ଆସନ୍ତା ୨୪ ତାରିଖରୁ କଟକରେ ଅଲଟିମେଟ୍ ଖୋ ଖୋ ଲିଗ୍ ସିଜନ୍ -୨, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଟିକେଟ୍ ପ୍ରଦାନ
ଭୁବନେଶ୍ୱର : ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଛି ଅଲଟିମେଟ୍ ଖୋ ଖୋ ଲିଗର ଦ୍ୱିତୀୟ ସଂସ୍କରଣ। କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେଉଥିବା ଲିଗର ପ୍ରଥମ ଟିକେଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି। ଅଲଟିମେଟ୍ ଖୋ ଖୋ ଲିଗର ସିଇଓ ତଥା ଲିଗ୍ କମିଶନର ତେଜିଂ ନିୟୋଗୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଟିକେଟ୍ ପ୍ରଦାନ କରିଛନ୍ତି। ଅଲଟିମେଟ୍ ଖୋ ଖୋ ଲିଗର ଦ୍ଵିତୀୟ ସଂସ୍କରଣର ଉଦଘାଟନୀ ମ୍ୟାଚ ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିୟନ ଓଡିଶା […]

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଛି ଅଲଟିମେଟ୍ ଖୋ ଖୋ ଲିଗର ଦ୍ୱିତୀୟ ସଂସ୍କରଣ। କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେଉଥିବା ଲିଗର ପ୍ରଥମ ଟିକେଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି। ଅଲଟିମେଟ୍ ଖୋ ଖୋ ଲିଗର ସିଇଓ ତଥା ଲିଗ୍ କମିଶନର ତେଜିଂ ନିୟୋଗୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଟିକେଟ୍ ପ୍ରଦାନ କରିଛନ୍ତି। ଅଲଟିମେଟ୍ ଖୋ ଖୋ ଲିଗର ଦ୍ଵିତୀୟ ସଂସ୍କରଣର ଉଦଘାଟନୀ ମ୍ୟାଚ ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିୟନ ଓଡିଶା ଜଗରନଟ୍ ଓ ରାଜସ୍ଥାନ ୱରିୱର୍ସ ମଧ୍ୟରେ ଖେଳାଯିବ।
ତେବେ ଅଲଟିମେଟ୍ ଖୋ ଖୋ ଲିଗ୍ ସିଜନ୍ -୨ର ପ୍ରଥମ ଟିକେଟ ଗ୍ରହଣ କରିବା ଅବସରାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ , “ପାରମ୍ପାରିକ ଭାରତୀୟ କ୍ରୀଡା ଖୋ ଖୋର ଉନ୍ନତି ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଅଲ୍ଟିମେଟ୍ ଖୋ ଖୋ ଲିଗ୍ ଜନସାଧାରଣଙ୍କୁ ଏହି ଅନନ୍ୟ ଖେଳର ରୋମାଞ୍ଚ ପ୍ରଦାନର ସୁଯୋଗ ଦେଉଛି। ’’
CM @Naveen_Odisha was presented the first ticket for @ultimatekhokho Season 2 which will commence from December 24 at JN Indoor Stadium, #Cuttack. The inaugural match will be played between hosts and Defending Champions @od_juggernauts, and @Rajasthan_W.
CM said promotion… pic.twitter.com/uSmWfwCb7d
— CMO Odisha (@CMO_Odisha) December 22, 2023
ସୂଚନାଯୋଗ୍ୟ ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ ଖୋ ଖୋ ଖେଳର ଉନ୍ନତି ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଏକ ହାଇ ପରଫରମାନ୍ସ ସେଣ୍ଟର- ଏଚପିସି ପ୍ରତିଷ୍ଠା କରିବାକୁ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀ ସହ ରାଜ୍ୟ ସରକାର ଗତମାସରେ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। ବୁଝାମଣା ଅନୁସାରେ ହାଇ ପରଫରମାନ୍ସ ସେଣ୍ଟର ପାଇଁ ଓଡ଼ିଶା ସରକାର ଭିତ୍ତିଭୂମିର ବ୍ୟବସ୍ଥା କରିବେ । ଆଉ ଏଏମଏନଏସ ଅଭିଜ୍ଞ ଓ ଦକ୍ଷ କୋଚଙ୍କୁ ନିୟୋଜିତ କରିବ ।