ପ୍ୟାରିସ୍ ଏୟାର ସୋ ରେ ଅସ୍ତ୍ରଶସ୍ତ୍ର ଷ୍ଟଲ ବନ୍ଦ କରିବାକୁ ଫ୍ରାନ୍ସର ନିର୍ଦ୍ଦେଶକୁ ଇସ୍ରାଏଲର ବିରୋଧ

ଜେରୁଜେଲମ ୧୬।୬: ଫ୍ରାନ୍ସ ଓ ଇସ୍ରାଏଲ ପାରମ୍ପରିକ ମିତ୍ର ରାଷ୍ଟ୍ର, ତେବେ ଗାଜାକୁ ନେଇ ବଢୁଥିବା କୁଟନୈତିକ ସମ୍ବେଦନଶୀଳତା ମଧ୍ୟରେ ଫ୍ରାନ୍ସ ସୋମବାର ପ୍ୟାରିସ ଏୟାର ସୋରେ ଇସ୍ରାଏଲର ପ୍ରମୁଖ ଡିଫେନ୍ସ କମ୍ପାନୀଙ୍କ ଷ୍ଟଲ ବନ୍ଦ କରିଦେଇଛି। ଫ୍ରାନ୍ସ ସରକାର କହିଛନ୍ତି ଯେ ଏହି କମ୍ପାନୀମାନଙ୍କ ଆକ୍ରମକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଉପରେ ପୂର୍ବରୁ ରୋକ ଥିଲା। ତେବେ ସରକାରଙ୍କ ଏହି ସତର୍କତାକୁ ପ୍ରଦର୍ଶନୀରେ ଅଣଦେଖା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁଖପାତ୍ର କହିଛନ୍ତି ଯେ ଏୟାର ସୋରେ ଅଂଶଗ୍ରହଣ କରିଥିବା ସବୁ ପ୍ରଦର୍ଶନକାରୀଙ୍କୁ ପ୍ରଥମରୁ ଏହା ସୂଚିତ କରାଯାଇଥିଲା ଯେ ପ୍ରଦର୍ଶନୀରେ ଆକ୍ରମକ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନୀ ଅନୁମତି ଦିଆଯିବନି। ଏଥି ପାଇଁ ଇସ୍ରାଏଲ ଦୂତାବାସ ମଧ୍ୟ ସହମତି ପ୍ରଦାନ କରିଥିଲେ। ମୁଖପାତ୍ର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି ଇସ୍ରାଏଲ କମ୍ପାନୀମାନେ ନିୟମ ପାଳନ କରନ୍ତି ତେବେ ସେମାନଙ୍କୁ ଷ୍ଟଲ ଖୋଲିବାକୁ ପୁଣି ଅନୁମତି ଦିଆଯିବ। ପ୍ରଧାନମନ୍ତ୍ରୀ ଫ୍ରାଙ୍କୋଇସ୍ ବେରୁ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ଫ୍ରାନ୍ସର କୁଟନୈତିକ ନୀତି ଓ ବିଶେଷ କରି ଗାଜାକୁ ନେଇ ଚିନ୍ତାରେ ଏପରି ମାରଣାସ୍ତ୍ରର ସାର୍ବଜନିକ ପ୍ରଦର୍ଶନୀକୁ ସ୍ୱୀକାର କରାଯାଇ ପାରିବନି। ତେବେ ଫ୍ରାନ୍ସର ଏହି ପଦକ୍ଷେପକୁ ଇସ୍ରାଏଲ କଡ଼ା ସମାଲୋଚନା କରିଛି ଓ ଏହା ଫ୍ରାନ୍ସ-ଇସ୍ରାଏଲ ସମ୍ପର୍କକୁ ଏକ ଅସହଜ ମୋ

ପ୍ୟାରିସ୍ ଏୟାର ସୋ ରେ ଅସ୍ତ୍ରଶସ୍ତ୍ର ଷ୍ଟଲ ବନ୍ଦ କରିବାକୁ ଫ୍ରାନ୍ସର ନିର୍ଦ୍ଦେଶକୁ ଇସ୍ରାଏଲର ବିରୋଧ

ଜେରୁଜେଲମ ୧୬।୬: ଫ୍ରାନ୍ସ ଓ ଇସ୍ରାଏଲ ପାରମ୍ପରିକ ମିତ୍ର ରାଷ୍ଟ୍ର, ତେବେ ଗାଜାକୁ ନେଇ ବଢୁଥିବା କୁଟନୈତିକ ସମ୍ବେଦନଶୀଳତା ମଧ୍ୟରେ ଫ୍ରାନ୍ସ ସୋମବାର ପ୍ୟାରିସ ଏୟାର ସୋରେ ଇସ୍ରାଏଲର ପ୍ରମୁଖ ଡିଫେନ୍ସ କମ୍ପାନୀଙ୍କ ଷ୍ଟଲ ବନ୍ଦ କରିଦେଇଛି। ଫ୍ରାନ୍ସ ସରକାର କହିଛନ୍ତି ଯେ ଏହି କମ୍ପାନୀମାନଙ୍କ ଆକ୍ରମକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଉପରେ ପୂର୍ବରୁ ରୋକ ଥିଲା। ତେବେ ସରକାରଙ୍କ ଏହି ସତର୍କତାକୁ ପ୍ରଦର୍ଶନୀରେ ଅଣଦେଖା କରାଯାଇଛି। 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁଖପାତ୍ର କହିଛନ୍ତି ଯେ ଏୟାର ସୋରେ ଅଂଶଗ୍ରହଣ କରିଥିବା ସବୁ ପ୍ରଦର୍ଶନକାରୀଙ୍କୁ ପ୍ରଥମରୁ ଏହା ସୂଚିତ କରାଯାଇଥିଲା ଯେ ପ୍ରଦର୍ଶନୀରେ ଆକ୍ରମକ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନୀ ଅନୁମତି ଦିଆଯିବନି। ଏଥି ପାଇଁ ଇସ୍ରାଏଲ ଦୂତାବାସ ମଧ୍ୟ ସହମତି ପ୍ରଦାନ କରିଥିଲେ। ମୁଖପାତ୍ର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି ଇସ୍ରାଏଲ କମ୍ପାନୀମାନେ ନିୟମ ପାଳନ କରନ୍ତି ତେବେ ସେମାନଙ୍କୁ ଷ୍ଟଲ ଖୋଲିବାକୁ ପୁଣି ଅନୁମତି ଦିଆଯିବ। 

ପ୍ରଧାନମନ୍ତ୍ରୀ ଫ୍ରାଙ୍କୋଇସ୍ ବେରୁ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ଫ୍ରାନ୍ସର କୁଟନୈତିକ ନୀତି ଓ ବିଶେଷ କରି ଗାଜାକୁ ନେଇ ଚିନ୍ତାରେ ଏପରି ମାରଣାସ୍ତ୍ରର ସାର୍ବଜନିକ ପ୍ରଦର୍ଶନୀକୁ ସ୍ୱୀକାର କରାଯାଇ ପାରିବନି। ତେବେ ଫ୍ରାନ୍ସର ଏହି ପଦକ୍ଷେପକୁ ଇସ୍ରାଏଲ କଡ଼ା ସମାଲୋଚନା କରିଛି ଓ ଏହା ଫ୍ରାନ୍ସ-ଇସ୍ରାଏଲ ସମ୍ପର୍କକୁ ଏକ ଅସହଜ ମୋଡ ଛିଡା କରିଛି ବୋଲି କହିଛି।  ଏୟାର ସୋର କଟକଣାରୁ ଏହା ସ୍ପଷ୍ଟ ହେଉଛି ଯେ ଗାଜା ସଂକଟ ଉପରେ ବୈଶ୍ୱିକ ଦୃଷ୍ଟିକୋଣ ଏବେ ପ୍ରତିରକ୍ଷା ଉଦ୍ୟୋଗକୁ ପ୍ରଭାବିତ କରୁଛି।