ଆସନ୍ତା ସପ୍ତାହରେ ଖେଳା ଯାଇପାରେ IPLର ବାକି ମ୍ୟାଚ୍, ଅସ୍ତ୍ରବିରତି ପରେ ଘୋଷଣା କରିବ BCCI

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ସଂଘର୍ଷ ଉପରେ ବ୍ରେକ ଲାଗିଛି। ଦୁଇ ଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଟୁଇଟ୍ କରି ସୂଚନା ଦେବା ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସ୍ପଷ୍ଟ ସୂଚନା ଦିଆଯାଇଛି। ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ପରେ ଏବେ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଅବଶିଷ୍ଟ ମ୍ୟାଚ୍ ଆୟୋଜନର ବାଟ ଫିଟିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଘନେଇବା କାରଣରୁ ୯ ତାରିଖରେ ଆଇପିଏଲ୍‌କୁ ସପ୍ତାହେ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଏବେ ଆଇପିଏଲ୍ ପୁନର୍ବାର ଆରମ୍ଭ କରିବା ନେଇ ବିସିସିଆଇ ଘୋଷଣା କରିପାରେ। ମେ ୮ ତାରିଖ ଧର୍ମଶାଳାରେ ଆଇପିଏଲ୍‌ର ୫୮ ତମ ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳା ଯାଉଥିଲା। ମାତ୍ର ବ୍ଲାକଆଉଟ୍ ଏବଂ ସୀମାରେ ସ୍ଥିତି ବିଗିଡ଼ିବା କାରଣରୁ ମ୍ୟାଚ୍ ରଦ୍ଦ କରାଯାଇଥିଲା। ଏବେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବାରୁ ବିସିସିଆଇ ଶୀଘ୍ର ଗାଇଡଲାଇନ ଜାରି କରିପାରେ। ଏଥିସହ ପଞ୍ଜାବ ଓ ଦିଲ୍ଲୀ ମ୍ୟାଚ୍‌ ସ୍ଥଗିତ ଉପରେ ମଧ୍ୟ ବିସିସିଆଇ ନିଷ୍ପତ୍ତି ନେଇପାରେ। ମ୍ୟାଚ୍ ସ୍ଥଗିତ ହେବା ସମୟରେ ପଞ୍ଜାବ ୧୦.୧ ଓଭରରେ ଏକ ଓ୍ଵିକେଟ୍ ହରାଇ ୧୨୨ ରନ କରିଥିଲା। ପ୍ରିୟାଂଶ ଆର୍ଯ୍ୟ ୩୪ ବଲ୍‌ରୁ ୫ ଚୌକା ଓ ୬ ଛକା ସହ ୭୦ ରନ କରିଥିଲେ। ପ୍ରଭସିମରନ ସିଂ ୫

ଆସନ୍ତା ସପ୍ତାହରେ ଖେଳା ଯାଇପାରେ IPLର ବାକି ମ୍ୟାଚ୍, ଅସ୍ତ୍ରବିରତି ପରେ ଘୋଷଣା କରିବ BCCI

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ସଂଘର୍ଷ ଉପରେ ବ୍ରେକ ଲାଗିଛି। ଦୁଇ ଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଟୁଇଟ୍ କରି ସୂଚନା ଦେବା ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସ୍ପଷ୍ଟ ସୂଚନା ଦିଆଯାଇଛି। ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ପରେ ଏବେ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଅବଶିଷ୍ଟ ମ୍ୟାଚ୍ ଆୟୋଜନର ବାଟ ଫିଟିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଘନେଇବା କାରଣରୁ ୯ ତାରିଖରେ ଆଇପିଏଲ୍‌କୁ ସପ୍ତାହେ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଏବେ ଆଇପିଏଲ୍ ପୁନର୍ବାର ଆରମ୍ଭ କରିବା ନେଇ ବିସିସିଆଇ ଘୋଷଣା କରିପାରେ। 

ମେ ୮ ତାରିଖ ଧର୍ମଶାଳାରେ ଆଇପିଏଲ୍‌ର ୫୮ ତମ ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳା ଯାଉଥିଲା। ମାତ୍ର ବ୍ଲାକଆଉଟ୍ ଏବଂ ସୀମାରେ ସ୍ଥିତି ବିଗିଡ଼ିବା କାରଣରୁ ମ୍ୟାଚ୍ ରଦ୍ଦ କରାଯାଇଥିଲା। ଏବେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବାରୁ ବିସିସିଆଇ ଶୀଘ୍ର ଗାଇଡଲାଇନ ଜାରି କରିପାରେ। ଏଥିସହ ପଞ୍ଜାବ ଓ ଦିଲ୍ଲୀ ମ୍ୟାଚ୍‌ ସ୍ଥଗିତ ଉପରେ ମଧ୍ୟ ବିସିସିଆଇ ନିଷ୍ପତ୍ତି ନେଇପାରେ। ମ୍ୟାଚ୍ ସ୍ଥଗିତ ହେବା ସମୟରେ ପଞ୍ଜାବ ୧୦.୧ ଓଭରରେ ଏକ ଓ୍ଵିକେଟ୍ ହରାଇ ୧୨୨ ରନ କରିଥିଲା। ପ୍ରିୟାଂଶ ଆର୍ଯ୍ୟ ୩୪ ବଲ୍‌ରୁ ୫ ଚୌକା ଓ ୬ ଛକା ସହ ୭୦ ରନ କରିଥିଲେ। ପ୍ରଭସିମରନ ସିଂ ୫୦ ରନ ଓ ଅଧିନାୟକ ଶ୍ରେୟସ ଆୟର ୦ ରନ କରି ଅପରାଜିତ ଥିଲେ। 

Also read: ରୋହିତଙ୍କ ରାସ୍ତାରେ କୋହଲି, ଟେଷ୍ଟ କ୍ରିକେଟକୁ କହିଲେ ଅଲ୍‌ବିଦା !

ଆଇପିଏଲ୍‌ରେ ଆଉ ୧୬ଟି ମ୍ୟାଚ୍ ଖେଳାଯିବା ବାକି ରହିଛି। ଏଥିରୁ ୧୨ଟି ଲିଗ୍ ମ୍ୟାଚ୍ ଏବଂ ଫାଇନାଲ୍ ସମେତ ପ୍ଲେ ଅଫ୍‌ର ୪ଟି ମ୍ୟାଚ୍ ଖେଳାଯିବ। ପ୍ରଥମ କାର୍ଯ୍ୟସୂଚୀ ଅନୁସାରେ ହାଇଦ୍ରାବାଦରେ କ୍ଵାଲିଫାୟର ଓ ଏଲିମିନେଟର ଖେଳା ଯିବାର ଥିଲା। ବିସିସିଆଇ ଭାରତର  ଇଂଲଣ୍ଡ ଗସ୍ତ ଓ ଇଣ୍ଟରନ୍ୟାସନାଲ କ୍ୟାଲେଣ୍ଡରକୁ ଦେଖି ଟୁର୍ଣ୍ଣାମେଣ୍ଟ ଶୀଘ୍ର ସମାପ୍ତ  କରିବା ଉପରେ ବିଚାର କରିବ। ତେବେ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ କିଛି ସହର ଭିତରେ ସୀମିତ ରଖାଯିବାର ସମ୍ଭାବନା ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୩ କିମ୍ବା ୪ ସହରରେ ଆୟୋଜନ କରାଯାଇପାରେ।