ଆଶ୍ଚର୍ଯ୍ୟ ଘଟଣା; ମହିଳାଙ୍କୁ ଗିଳିଦେଲା ୧୬ ଫୁଟର ଅଜଗର, ପେଟରୁ ବାହାରିଲା ମୃତ ଶରୀର
ନୂଆଦିଲ୍ଲୀ ୦୯।୦୬: ଇଣ୍ଡୋନେସିଆରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଜଣେ ୪୫ ବର୍ଷିୟ ମହିଳାଙ୍କୁ ଗିଳି ଦେଇଛି ଅଜଗର । ମହିଳାଙ୍କ ମୃତଦେହ ଅଜଗରର ପେଟ ଭିତରୁ ମିଳିଛି । ଶନିବାର ଏନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଥିଲେ । ଖବର ଅନୁଯାୟୀ ମହିଳା ଜଣକ ଦକ୍ଷିଣ ସୁଲାୱେସି ପ୍ରଦେଶର କଲେମ୍ପାଙ୍ଗ ଗାଁର ବାସିନ୍ଦା । ଶୁକ୍ରବାର ଦିନ ତାଙ୍କ ସ୍ୱାମୀ ଏବଂ ଅନ୍ୟ ଗ୍ରାମବାସୀ ଅଜଗର ତାଙ୍କ ମୃତଶରୀର ପାଇଥିବା AFP ରିପୋର୍ଟରେ ଦର୍ଶାଇଥିଲେ । ଗାଁ ମୁଖିଆ ସୁଆର୍ଡି ରୋସି କହିଛନ୍ତି ଯେ ଚାରି ଛୁଆଙ୍କ ମା ଫରିଦା ଗୁରୁବାର ରାତିରେ ନିଖୋଜ ହୋଇଯାଇଥିଲେ । ଗାଁର ଲୋକମାନେ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ । ସନ୍ଧାନ ସମୟରେ ମହିଳାଙ୍କ ସ୍ୱାମୀ ତାଙ୍କର କିଛି ଜିନିଷ ପାଇଥିଲେ । ଯେଉଁ କାରଣରୁ ତାଙ୍କ ପତ୍ନୀଙ୍କ ସହ କିଛି ଅଘଟଣ ହୋଇଥିବା ସେ ସନ୍ଦେହ କରିଥିଲେ । ଯେତେବେଳେ ଗ୍ରାମବାସୀ ଏହି ଅଞ୍ଚଳ ଯାଞ୍ଚ କରିବା ଆରମ୍ଭ କଲେ, ସେତେବେଳେ ସେମାନେ ଏକ ୧୬ ଫୁଟର ଅଜଗର ଦେଖିବାକୁ ପାଇଥିଲେ । ଯାହାର ପେଟ ଫୁଲି ରହିଥିଲା । ଏହାପରେ ଗ୍ରାମବାସୀ ଅଜଗରର ପେଟ କାଟିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଅଜଗର ପେଟ କାଟିବା ବେଳେ ପ୍ରଥମେ ଦେଖିଥିଲେ ଫରିଦାଙ୍କ ମୁଣ୍ଡ । ଏହାପରେ ଫରିଦା ଅଜଗରର ପେଟ ଭିତରେ ପୁରା ପୋଷାକରେ ଥିବା ଦେଖିବାକୁ ମିଳିଥିଲେ ।ତେବେ ଅଜଗର ମଣିଷ ଗିଳିବା ଘଟଣା ଅତି ବିରଳ । କିନ୍ତୁ ନିକଟ ଅତୀତରେ ଇଣ୍ଡୋ
ନୂଆଦିଲ୍ଲୀ ୦୯।୦୬: ଇଣ୍ଡୋନେସିଆରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଜଣେ ୪୫ ବର୍ଷିୟ ମହିଳାଙ୍କୁ ଗିଳି ଦେଇଛି ଅଜଗର । ମହିଳାଙ୍କ ମୃତଦେହ ଅଜଗରର ପେଟ ଭିତରୁ ମିଳିଛି । ଶନିବାର ଏନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଥିଲେ । ଖବର ଅନୁଯାୟୀ ମହିଳା ଜଣକ ଦକ୍ଷିଣ ସୁଲାୱେସି ପ୍ରଦେଶର କଲେମ୍ପାଙ୍ଗ ଗାଁର ବାସିନ୍ଦା । ଶୁକ୍ରବାର ଦିନ ତାଙ୍କ ସ୍ୱାମୀ ଏବଂ ଅନ୍ୟ ଗ୍ରାମବାସୀ ଅଜଗର ତାଙ୍କ ମୃତଶରୀର ପାଇଥିବା AFP ରିପୋର୍ଟରେ ଦର୍ଶାଇଥିଲେ । ଗାଁ ମୁଖିଆ ସୁଆର୍ଡି ରୋସି କହିଛନ୍ତି ଯେ ଚାରି ଛୁଆଙ୍କ ମା ଫରିଦା ଗୁରୁବାର ରାତିରେ ନିଖୋଜ ହୋଇଯାଇଥିଲେ । ଗାଁର ଲୋକମାନେ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ ।
ସନ୍ଧାନ ସମୟରେ ମହିଳାଙ୍କ ସ୍ୱାମୀ ତାଙ୍କର କିଛି ଜିନିଷ ପାଇଥିଲେ । ଯେଉଁ କାରଣରୁ ତାଙ୍କ ପତ୍ନୀଙ୍କ ସହ କିଛି ଅଘଟଣ ହୋଇଥିବା ସେ ସନ୍ଦେହ କରିଥିଲେ । ଯେତେବେଳେ ଗ୍ରାମବାସୀ ଏହି ଅଞ୍ଚଳ ଯାଞ୍ଚ କରିବା ଆରମ୍ଭ କଲେ, ସେତେବେଳେ ସେମାନେ ଏକ ୧୬ ଫୁଟର ଅଜଗର ଦେଖିବାକୁ ପାଇଥିଲେ । ଯାହାର ପେଟ ଫୁଲି ରହିଥିଲା । ଏହାପରେ ଗ୍ରାମବାସୀ ଅଜଗରର ପେଟ କାଟିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଅଜଗର ପେଟ କାଟିବା ବେଳେ ପ୍ରଥମେ ଦେଖିଥିଲେ ଫରିଦାଙ୍କ ମୁଣ୍ଡ । ଏହାପରେ ଫରିଦା ଅଜଗରର ପେଟ ଭିତରେ ପୁରା ପୋଷାକରେ ଥିବା ଦେଖିବାକୁ ମିଳିଥିଲେ ।
ତେବେ ଅଜଗର ମଣିଷ ଗିଳିବା ଘଟଣା ଅତି ବିରଳ । କିନ୍ତୁ ନିକଟ ଅତୀତରେ ଇଣ୍ଡୋନେସିଆରେ ଅନେକ ଲୋକ ଏହିପରି ମୃତ୍ୟୁବରଣ କରୁଥିଲେ। ଗତବର୍ଷ ଦକ୍ଷିଣ-ପୂର୍ବ ସୁଲାୱେସିର ଟିନାଙ୍ଗଗିଆ ଜିଲ୍ଲାର ବାସିନ୍ଦାମାନେ ୮ ମିଟର ଅଜଗରକୁ ହତ୍ୟା କରିଥିଲେ। କାରଣ ସେ ଗାଁର ଜଣେ ଚାଷୀଙ୍କୁ ମାରି ଗିଳି ଦେଇଥିଲା । ଏହାପୂର୍ବରୁ ୨୦୧୮ରେ ଜଣେ ୫୪ ବର୍ଷ ବୟସ୍କା ମହିଳା ଦକ୍ଷିଣ ପୂର୍ବ ସୁଲାୱେସିର ମୁନା ସହରରେ ଅଜଗରର ଶିକାର ହୋଇଥିଲେ । ମହିଳାଙ୍କ ମୃତଦେହ ୭ ମିଟର ଲମ୍ବା ଅଜଗରର ପେଟ ଭିତରୁ ମିଳିଥିଲା।