ଆସନ୍ତା ୫ ଦିନ ଯାଏଁ ପ୍ରବଳ ବର୍ଷା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର ୨୦।୦୮: ଆସନ୍ତା ୫ ଦିନ ପଶ୍ଚିମ ରାଜ୍ୟରେ ଅଧିକ ବର୍ଷା ସମ୍ଭାବନା ଅଛି। ୨୦ରେ ସୁନ୍ଦରଗଡ଼,  ଝାରସୁଗୁଡ଼ା, ଦେବଗଡ଼ ଓ ଢେଙ୍କାନାଳର କିଛି ସ୍ଥାନରେ ମଧ୍ୟମରୁ ଭାରୀ ବର୍ଷା ହେବ । ୨୧ ଓ ୨୨ରେ ବି ପଶ୍ଚିମ ଓଡ଼ିଶାର  କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ। ବରିଷ୍ଠ ପାଣିପାଗ   ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି  ପୂର୍ବାନୁମାନ କରିଛନ୍ତି । ସେହିପରି ୨୧ ତାରିଖରେ ସୁନ୍ଦରଗଡ଼, କନ୍ଧମାଳ, ନୂଆପଡ଼ାର କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ । ୨୨  ତାରିଖରେ ସୁନ୍ଦରଗଡ଼ ସଂଲଗ୍ନ ଅଞ୍ଚଳ ଓ ୨୩ରେ ଛତିଶଡଗଡ଼  ସଂଲଗ୍ନ ଅଞ୍ଚଳର କିଛି ସ୍ଥାନରେ ମଧ୍ୟମରୁ ଭାରୀ ବର୍ଷା ସମ୍ଭାବନା  ଅଛି। ଆସନ୍ତା ୫ ଦିନ ଦକ୍ଷିଣ ଓଡ଼ିଶାରେ ବିଶେଷ ବର୍ଷା   ନାହିଁ । ବର୍ଷା ନଥିବାରୁ ଜମିରେ ପାଣି ବାନ୍ଧି ରଖନ୍ତୁ। ପାଣି  ଅଭାବ ପାଇଁ ଧାନ ରୁଆ ହୋଇ ପାରୁନଥିବା ଅଞ୍ଚଳରେ ମାଣ୍ଡିଆ ରୁଆ ଭଳି ଧାନ ରୋଇବାକୁ ପ୍ରଫେସର ପଶୁପାଳକ   ପରାମର୍ଶ ଦେଇଛନ୍ତି। ମଝିରେ ମଝିରେ ବର୍ଷା ହେଉଥିବାରୁ ଗଛ ମରିବନି ବୋଲି ସେ କହିଛନ୍ତି।

ଆସନ୍ତା ୫ ଦିନ ଯାଏଁ ପ୍ରବଳ ବର୍ଷା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର ୨୦।୦୮: ଆସନ୍ତା ୫ ଦିନ ପଶ୍ଚିମ ରାଜ୍ୟରେ ଅଧିକ ବର୍ଷା ସମ୍ଭାବନା ଅଛି। ୨୦ରେ ସୁନ୍ଦରଗଡ଼,  ଝାରସୁଗୁଡ଼ା, ଦେବଗଡ଼ ଓ ଢେଙ୍କାନାଳର କିଛି ସ୍ଥାନରେ ମଧ୍ୟମରୁ ଭାରୀ ବର୍ଷା ହେବ । ୨୧ ଓ ୨୨ରେ ବି ପଶ୍ଚିମ ଓଡ଼ିଶାର  କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ। ବରିଷ୍ଠ ପାଣିପାଗ   ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି  ପୂର୍ବାନୁମାନ କରିଛନ୍ତି । 

ସେହିପରି ୨୧ ତାରିଖରେ ସୁନ୍ଦରଗଡ଼, କନ୍ଧମାଳ, ନୂଆପଡ଼ାର କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ । ୨୨  ତାରିଖରେ ସୁନ୍ଦରଗଡ଼ ସଂଲଗ୍ନ ଅଞ୍ଚଳ ଓ ୨୩ରେ ଛତିଶଡଗଡ଼  ସଂଲଗ୍ନ ଅଞ୍ଚଳର କିଛି ସ୍ଥାନରେ ମଧ୍ୟମରୁ ଭାରୀ ବର୍ଷା ସମ୍ଭାବନା  ଅଛି। 

ଆସନ୍ତା ୫ ଦିନ ଦକ୍ଷିଣ ଓଡ଼ିଶାରେ ବିଶେଷ ବର୍ଷା   ନାହିଁ । ବର୍ଷା ନଥିବାରୁ ଜମିରେ ପାଣି ବାନ୍ଧି ରଖନ୍ତୁ। ପାଣି  ଅଭାବ ପାଇଁ ଧାନ ରୁଆ ହୋଇ ପାରୁନଥିବା ଅଞ୍ଚଳରେ ମାଣ୍ଡିଆ ରୁଆ ଭଳି ଧାନ ରୋଇବାକୁ ପ୍ରଫେସର ପଶୁପାଳକ   ପରାମର୍ଶ ଦେଇଛନ୍ତି। ମଝିରେ ମଝିରେ ବର୍ଷା ହେଉଥିବାରୁ ଗଛ ମରିବନି ବୋଲି ସେ କହିଛନ୍ତି।