ଆସନ୍ତା ୨୪ରୁ ଓଟିଇଟି ପାଇଁ କରିପାରିବେ ଆବେଦନ, ପଢ଼ନ୍ତୁ ସମ୍ପୂର୍ଣ୍ଣ ସୂଚନା…

କଟକ,୨୧ା୬ (କାର୍ତ୍ତିକ ସାହୁ)- ଚଳିତ ବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ନିମନ୍ତେ ତାରିଖ ଚୂଡ଼ାନ୍ତ ହୋଇଛି। ଆସନ୍ତା ଅଗଷ୍ଟ ୯ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ଉକ୍ତ ଦିନ ସକାଳ ୯ଟାରୁ ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ପେପର-୧ ଓ ଅପରାହ୍ନ ୨ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହେବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ନିମନ୍ତେ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା […] The post ଆସନ୍ତା ୨୪ରୁ ଓଟିଇଟି ପାଇଁ କରିପାରିବେ ଆବେଦନ, ପଢ଼ନ୍ତୁ ସମ୍ପୂର୍ଣ୍ଣ ସୂଚନା… appeared first on Dharitri Odia News.

ଆସନ୍ତା ୨୪ରୁ ଓଟିଇଟି ପାଇଁ କରିପାରିବେ ଆବେଦନ, ପଢ଼ନ୍ତୁ ସମ୍ପୂର୍ଣ୍ଣ ସୂଚନା…

କଟକ,୨୧ା୬ (କାର୍ତ୍ତିକ ସାହୁ)- ଚଳିତ ବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ନିମନ୍ତେ ତାରିଖ ଚୂଡ଼ାନ୍ତ ହୋଇଛି। ଆସନ୍ତା ଅଗଷ୍ଟ ୯ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ଉକ୍ତ ଦିନ ସକାଳ ୯ଟାରୁ ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ପେପର-୧ ଓ ଅପରାହ୍ନ ୨ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହେବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ପରୀକ୍ଷା ନିମନ୍ତେ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ଜୁନ୍‌ ୨୪ରୁ ଜୁଲାଇ ୫ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିବ। ବୋର୍ଡ ଓ୍ବେବ୍‌ସାଇଟ୍‌ www.bseodisha.ac.inରେ ପ୍ରଦତ୍ତ ଲିଙ୍କ୍‌ ଜରିଆରେ ଆବେଦନ କରାଯିବ। ଉକ୍ତ ଲିଙ୍କ୍‌ରେ ଫର୍ମ ଆବେଦନ ଓ ଦେୟ ଦାଖଲର ଚୂଡାନ୍ତ ସମୟସୀମା ଜୁଲାଇ ୬ ତାରିଖ ରାତି ୧୧ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ଦିଆଯାଇଛି। ଅନ୍‌ଲାଇନ୍‌ ଆବେଦନ ସଂକ୍ରାନ୍ତୀୟ ନିର୍ଦ୍ଦେଶାବଳୀ, ଯୋଗ୍ୟତା ଆଦି ବୋର୍ଡ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି। ଏଥିସହ ଅଗଷ୍ଟ ୨ରେ ପରୀକ୍ଷାର୍ଥୀମାନଙ୍କୁ ଆଡ୍‌ମିଟ୍‌ କାର୍ଡ ଅନ୍‌ଲାଇନ୍‌ରେ ପ୍ରଦାନ କରାଯିବ। କୌଣସି ପରିସ୍ଥିତିରେ ଆବେଦନର ଅନ୍ତିମ ତାରିଖ ଘୁଞ୍ଚାଯିବ ନାହିଁ। ଆବେଦନକାରୀମାନେ ଅନ୍‌ଲାଇନ୍‌ ଫର୍ମ ପୂରଣବେଳେ ନିଜର ବ୍ୟକ୍ତିଗତ ଠିକଣା, ଜାତି, ବିଷୟ ଆଦି ଠିକ୍‌ ଭାବେ ଲେଖିବେ। ପରବର୍ତ୍ତୀ ସମୟରେ ସେଗୁଡ଼ିକ ଆଉ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

The post ଆସନ୍ତା ୨୪ରୁ ଓଟିଇଟି ପାଇଁ କରିପାରିବେ ଆବେଦନ, ପଢ଼ନ୍ତୁ ସମ୍ପୂର୍ଣ୍ଣ ସୂଚନା… appeared first on Dharitri Odia News.