ଅଙ୍ଗନଓ୍ବାଡ଼ି କେନ୍ଦ୍ରର ପୋଷଣ କାର୍ଯ୍ୟକ୍ରମରେ ରାଜ୍ୟପାଳ
ଛତ୍ରପୁର,୧୧ା୧(ସନ୍ତୋଷ ପାଢ଼ୀ): ରାଜ୍ୟପାଳ ରଘୁବର ଦାସ ଗୁରୁବାର ଗଞ୍ଜାମ ଗଞ୍ଜାମ ଜିଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଜ୍ୟପାଳ ଆଜି ସକାଳେ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ଦର୍ଶନ କରିଛନ୍ତି। ଏହା ପରେ ସେ ସେଠାରୁ ହୁମ୍ମାସ୍ଥିତ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଯାଇ ‘ପୋଷଣ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସେ ଭୂୟସୀ ପ୍ରଶଂସା କରିଥିଲେ। ସେଠାରୁ ଡିମିରା ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିଥିବା ହିତାଧିକାରୀମାନଙ୍କ ସହ ସାକ୍ଷାତ ଏବଂ ସରକାରୀ ବିଦ୍ୟାଳୟକୁ ଯାଇ […] The post ଅଙ୍ଗନଓ୍ବାଡ଼ି କେନ୍ଦ୍ରର ପୋଷଣ କାର୍ଯ୍ୟକ୍ରମରେ ରାଜ୍ୟପାଳ appeared first on Dharitri Odia News.
ଛତ୍ରପୁର,୧୧ା୧(ସନ୍ତୋଷ ପାଢ଼ୀ): ରାଜ୍ୟପାଳ ରଘୁବର ଦାସ ଗୁରୁବାର ଗଞ୍ଜାମ ଗଞ୍ଜାମ ଜିଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଜ୍ୟପାଳ ଆଜି ସକାଳେ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ଦର୍ଶନ କରିଛନ୍ତି। ଏହା ପରେ ସେ ସେଠାରୁ ହୁମ୍ମାସ୍ଥିତ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଯାଇ ‘ପୋଷଣ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସେ ଭୂୟସୀ ପ୍ରଶଂସା କରିଥିଲେ। ସେଠାରୁ ଡିମିରା ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିଥିବା ହିତାଧିକାରୀମାନଙ୍କ ସହ ସାକ୍ଷାତ ଏବଂ ସରକାରୀ ବିଦ୍ୟାଳୟକୁ ଯାଇ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଏସ୍ପି ଜଗମୋହନ ମୀନା, ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସ୍ଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
The post ଅଙ୍ଗନଓ୍ବାଡ଼ି କେନ୍ଦ୍ରର ପୋଷଣ କାର୍ଯ୍ୟକ୍ରମରେ ରାଜ୍ୟପାଳ appeared first on Dharitri Odia News.