ଆସନ୍ତା ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ, ମନ୍ତ୍ରୀ କହିଲେ ମାର୍ଚ୍ଚ ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି

ଭୁବନେଶ୍ୱର ୧୪/୦୧: ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ବଡ଼ଦେଉଳର ନାଟମଣ୍ଡପରେ ଏଣିକି ସହଜ ହେବ ଜଗା ଦର୍ଶନ । ଧାଡ଼ି ଦର୍ଶନ ପାଇଁ ର‌୍ୟାମ୍ପ ଓ ବ୍ୟାରିକେଡ୍‌ ଲଗାଇବା ପ୍ରକିୟା ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।  ଶ୍ରୀମନ୍ଦିରରେ ଏବେ ହେବନି ଧାଡ଼ି ଦର୍ଶନ, ସରକାରଙ୍କ ନିର୍ଦ୍ଦେଶ କ୍ରମେ ନିଷ୍ପତ୍ତିର ପରିବର୍ତ୍ତନସେହିପରି ମକର ସଂକ୍ରାନ୍ତି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତିକୁ ଦୃଷ୍ଟିରେ ରଖି ୪ଦିନ ଧରି ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ କରାଯାଇଥଲା। ବୁଧବାରଠୁ ପୁଣି ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ରତ୍ନଭଣ୍ଡାରେ ଫାଟ ସ୍ଥାନରେ କେମିକାଲ ଟିମ୍‌ କେମିକାଲ ପ୍ରଲେପ ଦେବା କାମ କରିବ । ପରେ ଚଟାଣରେ ରହିଥିବା ପ୍ଲାଷ୍ଟରକୁ ଛଡ଼ାଇ ଗ୍ରାନାଇଟ୍‌ ପଥର ପକାଯିବ ।  ଭିତର ଭଣ୍ଡାର ଦକ୍ଷିଣ ପାଶ୍ୱର୍ର ଗ୍ରିଲ ଉପରେ ରହିଥିବା ବିମ୍‌କୁ ବଦଳାଇ ଦିଆଯିବ । ମାର୍ଚ୍ଚ ପୂର୍ବରୁ ମରାମତି ସରିବା ଲକ୍ଷ୍ୟ ରଖାଯାଇଛି। ମରାମତି ସରିବା ପରେ ଗଣତିମଣତି ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି। 

ଆସନ୍ତା ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ, ମନ୍ତ୍ରୀ କହିଲେ ମାର୍ଚ୍ଚ ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି

ଭୁବନେଶ୍ୱର ୧୪/୦୧: ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ବଡ଼ଦେଉଳର ନାଟମଣ୍ଡପରେ ଏଣିକି ସହଜ ହେବ ଜଗା ଦର୍ଶନ । ଧାଡ଼ି ଦର୍ଶନ ପାଇଁ ର‌୍ୟାମ୍ପ ଓ ବ୍ୟାରିକେଡ୍‌ ଲଗାଇବା ପ୍ରକିୟା ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।  

ଶ୍ରୀମନ୍ଦିରରେ ଏବେ ହେବନି ଧାଡ଼ି ଦର୍ଶନ, ସରକାରଙ୍କ ନିର୍ଦ୍ଦେଶ କ୍ରମେ ନିଷ୍ପତ୍ତିର ପରିବର୍ତ୍ତନ

ସେହିପରି ମକର ସଂକ୍ରାନ୍ତି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତିକୁ ଦୃଷ୍ଟିରେ ରଖି ୪ଦିନ ଧରି ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ କରାଯାଇଥଲା। ବୁଧବାରଠୁ ପୁଣି ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ରତ୍ନଭଣ୍ଡାରେ ଫାଟ ସ୍ଥାନରେ କେମିକାଲ ଟିମ୍‌ କେମିକାଲ ପ୍ରଲେପ ଦେବା କାମ କରିବ । 


ପରେ ଚଟାଣରେ ରହିଥିବା ପ୍ଲାଷ୍ଟରକୁ ଛଡ଼ାଇ ଗ୍ରାନାଇଟ୍‌ ପଥର ପକାଯିବ ।  ଭିତର ଭଣ୍ଡାର ଦକ୍ଷିଣ ପାଶ୍ୱର୍ର ଗ୍ରିଲ ଉପରେ ରହିଥିବା ବିମ୍‌କୁ ବଦଳାଇ ଦିଆଯିବ । ମାର୍ଚ୍ଚ ପୂର୍ବରୁ ମରାମତି ସରିବା ଲକ୍ଷ୍ୟ ରଖାଯାଇଛି। ମରାମତି ସରିବା ପରେ ଗଣତିମଣତି ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି।