ପ୍ରମେୟ ଏବଂ ନ୍ୟୁଜ-୭ ପକ୍ଷରୁ ‘ଜନ ସଂପର୍କ ସମ୍ମାନ’ର ୨ୟ ସଂସ୍କରଣ, ସମ୍ମାନିତ ହେବ ୩୩ ପିଆର୍ ପ୍ରଫେସନାଲ୍
ଭୁବନେଶ୍ୱର ୧୬।୦୭ : ମଙ୍ଗଳବାର ପୂର୍ବାହ୍ଣରେ ‘ପ୍ରମେୟ’ ଏବଂ ନ୍ୟୁଜ-୭ ପକ୍ଷରୁ ‘ଜନ ସମ୍ପର୍କ ସମ୍ମାନ’ର ଦ୍ୱିତୀୟ ସଂସ୍କରଣ ସ୍ଥାନୀୟ କଳିଙ୍ଗନଗର ସ୍ଥିତ ସୋଆ ଅଡିଟୋରିୟମ (କ୍ୟାମ୍ପସ-୨) ଠାରେ ଅନୁଷ୍ଠିତ ହେବ । ରାଜ୍ୟର ଏକମାତ୍ର ମିଡିଆ ହାଉସ୍ ଭାବେ ଏଭଳି ଏକ ଅଭିନବ ଆୟୋଜନ କରାଯାଉଛି। ଏହି ଅବସରରେ ଜନ ସମ୍ପର୍କ କ୍ଷେତ୍ରରେ ଯୋଗଦାନ ଦେଉଥିବା ବିଭିନ୍ନ କମ୍ପାନି, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ସରକାରୀ ବିଭାଗର ୩୩ ବରିଷ୍ଠ ପ୍ରଫେସ୍ନାଲଙ୍କୁ ସମ୍ମାନିତ କରାଯିବ । ସୁମା ରିୟଲ ମିଡିଆର ନିର୍ଦ୍ଦେଶିକା ତଥା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଉପସଭାପତି ଶାଶ୍ୱତୀ ଦାସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପବ୍ଲିକ ରିଲେସନ୍ସ ସୋସାଇଟି ଅଫ୍ ଇଣ୍ଡିଆର ଜାତୀୟ ସଭାପତି ଡ. ଅଜିତ ପାଠକ ଏବଂ ବକ୍ତା ଭାବେ ଟାଟା ଷ୍ଟିଲ୍ର କର୍ପୋରେଟ ଯୋଗାଯୋଗ ମୁଖ୍ୟ ସର୍ଭେଶ କୁମାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ପାଠକଙ୍କର ଜନ ସମ୍ପର୍କ କ୍ଷେତ୍ରରେ ଦୀର୍ଘ ୪୦ ବର୍ଷର ଅଭିଜ୍ଞତା ରହିଛି । ସେ କାର୍ଟୁନିଷ୍ଟ, ଫିଚର ଲେଖକ, ରେଡିଓ ଓ ଟିଭି ନ୍ୟୁଜ ରିଡର ଏବଂ ପବ୍ଲିକ ରିଲେସନ ପ୍ରାକ୍ଟିସନର ଭାବେ କାର୍ଯ୍ୟ କରିଛନ୍ତି । ସେ ଇନ୍ଦିରା ସୁପର ଆଚିଭର ଆୱାର୍ଡ, ଇନ୍ଦିରା ଗାନ୍ଧି ଆଇଏଫ୍ଜେଏ ଆୱାର୍ଡ, ରାଜୀବ ଗାନ୍ଧି ଆୱାର୍ଡ ଫର୍ ହ୍ୟୁମାନ ଏକ୍ସିଲେନ୍ସ, ଇଣ୍ଡିଆ ଏକ୍ସପ୍
ଭୁବନେଶ୍ୱର ୧୬।୦୭ : ମଙ୍ଗଳବାର ପୂର୍ବାହ୍ଣରେ ‘ପ୍ରମେୟ’ ଏବଂ ନ୍ୟୁଜ-୭ ପକ୍ଷରୁ ‘ଜନ ସମ୍ପର୍କ ସମ୍ମାନ’ର ଦ୍ୱିତୀୟ ସଂସ୍କରଣ ସ୍ଥାନୀୟ କଳିଙ୍ଗନଗର ସ୍ଥିତ ସୋଆ ଅଡିଟୋରିୟମ (କ୍ୟାମ୍ପସ-୨) ଠାରେ ଅନୁଷ୍ଠିତ ହେବ । ରାଜ୍ୟର ଏକମାତ୍ର ମିଡିଆ ହାଉସ୍ ଭାବେ ଏଭଳି ଏକ ଅଭିନବ ଆୟୋଜନ କରାଯାଉଛି। ଏହି ଅବସରରେ ଜନ ସମ୍ପର୍କ କ୍ଷେତ୍ରରେ ଯୋଗଦାନ ଦେଉଥିବା ବିଭିନ୍ନ କମ୍ପାନି, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ସରକାରୀ ବିଭାଗର ୩୩ ବରିଷ୍ଠ ପ୍ରଫେସ୍ନାଲଙ୍କୁ ସମ୍ମାନିତ କରାଯିବ । ସୁମା ରିୟଲ ମିଡିଆର ନିର୍ଦ୍ଦେଶିକା ତଥା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଉପସଭାପତି ଶାଶ୍ୱତୀ ଦାସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପବ୍ଲିକ ରିଲେସନ୍ସ ସୋସାଇଟି ଅଫ୍ ଇଣ୍ଡିଆର ଜାତୀୟ ସଭାପତି ଡ. ଅଜିତ ପାଠକ ଏବଂ ବକ୍ତା ଭାବେ ଟାଟା ଷ୍ଟିଲ୍ର କର୍ପୋରେଟ ଯୋଗାଯୋଗ ମୁଖ୍ୟ ସର୍ଭେଶ କୁମାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ପାଠକଙ୍କର ଜନ ସମ୍ପର୍କ କ୍ଷେତ୍ରରେ ଦୀର୍ଘ ୪୦ ବର୍ଷର ଅଭିଜ୍ଞତା ରହିଛି । ସେ କାର୍ଟୁନିଷ୍ଟ, ଫିଚର ଲେଖକ, ରେଡିଓ ଓ ଟିଭି ନ୍ୟୁଜ ରିଡର ଏବଂ ପବ୍ଲିକ ରିଲେସନ ପ୍ରାକ୍ଟିସନର ଭାବେ କାର୍ଯ୍ୟ କରିଛନ୍ତି ।
ସେ ଇନ୍ଦିରା ସୁପର ଆଚିଭର ଆୱାର୍ଡ, ଇନ୍ଦିରା ଗାନ୍ଧି ଆଇଏଫ୍ଜେଏ ଆୱାର୍ଡ, ରାଜୀବ ଗାନ୍ଧି ଆୱାର୍ଡ ଫର୍ ହ୍ୟୁମାନ ଏକ୍ସିଲେନ୍ସ, ଇଣ୍ଡିଆ ଏକ୍ସପ୍ରେସ ଆୱାର୍ଡ ଫର୍ ପବ୍ଲିକ ଆୱାରନେସ ଆଡଭରର୍ଟାଇଜିଂ, ରାଷ୍ଟ୍ରୀୟ ଗୌରବ ଆୱାର୍ଡ, ପିଆର୍ ମ୍ୟାନ ଅଫ୍ ଦି ଇୟର, ପିଆର୍ ଆସୋସିଏସନ ଆୱାର୍ଡ, ହିନ୍ଦ ଗୌରବ, ପିଆର୍ ଭଏସ୍, ଏସିଆନ ଏଚିଭର, ଭାରତ ନିର୍ମାଣ ଭଳି ଆୱାର୍ଡ ଲାଭ କରିଛନ୍ତି ।
ସେହିଭଳି ସାଇନ୍ସ କମ୍ୟୁନିକେସନ କ୍ଷେତ୍ରରେ ଉତ୍ତରାଖଣ୍ଡ ସରକାରଙ୍କ ବିଶେଷ ସମ୍ମାନ, ଲୋକସମ୍ପର୍କ କ୍ଷେତ୍ରରେ ବିଶେଷ ଯୋଗଦାନ ଲାଗି ଅନ୍ତର୍ଜାତୀୟ ସ୍ତରରେ ମୋଷ୍ଟ ଇନ୍ସ୍ପାୟାରିଂ ଲିଡର ଆୱାର୍ଡ ଲାଭ କରିଛନ୍ତି । ଏହାବାଦ କେନ୍ଦ୍ରୀୟ ସୂଚନା ଆୟୋଗର ମିଡିଆ ପରାମର୍ଶଦାତା, ଆଇଆଇଏମ୍ସି କମିଟି ସଦସ୍ୟ, ଭୋପାଳ ମାଖନଲାଲ ଚତୁର୍ବେଦୀ ବିଶ୍ୱବିଦ୍ୟାଳୟର ଗଭର୍ଣ୍ଣି ବଡି ସଦସ୍ୟ ଏବଂ ଜେନେଭାସ୍ଥିତ ୱାର୍ଲଡ ଇନୋଭେସନ ଆଣ୍ଡ୍ ଚେଞ୍ଜ୍ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନର କମ୍ୟୁନିକେସନ ମୁଖ୍ୟ ଭାବେ ମଧ୍ୟ ଭାବେ ଶ୍ରୀ ପାଠକ କାର୍ଯ୍ୟ ମଧ୍ୟ କରିଛନ୍ତି ।
ସେହିଭଳି ମୁଖ୍ୟ ବକ୍ତା ଭାବେ ଯୋଗ ଦେଉଥିବା ଶ୍ରୀ କୁମାର ଜନ ସମ୍ପର୍କ କ୍ଷେତ୍ରରେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା ହାସଲ କରିଛନ୍ତି । ଟାଟା ଷ୍ଟିଲ ସହ ସେ ଦୀର୍ଘ ବର୍ଷ ହେବ ଜଡିତ ଅଛନ୍ତି । ଉଭୟ କମର୍ସିଆଲ ଏବଂ ବ୍ରାଣ୍ଡ୍ ପରିଚାଳନା ସହ ବ୍ରାଣ୍ଡ ଇକ୍ୱିଟି ଦୃଢ଼ୀକରଣ କ୍ଷେତ୍ରରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି।