ଅଶୋଧିତ ତୈଳ ଦର ହ୍ରାସ ପାଇଲେ ବି କମୁନି ପେଟ୍ରୋଲ,ଡିଜେଲ ଦର : ମୁନାଫା କମାଇବାରେ ବ୍ୟସ୍ତ ତେଲ କମ୍ପାନୀ
ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲର ଉଚ୍ଚ ଦରକୁ ନେଇ ଖାଉଟି ଅତିଷ୍ଟ। ଦୀର୍ଘ ଦିନ ହେବ ଘରୋଇ ବଜାରରେ ତେଲ ତାତି କମିବାର ନାମ ଧରୁନାହିଁ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଘଟୁଥିଲେ ସୁଦ୍ଧା ଘରୋଇ ବଜାରରେ ଏଥିରେ କୌଣସି ପ୍ରକାର ହ୍ରାସ ହେଉନାହିଁ। ଯଦିବା ବିଶ୍ବ ବଜାରରେ ପ୍ରାୟ ଦୁଇବର୍ଷ ହେବ ଅଶୋଧିତ ତୈଳ ଦରରେ ବୃହତ୍ ହ୍ରାସ ଘଟିଛି, ହେଲେ ଏହାର ଲାଭ ଘରୋଇ ବଜାରରେ ଖାଉଟିଙ୍କୁ ମିଳିନାହିଁ। ଅର୍ଥାତ୍ ଦେଶରେ […]

ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲର ଉଚ୍ଚ ଦରକୁ ନେଇ ଖାଉଟି ଅତିଷ୍ଟ। ଦୀର୍ଘ ଦିନ ହେବ ଘରୋଇ ବଜାରରେ ତେଲ ତାତି କମିବାର ନାମ ଧରୁନାହିଁ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଘଟୁଥିଲେ ସୁଦ୍ଧା ଘରୋଇ ବଜାରରେ ଏଥିରେ କୌଣସି ପ୍ରକାର ହ୍ରାସ ହେଉନାହିଁ। ଯଦିବା ବିଶ୍ବ ବଜାରରେ ପ୍ରାୟ ଦୁଇବର୍ଷ ହେବ ଅଶୋଧିତ ତୈଳ ଦରରେ ବୃହତ୍ ହ୍ରାସ ଘଟିଛି, ହେଲେ ଏହାର ଲାଭ ଘରୋଇ ବଜାରରେ ଖାଉଟିଙ୍କୁ ମିଳିନାହିଁ। ଅର୍ଥାତ୍ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ହୋଇନାହିଁ। ଏଥିରେ କେବଳ ମୁନାଫା କମାଇବାରେ ତେଲ କମ୍ପାନୀ ବ୍ୟସ୍ତ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଘଟୁଥିଲେ ଘରୋଇ ବଜାରରେ ଦର ହ୍ରାସ ହେଉଥିଲା।
ତେବେ ଏଠାରେ ପ୍ରଶ୍ନ ଉଠେ କୁଆଡେ ଗଲା ସେ ପୂର୍ବର ‘ଡାଇନାମିକ୍ ଫୁଏଲ ପ୍ରାଇସିଂ ସିଷ୍ଟମ’। ୨୦୧୭ ଜୁଲାଇରେ କେନ୍ଦ୍ର ସରକାର ଘରୋଇ ବଜାରରେ ତୈଳ ଦର ନିର୍ଦ୍ଦାରଣ ଲାଗି ‘ଡାଇନାମିକ ଫୁଏଲ ପ୍ରାଇସିଂ ସିଷ୍ଟମ’ ଲାଗୁ କରିଥିଲେ। ତେବେ ଏହି ବ୍ୟବସ୍ଥାକୁ ହଠାତ୍ ୨୦୨୨ ଏପ୍ରିଲରେ ବନ୍ଦ କରିଦିଆଗଲା। ତା’ ପରେ ଏହି ତୈଳ ଦର ନିର୍ଦ୍ଧାଣ କ୍ଷମତା ସରକାରୀ ତେଲ କମ୍ପାନୀଙ୍କ ପାଖରେ ରହିଲା। ଅର୍ଥାତ୍ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଦର ନିର୍ଦ୍ଧାରଣ କ୍ଷମତା ନିଜ ହାତରେ ରଖିଛନ୍ତି। ଏହା ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ୍ ହେଲେ ବି ଘରୋଇ ବଜାରରେ ସେହି ଆଧାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ନ ରହି ଖୁବ୍ ଉପରେ ରହୁଛି। ଏଥିରେ କେନ୍ଦ୍ର ସରକାର ସରକାରୀ ତେଲ କମ୍ପାନୀଙ୍କୁ ଲାଭ ଦେବା ପାଇଁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପ୍ରକାର ହ୍ରାସ ଘଟାନାହଁାନ୍ତି। ଯାହାର ଫଳସ୍ବରୂପ ଦୀର୍ଘ ଦିନ ହେବ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ରହିଥିବାବେଳେ ଡିଜେଲ ୯୦ ଟଙ୍କାରୁ ଅଧିକ ରହିଛି।
୨୦୨୨ରେ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଅତିକ୍ରମ କରିଥିଲା। ହେଲେ ଖୁଚୁରା ଦର ବଢିଲାନି। ବର୍ତ୍ତମାନ ଦୁଇବର୍ଷ ହେବ ଅଶୋଧିତ ତୈଳ ଦର ପ୍ରାୟ ୭୦ ଡଲାରରେ ସ୍ଥିର ରହୁଛି। ଏଭଳି ସ୍ଥିତିରେ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ହେଉନାହିଁ। ରାଷ୍ଟ୍ରାୟତ ତୈଳ କମ୍ପାନୀରେ କେନ୍ଦ୍ର ସରକାରଙ୍କର ୫୧ ପ୍ରତିଶତ ଅଂଶଧନ ରହିଛି। ବାକି ଅଂଶଧନ ସାଧାରଣ ଜନତାଙ୍କର। ଅଶୋଧିତ ତୈଳ ଦର ବଢିବାବେଳେ ସରକାରୀ ତୈଳ କମ୍ପାନୀ କ୍ଷତି ସହିଥିବା ଦର୍ଶାଇ ଦୀର୍ଘ ଦିନ ହେବ ଅଶୋଧିତ ତୈଳ ଦର କମିଲେ ବି ସରକାର ପେଟ୍ରୋଲ ଓ ଡିଜେଲ ଦର କମ୍ କରୁନାହାଁନ୍ତି। ଦେଶରେ ତେଲ ଦର ନ ବଢ଼ାଇବା ବେଳେ ସରକାର କ’ଣ ସେୟାରଧାରକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଇଥିଲେ କି ? ଅଶୋଧିତ ତୈଳ ଯେତେବେଳେ ୨୦୨୨ରେ ୧୦୦ ଡଲାର ପାର୍ କଲା। ସେତେବେଳେ ତୈଳ କମ୍ପାନୀ ଯଦି ଲୋକଙ୍କ ହିତ ପାଇଁ ରାଜନୈତିକ ଦଳ ପରି ଖୁଚୁରା ଦର ବଢାଇ ନ ଥିଲେ ତାହେଲେ ଏବେ ଦୀର୍ଘ ଦୁଇବର୍ଷ ହେବ କ୍ରୁଡ୍ ଶସ୍ତା ହୋଇଥିବାବେଳେ ଲୋକଙ୍କ ହିତ ପାଇଁ କାହିଁକି ପେଟ୍ରୋଲ ଏବଂ ଡିଜେଲ ଦର କମ୍ କରାଯାଉନାହିଁ ବୋଲି ସର୍ବଭାରତୀୟ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ର ମହାସଚିବ ସଞ୍ଜୟ ଲାଠ୍ କହିଛନ୍ତି।
ପୂର୍ବରୁ ୟୁପିଏ ସରକାର ସମୟରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଙ୍କୁ କେନ୍ଦ୍ର ସରକାର ତେଲ ଉପରେ ସବସିଡି ଦେଉଥିଲେ । ଏହି ବୋଝ ଯେପରି ଲୋକଙ୍କ ଉପରେ ନ ପଡ଼ିବ, ସେଥିପାଇଁ ତୈଳ କମ୍ପାନୀଙ୍କୁ ତୈଳ ବଣ୍ଡ ଜାରି କରିବାକୁ ଅନୁମତି ଦିଆଯାଇଥିଲା। ସେତେବେଳେ ବିଜେପି ଏହାକୁ କଟୁ ସମାଲୋଚନା କରିଥିଲା। କ୍ଷମତାକୁ ଆସିବା ପରେ ତୈଳ ବଣ୍ଡ ବ୍ୟବସ୍ଥା ଉଠାଇଦିଆଯାଇଛି।