ଆସନ୍ତା ୨୦ରେ ସମ୍ବିଧାନ ଗୌରବ ଅଭିଯାନ ସମ୍ପର୍କିତ ଆଲୋଚନାଚକ୍ର
ଭୁବନେଶ୍ୱର:ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ.ବାବା ସାହେବ ଭୀମରାଓ ଆମ୍ବେଦକର ଆମ ସମସ୍ତଙ୍କ ପାଇଁ ଚିରସ୍ମରଣୀୟ । ଏହି ସମ୍ବିଧାନ ଆମ ସମସ୍ତଙ୍କ ପାଇଁ । ଏଥିରେ ଆମ ସମସ୍ତଙ୍କ ଯୋଗଦାନ ଆବଶ୍ୟକ । ବିଗତଦିନଗୁଡ଼ିକରେ ଶାସନକର୍ତାମାନେ ସମ୍ବିଧାନର ଦୂରୋପଯୋଗ କରୁଥିଲେ । ସମ୍ବିଧାନ କୌଣସି ବ୍ୟକ୍ତି ବିଶେଷର ସ୍ୱାର୍ଥ କିମ୍ବା ଦଳର କ୍ଷମତା ପାଇଁ ଉଦ୍ଧିଷ୍ଟ ନୁହେଁ । ଏହା ସମାଜ, ଦେଶ ତଥା ରାଷ୍ଟ୍ରର ହିତ ସାଧନ ପାଇଁ ବିନିଯୋଗ ହେବା ଆବଶ୍ୟକ । ଏନେଇ […]

ଭୁବନେଶ୍ୱର:ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ.ବାବା ସାହେବ ଭୀମରାଓ ଆମ୍ବେଦକର ଆମ ସମସ୍ତଙ୍କ ପାଇଁ ଚିରସ୍ମରଣୀୟ । ଏହି ସମ୍ବିଧାନ ଆମ ସମସ୍ତଙ୍କ ପାଇଁ । ଏଥିରେ ଆମ ସମସ୍ତଙ୍କ ଯୋଗଦାନ ଆବଶ୍ୟକ । ବିଗତଦିନଗୁଡ଼ିକରେ ଶାସନକର୍ତାମାନେ ସମ୍ବିଧାନର ଦୂରୋପଯୋଗ କରୁଥିଲେ । ସମ୍ବିଧାନ କୌଣସି ବ୍ୟକ୍ତି ବିଶେଷର ସ୍ୱାର୍ଥ କିମ୍ବା ଦଳର କ୍ଷମତା ପାଇଁ ଉଦ୍ଧିଷ୍ଟ ନୁହେଁ । ଏହା ସମାଜ, ଦେଶ ତଥା ରାଷ୍ଟ୍ରର ହିତ ସାଧନ ପାଇଁ ବିନିଯୋଗ ହେବା ଆବଶ୍ୟକ । ଏନେଇ ବିଜେପି ଡ.ଭୀମରାଓ ଆମ୍ବେଦକରଙ୍କ୧୨୫ତମ ଜନ୍ମଜୟନ୍ତୀ ପାଳନ କରୁଥିବାବେଳେ ଦେଶକୁ ନୂତନ ସମ୍ବିଧାନ ଦେବା ପାଇଁ ଯେଉଁମାନେ ନିରନ୍ତର ପ୍ରୟାସ କରିଥିଲେ ସେମାନଙ୍କୁ ସ୍ମରଣ କରୁଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଗୌରବଶାଳୀ ଯାତ୍ରାର ୭୫ତମ ପୂର୍ତି ଜାନୁଆରୀ ୨୬ ତାରିଖ ଦିନ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ନଭେମ୍ବର ୨୬ରୁ ଜାନୁଆରୀ ୨୫ ପର୍ଯ୍ୟନ୍ତ “ସମ୍ମିଧାନ ଗୌରବ ଅଭିଯାନ” ପାଳନ କରୁଛି । ଏହି କାର୍ଯ୍ୟକ୍ରମକୁ ଆହୁରି ଏକ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ସ୍ଥିର କରାଯାଇଛି । ଏହି ସମୟ ମଧ୍ୟରେ ୫୦ଟି ଜାଗାରେ ଆଲୋଚନାଚକ୍ର ତଥା ବୁଦ୍ଧିଜୀବୀ ସମ୍ବିଳନୀ କରାଯିବା ପାଇଁ ଯୋଜନା କରାଯାଇଛି । ସେଥିରୁ ୧୦ଟି ଜାଗାରେ କେନ୍ଦ୍ରୀୟ ନେତୃତ୍ୱ ଓ କେନ୍ଦ୍ରମନ୍ତ୍ରୀ ଆସି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅବଶିଷ୍ଟ ଜାଗାରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ନେତୃତ୍ୱ, ମନ୍ତ୍ରୀ, ଏମ୍ପି ଓ ବିଧାୟକମାନେ ଯୋଗଦେବେ ।
ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଏପର୍ଯ୍ୟନ୍ତ ୩ ଜଣ କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କଠାରୁ ସ୍ୱୀକୃତି ମିଳିଛି । ୨୦ତାରିଖ ଦିନ ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ୨୨ତାରିଖରେ ରାଉଲକେଲାଠାରେ ସର୍ବଭାରତୀୟ ସାଧାରଣ ସମ୍ପାଦକ ତଥା ମଧ୍ୟପ୍ରଦେଶର ମନ୍ତ୍ରୀ କୈଳାସ ବିଜୟବର୍ଗୀୟ ଓ ୨୭ ତାରିଖରେ ସମ୍ବଲପୁରରେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଦାସ ଅଧିକାରୀ ଆସି ସମ୍ବିଧାନ ଗୌରବ ଅଭିଯାନ ଉପଲକ୍ଷେ ହେବାକୁ ଥିବା ଆଲୋଚନାଚକ୍ରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେବଳ ବୁଦ୍ଧିଜୀବୀସ୍ତରରେ ନୁହେଁ, ତୃଣମୂଳସ୍ତରରେ କିପରି ଏହା ପହଂଚିପାରିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ସାଧାରଣ ଲୋକ ସମ୍ବିଧାନ ବିଷୟରେ ଯେପିର ଚର୍ଚ୍ଚା ଆଲୋଚନା କରିବେ ତାହା ହେଉଛି ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ। ଏଥିରେ ବୃଦ୍ଧିଜୀବୀମାନଙ୍କର ଏକ ବଡ଼ ଭୂମିକା ରହିବ। ଏନେଇ ଜିଲ୍ଲାସ୍ତରରୁ ବିଧାନସଭାକ୍ଷେତ୍ର ପର୍ଯ୍ୟନ୍ତ ଏହି ଅଭିଯାନ କରିବା ଲାଗି ନିଷ୍ପତି ହୋଇଛି ।