍ୱେ କଳା, ବିଜ୍ଞାନ ବିଭାଗର ପିଲାଙ୍କୁ ଆଣି ସଂସ୍କୃତ ହିନ୍ଦୀ ବିଭାଗରେ ଭର୍ତ୍ତି କରାଯାଉଛି। ଏହାର ବିରୋଧ କରି ପ୍ରତିବାଦ କରିଛନ୍ତି ଆଶାୟୀ। କିଏ ଆଣ୍ଠୁ ମାଡି ବସିଛି ତ ଆଉ କିଏ କାନ ଧରି ପ୍ରତିବାଦ କରିଛନ୍ତି। ଓଡ଼ିଆ ଅସ୍ମିତା କଥା କହୁଥିବା ସରକାରର ଅଣଓଡ଼ିଆ ବାବୁମାନେ ଏସି ଚାମ୍ବରରର ଏଭଳି ନୀତି ପ୍ରଣୟନ କରୁଛନ୍ତି।
ମୁଖ୍ୟମନ୍ତ୍ରୀ ଜଣେ ଶିକ୍ଷକ ଥିଲେ, ଅନ୍ୟ ଜଣେ ଶିକ୍ଷକର ଦୁଃଖ ବୁଝିବା ଦରକାର ବୋଲି କହିଛନ୍ତି ଆଶାୟୀ। କଳା, ବିଜ୍ଞାନ ସ୍ପେଶାଲ ପିଲା କେମିତି ହିନ୍ଦୀ ଓ ସଂସ୍କୃତ ପଢ଼ାଇବ ବୋଲି ପ୍ରଶ୍ନ କରିଛନ୍ତି ଆଶାୟୀ।
The post ଆଶାୟୀଙ୍କ ଅଭିନବ ପ୍ରତିବାଦ; ଗଛ ତଳେ ପାଠ ପଢ଼ିଲେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଆଶାୟୀ appeared first on .