ଆସନ୍ତା ୧୫ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଜନଜାତି ଗୌରବ ଦିବସକୁ କରିବେ ଉଦଘାଟନ
ଭୁବନେଶ୍ବର ୯।୧୧: ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୧୫ ତାରିଖରେ ଅନୁଷ୍ଠିତ ଜନଜାତି ଗୌରବ ଦିବସକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏ ନେଇ ରାଉରକେଲାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦି ଯୋଗ ଦେବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି ।ମନ୍ତ୍ରୀ କହିଛନ୍ତି, ଜନଜାତି ଲୋକଙ୍କ ପାଇଁ ଗୌରବର ବିଷୟ ବିର୍ସା ମୁଣ୍ଡାଙ୍କ ଜନ୍ମ ତିଥି ଅବସରରେ ଆଦିବାସୀ ଗୌରବ ଦିବସ ପାଳନ କରାଯିବ । ଆସନ୍ତା ୧୫ ତାରିଖରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ବର୍ଷବ୍ୟାପୀ ଚାଲିବ । ଏ ବର୍ଷ ଜନଜାତି ଗୌରବ ବର୍ଷ ପାଳନ କରାଯିବ । ଆସନ୍ତା ୧୫ ତାରିଖରେ ଆଦିବାସୀଙ୍କ ଅଧିକାର । ପେଶା ଆଇନ, ଜଙ୍ଗଲ ଅଧିକାର ଆଇନରୁ ଜନଜାତି ଯେଉଁଭଳି ବଞ୍ଚିତ ହେଉଛନ୍ତି, ବିଭିନ୍ନ ସମୟରେ ନିର୍ଯାତିତ ହେଉଛନ୍ତି, ଏହାକୁ ଗୁରୁତ୍ବର ସହ ନେଇଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ଯେଉଁ ୩୩ ରୁ ୩୪ ପ୍ରତିଶତ ଜନଜାତି ଲୋକ ଅଛନ୍ତି, ତାଙ୍କର କିଭଳି ବିକାଶ ହେବ ତାକୁ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ତତ୍ପର ଅଛନ୍ତି । ପଞ୍ଚାୟତିରାଜ ବିଭାଗ ପେଶା ଏବଂ ଜଙ୍ଗଲ ଅଧିକାର ଆଇନକୁ ନେଇ ଆସନ୍ତା ୧୫ ତାରିଖରେ ୭ ହଜାର ୬ ଶହ ୬୭ଟି ଗ୍ରାମସଭା କରିବ । ଏହାକୁ ନେଇ ପଞ୍ଚାୟରିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମସଭାର ମୁଖ୍ୟ ପୁରୋଧା ହେବେ ସରପଞ୍ଚ । PEO ମାନେ ସେହି ସଭାକୁ
ଭୁବନେଶ୍ବର ୯।୧୧: ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୧୫ ତାରିଖରେ ଅନୁଷ୍ଠିତ ଜନଜାତି ଗୌରବ ଦିବସକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏ ନେଇ ରାଉରକେଲାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦି ଯୋଗ ଦେବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ଜନଜାତି ଲୋକଙ୍କ ପାଇଁ ଗୌରବର ବିଷୟ ବିର୍ସା ମୁଣ୍ଡାଙ୍କ ଜନ୍ମ ତିଥି ଅବସରରେ ଆଦିବାସୀ ଗୌରବ ଦିବସ ପାଳନ କରାଯିବ । ଆସନ୍ତା ୧୫ ତାରିଖରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ବର୍ଷବ୍ୟାପୀ ଚାଲିବ । ଏ ବର୍ଷ ଜନଜାତି ଗୌରବ ବର୍ଷ ପାଳନ କରାଯିବ । ଆସନ୍ତା ୧୫ ତାରିଖରେ ଆଦିବାସୀଙ୍କ ଅଧିକାର । ପେଶା ଆଇନ, ଜଙ୍ଗଲ ଅଧିକାର ଆଇନରୁ ଜନଜାତି ଯେଉଁଭଳି ବଞ୍ଚିତ ହେଉଛନ୍ତି, ବିଭିନ୍ନ ସମୟରେ ନିର୍ଯାତିତ ହେଉଛନ୍ତି, ଏହାକୁ ଗୁରୁତ୍ବର ସହ ନେଇଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ଯେଉଁ ୩୩ ରୁ ୩୪ ପ୍ରତିଶତ ଜନଜାତି ଲୋକ ଅଛନ୍ତି, ତାଙ୍କର କିଭଳି ବିକାଶ ହେବ ତାକୁ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ତତ୍ପର ଅଛନ୍ତି ।
ପଞ୍ଚାୟତିରାଜ ବିଭାଗ ପେଶା ଏବଂ ଜଙ୍ଗଲ ଅଧିକାର ଆଇନକୁ ନେଇ ଆସନ୍ତା ୧୫ ତାରିଖରେ ୭ ହଜାର ୬ ଶହ ୬୭ଟି ଗ୍ରାମସଭା କରିବ । ଏହାକୁ ନେଇ ପଞ୍ଚାୟରିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମସଭାର ମୁଖ୍ୟ ପୁରୋଧା ହେବେ ସରପଞ୍ଚ । PEO ମାନେ ସେହି ସଭାକୁ ପରିଚାଳନା କରିବେ । ପେଶା ଓ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରାଯିବ । ଏହି ଗ୍ରାମସଭା ପାଇଁ ଟ୍ରେନର ଅଛନ୍ତି । ସେମାନେ ସେହି ଜାଗାକୁ ଯିବେ । ସେମାନଙ୍କୁ ଅବଗତ କରାଇବେ । ମା’ ପାଇଁ ଗଛଟିଏ ଲଗାଇବା ନେଇ ବ୍ୟବସ୍ଥା ଅଛି ।ପେଶା ଆଇନକୁ ଖୁବ ଶୀଘ୍ର ଲାଗୁ କରାଯିବ । ଆଗାମୀ ବିଧାନସଭା ସେସନରେ ଏହା ଅଣାଯିବ । ଆସନ୍ତା ୧୫ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
You Can Read:
ଓଡ଼ିଶାର ଆଇକନିକ୍ ପର୍ଯ୍ୟଟନ କ୍ଷେତ୍ରର ହେବ ବିକାଶ, ଖୁବ୍ଶୀଘ୍ର ଆସିବେ ବିଦେଶୀ ନିବେଶକ