ଆସନ୍ତା ୧ରୁ ଜୁନ୍ ଯାଏ ଚାଲିବ ରବି ଋତୁ ଧାନକିଣା
ଭୁବନେଶ୍ୱର, ୨୬ା୪(ସୁନିତ୍ ମିଶ୍ର):ଗତ ଖରିଫ୍ ଋତୁରେ ପ୍ରାୟ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କଠାରୁ ପ୍ରାୟ ୭୩ ଲକ୍ଷ ୪୫ ହଜାର ଟନ୍ ଧାନ ସଂଗ୍ରହ କରାଯାଇଛି। ଏଥିନିମନ୍ତେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବାବଦକୁ ୧୬ ହଜାର ୮୫୩ କୋଟି ଏବଂ ଇନପୁଟ୍ ସହାୟତା ପାଇଁ ୫,୮୬୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ସେହିଭଳି ଚଳିତ ରବି ଋତୁ ସକାଶେ ଆସନ୍ତା ୧ ତାରିଖରୁ ଜୁନ୍ ୩୦ ପର୍ଯ୍ୟନ୍ତ ଧାନକିଣା ହେବ ବୋଲି ଖାଦ୍ୟ […] The post ଆସନ୍ତା ୧ରୁ ଜୁନ୍ ଯାଏ ଚାଲିବ ରବି ଋତୁ ଧାନକିଣା appeared first on Dharitri Odia News.
ଭୁବନେଶ୍ୱର, ୨୬ା୪(ସୁନିତ୍ ମିଶ୍ର):ଗତ ଖରିଫ୍ ଋତୁରେ ପ୍ରାୟ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କଠାରୁ ପ୍ରାୟ ୭୩ ଲକ୍ଷ ୪୫ ହଜାର ଟନ୍ ଧାନ ସଂଗ୍ରହ କରାଯାଇଛି। ଏଥିନିମନ୍ତେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବାବଦକୁ ୧୬ ହଜାର ୮୫୩ କୋଟି ଏବଂ ଇନପୁଟ୍ ସହାୟତା ପାଇଁ ୫,୮୬୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ସେହିଭଳି ଚଳିତ ରବି ଋତୁ ସକାଶେ ଆସନ୍ତା ୧ ତାରିଖରୁ ଜୁନ୍ ୩୦ ପର୍ଯ୍ୟନ୍ତ ଧାନକିଣା ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ସଞ୍ଜୟ କୁମାର ସିଂ କହିଛନ୍ତି।
ଚଳିତ ରବି ଋତୁରେ ଚାଷୀଙ୍କଠାରୁ ଧାନ କିଣିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ୨ୟ ମହଲା ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମ୍ପୃକ୍ତ ଜିଲାପାଳ ଓ ଯୋଗାଣ ଅଧିକାରୀ ଯୋଗ ଦେଇଥିବାବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଧାନକିଣା ପାଇଁ ପ୍ରଶାସନିକ ଓ ବୈଷୟିକ ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା ପାଇଁ ତଥ୍ୟ ଉପସ୍ଥାପିତ କରିଥିଲେ। ଯେଭଳି ଯୋଗ୍ୟ ଚାଷୀ ଧାନକିଣାରୁ ବଞ୍ଚିତ ନ ହୁଅନ୍ତି ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ପାଇଁ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀ ଓ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସଞ୍ଜୟ ସିଂ ଆହୁରି କହିଛନ୍ତି, ଚଳିତ ଋତୁରେ ୧୪ ଲକ୍ଷ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିଲାଗି ପ୍ରାୟ ୩ ଲକ୍ଷ ୩୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ଯାହା ଗତବର୍ଷ ତୁଳନାରେ ପ୍ରାୟ ୧୨୨ ପ୍ରତିଶତ ଅଧିକ ରହିଛି। ଚଳିତବର୍ଷ କନ୍ଧମାଳ, ସୁନ୍ଦରଗଡ଼ ଓ ଭଦ୍ରକ ଜିଲାରୁ ନୂତନ ଭାବେ ଧାନକିଣା ଆରମ୍ଭ ହେଉଥିବାବେଳେ ରବି ଋତୁରେ ମୋଟ୍ ୨୦ଟି ଜିଲାରେ ୯୬୫ଟି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନକିଣା ହେବ। ଏଥିରେ ମଧ୍ୟ ୨୦୦ଟି ସ୍ବୟଂ ସହାୟକ ଗୋଷ୍ଠୀ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।
The post ଆସନ୍ତା ୧ରୁ ଜୁନ୍ ଯାଏ ଚାଲିବ ରବି ଋତୁ ଧାନକିଣା appeared first on Dharitri Odia News.