ଆସନ୍ତା କାଲି ଠାରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ
ପୁରୀ : ଆସନ୍ତାକାଲିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ଅଧିକାଂଶ ଚୂନ ଛଡାଇବା କାର୍ଯ୍ୟ ସରିଛି। କାଲିଠୁ ପଥର ମରାମତି କାମ ହେବ । ଆବଶ୍ୟକ ସ୍ଥଳେ ଫାଟ ଥିବା ପଥର ପରିବର୍ତ୍ତନ କରାଯିବ। ତେବେ ବଡଦିନ ଏବଂ ଇଂରାଜୀ ନବବର୍ଷରେ ଭକ୍ତଙ୍କ ଗହଳିକୁ ଆଖି ଆଗରେ ରଖି ମରାମତି କାମ ସ୍ଥଗିତ ରହିଥିଲା। ଆସନ୍ତାକାଲି ଠାରୁ ପୁଣି ଥରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ […]

ପୁରୀ : ଆସନ୍ତାକାଲିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ଅଧିକାଂଶ ଚୂନ ଛଡାଇବା କାର୍ଯ୍ୟ ସରିଛି। କାଲିଠୁ ପଥର ମରାମତି କାମ ହେବ । ଆବଶ୍ୟକ ସ୍ଥଳେ ଫାଟ ଥିବା ପଥର ପରିବର୍ତ୍ତନ କରାଯିବ। ତେବେ ବଡଦିନ ଏବଂ ଇଂରାଜୀ ନବବର୍ଷରେ ଭକ୍ତଙ୍କ ଗହଳିକୁ ଆଖି ଆଗରେ ରଖି ମରାମତି କାମ ସ୍ଥଗିତ ରହିଥିଲା। ଆସନ୍ତାକାଲି ଠାରୁ ପୁଣି ଥରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ମାର୍ଗଦର୍ଶିକା ଆଧାରରେ ଆସନ୍ତାକାଲି ଦ୍ଵିତୀୟ ଭୋଗ ମଣ୍ଡପ ପରେ ଅର୍ଥାତ୍ ଅପରାହ୍ନ ୧୨: ୩୦ରୁ ସନ୍ଧ୍ୟା ୬ ଯାଏଁ କାମ ଚାଲିବ । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ଗତ ୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏଏସ୍ଆଇ ତତ୍ତ୍ବାବଧାନରେ କୁଶଳୀ କାରିଗରଙ୍କ ଦ୍ବାରା ଆରମ୍ଭ ହୋଇଛି।
ଲୁହା ଛଡ଼ ଫୁଲିବା ଯୋଗୁଁ ପଥରରେ ଫାଟ ସୃଷ୍ଟି ହୋଇଛି । ଲୁହା ବିମରେ କଳଙ୍କି ଲାଗିଥିବାରୁ ଜଗମୋହନ ଭଳି ଷ୍ଟିଲ ବିମ୍ ଲଗାଯିବ । ଅନ୍ୟପଟେ ମରାମତି ସମୟରେ ଭକ୍ତମାନେ କିପରି ନିିର୍ବିଘ୍ନରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେନେଇ ବ୍ୟବସ୍ଥା କରାଯିବ । ତେବେ ଖୁବ ଶୀଘ୍ର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖାଯାଇଛି ।
ସୂଚନାନୁସାରେ,ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଗତ ୧୭ ତାରିଖଠାରୁ ଆରମ୍ଭ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ନିୟୋଜିତ କୁଶଳୀ ଶ୍ରମିକମାନେ ଭିତର ରତ୍ନଭଣ୍ଡାରରେ ଲୁହା ପାଇପ୍ ଭାରାବନ୍ଧା କାମ ଶେଷ କରିଥିଲେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ପାଇଁ ୧୮ ତାରିଖ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରଖାଯାଇଥିଲା । ୧୯ ତାରିଖଠାରୁ ପୁଣି ମରାମତି କାମ ଆରମ୍ଭ ହୋଇଥିଲା । ଅପରପକ୍ଷରେ ଆସନ୍ତା ୨୦ ତାରିଖରୁ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ସୁସଂଗଠିତ କରିବା ଦିଗରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଥିଲେ ।