ଜାଣନ୍ତୁ R&AW ନୂଆ ମୁଖ୍ୟ ପରାଗ ଜୈନ କିଏ? ଅପରେସନ ସିନ୍ଦୂରରେ ସମ୍ଭାଳିଥିଲେ ଗୁଇନ୍ଦା ଦାୟିତ୍ୱ

ନୂଆଦିଲ୍ଲୀ ୨୮।୬: ଭାରତର ଗୁଇନ୍ଦା ଏଜେନ୍ସୀ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (ଆର ଏଣ୍ଡ ଏ ଡବ୍ଲୁ)କୁ ୧ ଜୁଲାଇ ୨୦୨୫ରୁ ଜଣେ ନୂଆ ‘ସୁପର ଜାସୁସ୍’ ମିଳିବେ। ମୋଦି ସରକାର ୨୮ ଜୁନ ଶନିବାର ପଞ୍ଜାବ କ୍ୟାଡରର ୧୯୮୯ ବ୍ୟାଚ୍ ଆଇପିଏସ୍ ପରାଗ ଜୈନଙ୍କୁ ନୂଆ ‘ର’ ମୁଖ୍ୟ ନିଯୁକ୍ତ କରିଛନ୍ତି। ଏବେ ଏହି ପଦବୀରେ ଥିବା ରବି ସିହ୍ନାଙ୍କ ସ୍ଥାନ ନେବେ ପରାଗ ଜୈନ। ତେବେ ଆସନ୍ତୁ ଜାଣିବା ନୂଆ ସୁପର ଜାସୁସ୍ ପରାଗ ଜୈନ କିଏ?ଗୁଇନ୍ଦା ମହଲରେ ପରାଗ ଜୈନ ‘ସୁପର ଜାସୁସ୍’ ଭାବେ ବେଶ୍ ଜଣାଶୁଣା। ସେ ସର୍ବଦା ପର୍ଦ୍ଦା ପଛରେ ଭାରତ ପାଇଁ ଢାଲ ଭଳି କାମ କରିଆସିଛନ୍ତି। ଆଜି ଭାରତକୁ ପାକିସ୍ତାନ, ଚୀନ୍, ଖାଲିସ୍ତାନୀ ନେଟୱାର୍କ ଓ ସାଇବର ଆକ୍ରମଣ ଭଳି ବାହ୍ୟ ବିପଦକୁ ସାମ୍ନା କରିବାକୁ ପଡୁଛି। ଏଥିରେ ପରାଗ ଜୈନଙ୍କୁ ‘ର’ ମୁଖ୍ୟ ନିଯୁକ୍ତି ଏକ ଦୃଢ ବାର୍ତ୍ତା ଦେଉଛି ଯେ ଏବେ ଭାରତ ତାର ଗୁଇନ୍ଦା ରଣନୀତିକୁ ଆହୁରି ଦୃଢ କରିବାକୁ ଯାଉଛି। ପରାଗ ଜୈନ କୌଣସି ସାଧାରଣ ପୋଲିସ ଅଫିସର ନୁହନ୍ତି। ୧୯୮୯ ବ୍ୟାଚ୍ ପଞ୍ଜାବ କ୍ୟାଡରର ଏହି ଆଇପିଏସ ଅଧିକାରୀଙ୍କ କ୍ୟାରିୟର ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ପଞ୍ଜାବ ଆତଙ୍କବାଦ ନିଆଁରେ ଜଳୁଥିଲା। ଏହି ସମୟରେ ସେ ଭଟିଣ୍ଡା, ମାନସା ଓ ହୋସିୟାରପୁର ଭଳି ସମ୍ବେଦନଶୀଳ ଜିଲ୍ଲାରେ ଆତଙ୍କବାଦୀଙ୍କ ବିରୋଧରେ ପୋଲିସର ନେତୃତ୍ୱ ନେଇଥିଲେ। ତେବେ ପରାଗ ଜୈନଙ୍କ ବାସ୍ତବ ତାକତ ସେତେବେଳେ ସାମ୍ନାକୁ ଆସି

ଜାଣନ୍ତୁ R&AW ନୂଆ ମୁଖ୍ୟ ପରାଗ ଜୈନ କିଏ? ଅପରେସନ ସିନ୍ଦୂରରେ ସମ୍ଭାଳିଥିଲେ ଗୁଇନ୍ଦା ଦାୟିତ୍ୱ

ନୂଆଦିଲ୍ଲୀ ୨୮।୬: ଭାରତର ଗୁଇନ୍ଦା ଏଜେନ୍ସୀ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (ଆର ଏଣ୍ଡ ଏ ଡବ୍ଲୁ)କୁ ୧ ଜୁଲାଇ ୨୦୨୫ରୁ ଜଣେ ନୂଆ ‘ସୁପର ଜାସୁସ୍’ ମିଳିବେ। ମୋଦି ସରକାର ୨୮ ଜୁନ ଶନିବାର ପଞ୍ଜାବ କ୍ୟାଡରର ୧୯୮୯ ବ୍ୟାଚ୍ ଆଇପିଏସ୍ ପରାଗ ଜୈନଙ୍କୁ ନୂଆ ‘ର’ ମୁଖ୍ୟ ନିଯୁକ୍ତ କରିଛନ୍ତି। ଏବେ ଏହି ପଦବୀରେ ଥିବା ରବି ସିହ୍ନାଙ୍କ ସ୍ଥାନ ନେବେ ପରାଗ ଜୈନ। ତେବେ ଆସନ୍ତୁ ଜାଣିବା ନୂଆ ସୁପର ଜାସୁସ୍ ପରାଗ ଜୈନ କିଏ?

ଗୁଇନ୍ଦା ମହଲରେ ପରାଗ ଜୈନ ‘ସୁପର ଜାସୁସ୍’ ଭାବେ ବେଶ୍ ଜଣାଶୁଣା। ସେ ସର୍ବଦା ପର୍ଦ୍ଦା ପଛରେ ଭାରତ ପାଇଁ ଢାଲ ଭଳି କାମ କରିଆସିଛନ୍ତି। ଆଜି ଭାରତକୁ ପାକିସ୍ତାନ, ଚୀନ୍, ଖାଲିସ୍ତାନୀ ନେଟୱାର୍କ ଓ ସାଇବର ଆକ୍ରମଣ ଭଳି ବାହ୍ୟ ବିପଦକୁ ସାମ୍ନା କରିବାକୁ ପଡୁଛି। ଏଥିରେ ପରାଗ ଜୈନଙ୍କୁ ‘ର’ ମୁଖ୍ୟ ନିଯୁକ୍ତି ଏକ ଦୃଢ ବାର୍ତ୍ତା ଦେଉଛି ଯେ ଏବେ ଭାରତ ତାର ଗୁଇନ୍ଦା ରଣନୀତିକୁ ଆହୁରି ଦୃଢ କରିବାକୁ ଯାଉଛି। 

ପରାଗ ଜୈନ କୌଣସି ସାଧାରଣ ପୋଲିସ ଅଫିସର ନୁହନ୍ତି। ୧୯୮୯ ବ୍ୟାଚ୍ ପଞ୍ଜାବ କ୍ୟାଡରର ଏହି ଆଇପିଏସ ଅଧିକାରୀଙ୍କ କ୍ୟାରିୟର ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ପଞ୍ଜାବ ଆତଙ୍କବାଦ ନିଆଁରେ ଜଳୁଥିଲା। ଏହି ସମୟରେ ସେ ଭଟିଣ୍ଡା, ମାନସା ଓ ହୋସିୟାରପୁର ଭଳି ସମ୍ବେଦନଶୀଳ ଜିଲ୍ଲାରେ ଆତଙ୍କବାଦୀଙ୍କ ବିରୋଧରେ ପୋଲିସର ନେତୃତ୍ୱ ନେଇଥିଲେ। ତେବେ ପରାଗ ଜୈନଙ୍କ ବାସ୍ତବ ତାକତ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ସେ ‘ର’ରେ ଯୋଗ ଦେଲେ। 

ବର୍ତ୍ତମାନ ସେ ‘ର’ରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିବା ବେଳେ ଏଭିଏସନ ରିସର୍ଚ୍ଚ ସେଣ୍ଟର (ଏଆରସି)ର ନେତୃତ୍ୱ ନେଉଛନ୍ତି। ତାଙ୍କ କ୍ୟାରିୟର କେବଳ ଭାରତ ମଧ୍ୟରେ ସୀମିତ ନାହିଁ। ସେ କାନାଡା ଓ ଶ୍ରୀଲଙ୍କାରେ ଭାରତର ପ୍ରତିନିଧିତ୍ୱ କରିବା କାଳରେ ଖାଲିସ୍ତାନୀ ନେଟୱାର୍କ ଓ ଭାରତ ବିରୋଧୀ ଷଡ଼ଯନ୍ତ୍ର ଉପରେ ଗଭୀର ନଜର ରଖିଥିଲେ। ୧ ଜାନୁୟାରୀ ୨୦୨୧ରେ ତାଙ୍କୁ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ କରାଯାଇଥିଲା। ତେବେ ସେତେବେଳେ ସେ କେନ୍ଦ୍ରୀୟ ଡେପୁଟେସନରେ ଥିବାରୁ ଏହି ପଦବୀର ଲାଭ ତାଙ୍କୁ ମିଳି ପାରିନଥିଲା। ହେଲେ କେନ୍ଦ୍ର ସରକାର ତାଙ୍କୁ ଡିଜିପି ସମକକ୍ଷ ପଦରେ ଅବସ୍ଥାପିତ କରିଥିଲେ। ଯାହା ତାଙ୍କ ପ୍ରତି ସମ୍ମାନକୁ ବେଶ୍ ପ୍ରଦର୍ଶିତ କରୁଛି। 

ଅପରେସନ ସିନ୍ଦୂରରେ ‘ର’ର ମାଷ୍ଟର ଷ୍ଟ୍ରୋକ୍
ପରାଗ ଜୈନଙ୍କ ନାମ ଅପରେସନ ସିନ୍ଦୂର କାଳରେ ବେଶ୍ ଚର୍ଚ୍ଚାରେ ଥିଲା। ଏହି ଅପରେସନ ଭାରତର ଗୁଇନ୍ଦା ଓ ସାମରିକ କ୍ଷମତାର ଏକ ଉଲ୍ଲେଖନୀୟ ପ୍ରଦର୍ଶନ ଥିଲା। ଏହି ଅପରେସନରେ ଜୈନଙ୍କ ନେତୃତ୍ୱରେ ‘ର’ ଓ ଏଆରସି ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡାର ସଠିକ ସୂଚନା ସଂଗ୍ରହ କରିଥିଲେ। ଏହି ଆଧାରରେ ସଠିକ ମିଜାଇଲ ଆକ୍ରମଣ କରାଯାଇଥିଲା। 

ଭାରତ-ପାକ୍ ଉତ୍ତେଜନାରେ ‘ର’ର ଗୁରୁତ୍ୱପୂର୍ଣ୍ଣ ଭୂମିକା
ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସର୍ବଦା ଏକ ପ୍ରସଙ୍ଗ ରହି ଆସିଛି। ଗତବର୍ଷ ମାନଙ୍କରେ ଏହି ଉତ୍ତେଜନା ଆହୁରି ବଢିଛି। ତେବେ ଖାସ କରି ଭାରତ ଯେବେଠୁ ସିନ୍ଧୁ ଜଳ ସନ୍ଧି ନିଲମ୍ବିତ କରିଛି ଓ ଅସୀମ ମୁନିର ପାକିସ୍ତାନର ନୂଆ ଫିଲ୍ଡ ମାର୍ସଲ ନିଯୁକ୍ତି ପାଇଛନ୍ତି ସେବେଠୁ ତାଙ୍କର ଭାରତ ବିରୋଧୀ ବୟାନ ଏହି ଉତ୍ତେଜନାକୁ ଆହୁରି ବଢାଉଛି। ଏଥିରେ ‘ର’ର ଦାୟିତ୍ୱ ଆହୁରି ବଢି ଯାଇଛି। 

ପରାଗ ଜୈନଙ୍କ ଜମ୍ମୁ-କାଶ୍ମୀର ଅଭିଜ୍ଞତା ଓ ପାକିସ୍ତାନ ସମ୍ପର୍କିତ ମାମଲାରେ ତାଙ୍କର ବୋଧ ଏହି ଚ୍ୟାଲେଞ୍ଜର ମୁକାବିଲା ଲାଗି ତାଙ୍କୁ ସବୁଠୁ ଯୋଗ୍ୟ ଅଧିକାରୀ ସାବ୍ୟସ୍ତ କରିଛି। ପାକିସ୍ତାନରେ ଗୁଇନ୍ଦା ନେଟୱାର୍କ ତିଆରି କରିବା ଏତେ ସହଜ ନୁହେଁ, ଖାସ କରି ଆଇଏସଆଇ ଉପସ୍ଥିତିରେ ଏହା ଅସମ୍ଭବ ମନେ କରାଯାଏ। ଏହା ସତ୍ତ୍ୱେ ଜୈନ ତାଙ୍କ ନେଟୱାର୍କ ଓ ରଣନୀତି ଦ୍ୱାରା ଅନେକ ଥର ପାକିସ୍ତାନକୁ ଆଚମ୍ଭିତ କରିଛନ୍ତି। 

ପରାଗ ଜୈନଙ୍କ କାର୍ଯ୍ୟକାଳ ଓ ତାଙ୍କଠୁ ଆଶା
ପରାଗ ଜୈନ ୧ ଜୁଲାଇ ୨୦୨୫ରୁ ୨ ବର୍ଷ ପାଇଁ ‘ର’ ମୁଖ୍ୟ ଭାବେ ଦାୟିତ୍ୱ ସମ୍ଭାଳିବେ। ଅର୍ଥାତ ତାଙ୍କ କାର୍ଯ୍ୟକାଳ ଜୁନ ୨୦୨୭ ପର୍ଯ୍ୟନ୍ତ ରହିବ। ଏଥିରେ ତାଙ୍କର ସବୁଠୁ ବଡ଼ ଦାୟିତ୍ୱ ହେବ ଭାରତର ବାହ୍ୟ ସୁରକ୍ଷାକୁ ମଜଭୁତ କରିବା। ପାକିସ୍ତାନ ଓ ଚୀନ ବ୍ୟତୀତ ଖାଲିସ୍ତାନୀ ଗତିବିଦ୍ଧି, ସାଇବର ଆକ୍ରଣ ଓ ଦକ୍ଷିଣ ଏସିୟ ଦେଶଙ୍କ ଅସ୍ଥିରତା ଉପରେ ତାଙ୍କର ନଜର ରହିବ। ଏହା ଛଡା ‘ର’କୁ ସେ ଅଧିକ ଆଧୁନିକ କରିବେ।