ଆଶୀର୍ବାଦ ଅଟାର ନବୋନ୍ମେଷୀ ଅଭିଯାନ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ମହୋତ୍ସବରେ ‘ଆଶୀର୍ବାଦ ଅଟା’ ସାମିଲ ହୋଇଛି। ଏପରିକି ଏହି ଅନନ୍ୟ ଆଞ୍ଚଳିକ ପାର୍ବଣର ଏକ ଆକାଂକ୍ଷିତ ଅଂଶ ହୋଇ ବ୍ରାଣ୍ଡ୍‌ ରହି ଆସିଛି। ନିଜର ଯାତ୍ରାକୁ ଜାରି ରଖି ଚଳିତ ବର୍ଷ ଆଶୀର୍ବାଦ ଅଟା ‘ରଥ ଯାତ୍ରା ଏକ ଐତିହ୍ୟ’ ଶୀର୍ଷକ ଏକ ନବୋନ୍ମେଷୀ ଅଭିଯାନ ଉପସ୍ଥାପନ କରୁଛି। ଏ ସମ୍ପର୍କରେ ଆଇଟିସି ଲିମିଟେଡର ସିଓଓ (ଷ୍ଟାପଲେସ ଆଣ୍ଡ […] The post ଆଶୀର୍ବାଦ ଅଟାର ନବୋନ୍ମେଷୀ ଅଭିଯାନ appeared first on Dharitri Odia News.

ଆଶୀର୍ବାଦ ଅଟାର ନବୋନ୍ମେଷୀ ଅଭିଯାନ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ମହୋତ୍ସବରେ ‘ଆଶୀର୍ବାଦ ଅଟା’ ସାମିଲ ହୋଇଛି। ଏପରିକି ଏହି ଅନନ୍ୟ ଆଞ୍ଚଳିକ ପାର୍ବଣର ଏକ ଆକାଂକ୍ଷିତ ଅଂଶ ହୋଇ ବ୍ରାଣ୍ଡ୍‌ ରହି ଆସିଛି। ନିଜର ଯାତ୍ରାକୁ ଜାରି ରଖି ଚଳିତ ବର୍ଷ ଆଶୀର୍ବାଦ ଅଟା ‘ରଥ ଯାତ୍ରା ଏକ ଐତିହ୍ୟ’ ଶୀର୍ଷକ ଏକ ନବୋନ୍ମେଷୀ ଅଭିଯାନ ଉପସ୍ଥାପନ କରୁଛି। ଏ ସମ୍ପର୍କରେ ଆଇଟିସି ଲିମିଟେଡର ସିଓଓ (ଷ୍ଟାପଲେସ ଆଣ୍ଡ ଆଡଜାସେନସିଜ) ଅନୁଜ ରୁସ୍ତଗୀ କହିଛନ୍ତି, ପୁରୀ ରଥଯାତ୍ରା ମହୋତ୍ସବରେ ବ୍ରାଣ୍ଡ୍‌ ସର୍ବଦା ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ଆସିଛି। ପ୍ରତି ବର୍ଷ ଲକ୍ଷ ଲକ୍ଷ ଭକ୍ତ ପୁରୀ ରଥଯାତ୍ରାରେ ଏକତ୍ରିତ ହୁଅନ୍ତି ଏବଂ ଆମର ବିନିମୟ ପ୍ରୟାସ ଜରିଆରେ ଆମେ ସେମାନଙ୍କର ଅନୁଭୂତି ସମୃଦ୍ଧ କରିବାର ଆଗ୍ରହ ରଖୁଛୁ। ଏପରିକି ରଥ ଟାଣିବା କାର୍ଯ୍ୟ ଏକ ପବିତ୍ର ରୀତି ଏବଂ ଚଳିତ ବର୍ଷ ପ୍ରଯୁକ୍ତିକୁ ସମନ୍ବିତ କରି ଆମେ ରଥଟଣା ଅନୁଭୂତି ସମସ୍ତଙ୍କୁ ପ୍ରଦାନ କରିବା ଲକ୍ଷ୍ୟ ରଖିଛୁ, ଯଦ୍ଦ୍ବାରା ଏହାକୁ ଅଧିକ ସହଜ ଓ ସମାବେଶୀ କରାଯାଇପାରିବ। ପ୍ରଯୁକ୍ତି ଏବଂ ଆଧ୍ୟାତ୍ମିକତାର ସମ୍ମିଶ୍ରଣ ଘଟାଇ ଆମେ ଭକ୍ତି ଓ ସଂସ୍କୃତିର ଏକ ଅଭୁଲା ଏବଂ ତଲ୍ଲିନକାରୀ ଅନୁଭୂତି ଯୋଗାଇ ଦେବା ଆଶା କରୁଛୁ। ରଥଯାତ୍ରା ଏକ ଐତିହ୍ୟ, ଭକ୍ତମାନଙ୍କୁ ଏକ ଇମର୍ସିବ ୩-ସ୍କ୍ରିନ କୌଶଳ ମାଧ୍ୟମରେ ଏକ ସମୋହିତ ଯାତ୍ରାରେ ନେଇ ଯାଉଛି, ଦର୍ଶକମାନଙ୍କୁ ପାର୍ବଣର ୧୧୦୦ଖ୍ରୀଷ୍ଟାବ୍ଦରୁ ନେଇ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଯାତ୍ରା ଜରିଆରେ ମାର୍ଗ ଦର୍ଶନ କରୁଛି।

The post ଆଶୀର୍ବାଦ ଅଟାର ନବୋନ୍ମେଷୀ ଅଭିଯାନ appeared first on Dharitri Odia News.