ଆସନ୍ତା ୨୪ ଘଣ୍ଟାରେ ନିର୍ଧୂମ୍ ବର୍ଷିବ
ଭୁବନେଶ୍ୱର,୩୦ା୬: ଉତ୍ତରପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ଅନୁଗୁଳରେ ସର୍ବାଧିକ ୧୪୩ ମିମି ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଆହୁରି ନିଧୁମ ବର୍ଷିବ। ଆସନ୍ତା ୩ରୁ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ତଥାପି ରାଜ୍ୟର ୧୯ ଜିଲା ନିଅଣ୍ଟିଆ ବର୍ଷା ସ୍ଥିତିରେ ରହିଛି। ମୟୂରଭଞ୍ଜ ଓ ବାଲେଶ୍ବରରେ ସାଙ୍ଘାତିକ ନିଅଣ୍ଟିଆ ସ୍ଥିତି ରହିଛି। କିନ୍ତୁ […] The post ଆସନ୍ତା ୨୪ ଘଣ୍ଟାରେ ନିର୍ଧୂମ୍ ବର୍ଷିବ appeared first on Dharitri Odia News.
ଭୁବନେଶ୍ୱର,୩୦ା୬: ଉତ୍ତରପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ଅନୁଗୁଳରେ ସର୍ବାଧିକ ୧୪୩ ମିମି ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଆହୁରି ନିଧୁମ ବର୍ଷିବ।
ଆସନ୍ତା ୩ରୁ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ତଥାପି ରାଜ୍ୟର ୧୯ ଜିଲା ନିଅଣ୍ଟିଆ ବର୍ଷା ସ୍ଥିତିରେ ରହିଛି। ମୟୂରଭଞ୍ଜ ଓ ବାଲେଶ୍ବରରେ ସାଙ୍ଘାତିକ ନିଅଣ୍ଟିଆ ସ୍ଥିତି ରହିଛି। କିନ୍ତୁ ରାଜ୍ୟରେ ଗଜା ମରୁଡ଼ି ଆଶଙ୍କା ନାହିଁ।
ଜୁନ ୧ ତାରିଖରୁ ଆଜିସୁଦ୍ଧା ରାଜ୍ୟରେ ୩୦% ନିଅଣ୍ଟିଆ ବର୍ଷା ହୋଇଛି। ଜୁନ୍ ମାସରେ ହାରାହାରି ୨୦୦ ମିମି ବର୍ଷା ହେବା କଥା। କିନ୍ତୁ ମାସ ସରିବାକୁ ଆଉ ଗୋଟିଏ ଦିନ ଥିବାବେଳେ ମାତ୍ର ୧୪୧ ମିମି ବର୍ଷା ହୋଇଛି। ତେବେ ଗୋଟିଏ ଜିଲା ମାଲକାନଗିରରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଥିବାବେଳେ ୧୯ ଜିଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି।
#Warning for Day-1 to Day-2: pic.twitter.com/uq6i0gJbSC
— Meteorological Centre, Bhubaneswar (@mcbbsr) June 29, 2024
The post ଆସନ୍ତା ୨୪ ଘଣ୍ଟାରେ ନିର୍ଧୂମ୍ ବର୍ଷିବ appeared first on Dharitri Odia News.