ଆସନ୍ତା ୩ ଦିନ ଯାଏଁ ଅସ୍ତବ୍ୟସ୍ତ କରିବ ଶୀତ ସହ ଘନ କୁହୁଡି

ଭୁବନେଶ୍ୱର: ବର୍ଷାରେ ଲାଗିଲା ବ୍ରେକ, କାଲିଠୁ ପ୍ରବଳ ଜାଡ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଶୀତ ସହ ଘନ କୁହୁଡି... The post ଆସନ୍ତା ୩ ଦିନ ଯାଏଁ ଅସ୍ତବ୍ୟସ୍ତ କରିବ ଶୀତ ସହ ଘନ କୁହୁଡି appeared first on .

ଆସନ୍ତା ୩ ଦିନ ଯାଏଁ ଅସ୍ତବ୍ୟସ୍ତ କରିବ ଶୀତ ସହ ଘନ କୁହୁଡି

ଭୁବନେଶ୍ୱର: ବର୍ଷାରେ ଲାଗିଲା ବ୍ରେକ, କାଲିଠୁ ପ୍ରବଳ ଜାଡ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଶୀତ ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ। ଉତ୍ତର-ପଶ୍ଚିମ ଦିଗରୁ ଓଡିଶାକୁ ବହୁଛି ଥଣ୍ଡା ଶୁଷ୍କ ପବନ। ପ୍ରଭାବରେ ଦୁଇଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା। ଏହାର ପ୍ରଭାବରେ ଆଗାମୀ ଦୁଇଦିନ ମଧ୍ୟରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏହାସହ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ଶୀତ ଲହରୀ ନେଇ ସତର୍କତା ଜାରି କରାଯାଇଛି। ଶୀତ ଲହରୀ ସମୟରେ ଶିଶୁ ଏବଂ ବୟସ୍କ ଲୋକମାନଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଏହାସହିତ ରାତ୍ରି ସମୟରେ ବାଇକରେ ଲଙ୍ଗ୍ ଡ୍ରାଇଭରେ ଯିବାକୁ ବାରଣ କରାଯାଇଛି। ପ୍ରବଳ ଜାଡ ନେଇ ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଏବଂ ଝାରସୁଗୁଡା କୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ସେପଟେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପ୍ରବଳ ଜାଡ ସହ ଅସ୍ତବ୍ୟସ୍ତ କରିବ ଘନ କୁହୁଡି। ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ଘନ କୁହୁଡି ସମ୍ଭାବନା ଥିବାରୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର। ଆଜି ୧୬ ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ଆସନ୍ତାକାଲି ପାଇଁ ୧୧ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଘନ କୁହୁଡି ସମୟରେ ଦୃଶ୍ୟମାନ ଦୂରତା ୫୦ ରୁ ୨୦୦ ମିଟର ରହିବ ବୋଲି ଆକଳନ କରାଯାଇଛି। ତେଣୁ ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି।

The post ଆସନ୍ତା ୩ ଦିନ ଯାଏଁ ଅସ୍ତବ୍ୟସ୍ତ କରିବ ଶୀତ ସହ ଘନ କୁହୁଡି appeared first on .