ଆସନ୍ତାକାଲି ଆସିବ ରାଜ୍ୟ ବଜେଟ୍, ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ଵର: ଆସନ୍ତାକାଲି ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଆସିବ ରାଜ୍ୟ ବଜେଟ। ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋହନ ସରକାରଙ୍କର ଏହା ଦ୍ବିତୀୟ ବଜେଟ ହୋଇଥିବା ବେଳେ ଏଥିରେ କଣ ଫୋକସରେ ରହିବ ତାହା ଉପରେ ସାରା ରାଜ୍ୟ ନଜର ରଖିଛି। ବଡ଼କଥା ହେଉଛି ଚଳିତ ବର୍ଷ ବଜେଟର ଆକାର ୩ ଲକ୍ଷ କୋଟି ଛୁଇଁବା ସମ୍ଭାବନା ରହିଛି ।୩ ଲକ୍ଷ କୋଟିକୁ ଛୁଇଁବ ରାଜ୍ୟ ବଜେଟ। ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋହନ ସରକାରଙ୍କ ଦ୍ବିତୀୟ ବଜେଟ। ଗତ ଆର୍ଥିକ ବର୍ଷରେ ବଜେଟର ଆକାର ଥିଲା ୨.୬୫ ଲକ୍ଷ କୋଟି ଟଙ୍କା। ଚଳିତ ବଜେଟର ଆକାର ପ୍ରାୟ ୩୦ ହଜାର କୋଟି ଟଙ୍କା ବୃଦ୍ଧି ପାଇବା ସମ୍ଭାବନା। ଫଳରେ ୩ ଲକ୍ଷ କୋଟି ବ୍ୟୟ ବରାଦ ଛୁଇଁ ପାରେ ଏଥରର ରାଜ୍ୟ ବଜେଟ। ତେବେ କଣ ରହିବ ଫୋକସରେ। ୧- ନିଯୁକ୍ତି ଓ ଉତ୍ପାଦନ ଉପରେ ଦିଆଯାଇପାରେ ଗୁରୁତ୍ବ। ୨- ଗାଁ'ରେ ଆର୍ଥିକ ସ୍ରୋତ ସୃଷ୍ଟି କରିବାକୁ ସରକାର ଆଣିପାରନ୍ତି ନୂଆ ଯୋଜନା। ୩- ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି ରକ୍ଷା ଉପରେ ଦେଇପାରନ୍ତି ଗୁରୁତ୍ବ ୪- ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ବ ଦେଇ ହୋଇପାରେ ଯୋଜନା । ୫- ଆଇଟି, ଷ୍ଟିଲ, ଅକ୍ଷୟ ଶକ୍ତି, ଏଗ୍ରୋ ଇଣ୍ଡଷ୍ଟ୍ରିଜ, ପେଟ୍ରୋ କେମିକାଲ ଓ ଟେକ୍ସଟାଇଲ ଉପରେ ଦିଆଯାଇପାରେ ଗୁରୁତ୍ବ । ୬- ଆବାସ, ସୁଭଦ୍ରା ଭଳି ଲୋକାଭିମୁଖୀ ଯୋଜନା ବାବଦରେ ସରକାର
ଭୁବନେଶ୍ଵର: ଆସନ୍ତାକାଲି ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଆସିବ ରାଜ୍ୟ ବଜେଟ। ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋହନ ସରକାରଙ୍କର ଏହା ଦ୍ବିତୀୟ ବଜେଟ ହୋଇଥିବା ବେଳେ ଏଥିରେ କଣ ଫୋକସରେ ରହିବ ତାହା ଉପରେ ସାରା ରାଜ୍ୟ ନଜର ରଖିଛି। ବଡ଼କଥା ହେଉଛି ଚଳିତ ବର୍ଷ ବଜେଟର ଆକାର ୩ ଲକ୍ଷ କୋଟି ଛୁଇଁବା ସମ୍ଭାବନା ରହିଛି ।
୩ ଲକ୍ଷ କୋଟିକୁ ଛୁଇଁବ ରାଜ୍ୟ ବଜେଟ। ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋହନ ସରକାରଙ୍କ ଦ୍ବିତୀୟ ବଜେଟ। ଗତ ଆର୍ଥିକ ବର୍ଷରେ ବଜେଟର ଆକାର ଥିଲା ୨.୬୫ ଲକ୍ଷ କୋଟି ଟଙ୍କା। ଚଳିତ ବଜେଟର ଆକାର ପ୍ରାୟ ୩୦ ହଜାର କୋଟି ଟଙ୍କା ବୃଦ୍ଧି ପାଇବା ସମ୍ଭାବନା। ଫଳରେ ୩ ଲକ୍ଷ କୋଟି ବ୍ୟୟ ବରାଦ ଛୁଇଁ ପାରେ ଏଥରର ରାଜ୍ୟ ବଜେଟ। ତେବେ କଣ ରହିବ ଫୋକସରେ।
୧- ନିଯୁକ୍ତି ଓ ଉତ୍ପାଦନ ଉପରେ ଦିଆଯାଇପାରେ ଗୁରୁତ୍ବ। ୨- ଗାଁ'ରେ ଆର୍ଥିକ ସ୍ରୋତ ସୃଷ୍ଟି କରିବାକୁ ସରକାର ଆଣିପାରନ୍ତି ନୂଆ ଯୋଜନା। ୩- ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି ରକ୍ଷା ଉପରେ ଦେଇପାରନ୍ତି ଗୁରୁତ୍ବ ୪- ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ବ ଦେଇ ହୋଇପାରେ ଯୋଜନା । ୫- ଆଇଟି, ଷ୍ଟିଲ, ଅକ୍ଷୟ ଶକ୍ତି, ଏଗ୍ରୋ ଇଣ୍ଡଷ୍ଟ୍ରିଜ, ପେଟ୍ରୋ କେମିକାଲ ଓ ଟେକ୍ସଟାଇଲ ଉପରେ ଦିଆଯାଇପାରେ ଗୁରୁତ୍ବ । ୬- ଆବାସ, ସୁଭଦ୍ରା ଭଳି ଲୋକାଭିମୁଖୀ ଯୋଜନା ବାବଦରେ ସରକାର କିଛି ନୂଆ ଘୋଷଣା କରିପାରନ୍ତି
ସେପଟେ ରାଜ୍ୟ ବଜେଟକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ମତାମତ ଦେଇଛନ୍ତି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ଏକ ସୁସ୍ଥ ଅର୍ଥନୈତିକ ବ୍ୟବସ୍ଥାକୁ ଛାଡିକି ଯାଇଛନ୍ତି । ଓଡିଶାର ଅର୍ଥନୀତି ଆଗେଇଛି ବୋଲି ନୀତି ଆୟୋଗ ସ୍ବୀକାର ମଧ୍ୟ କରିଛି । ଓଡିଶା ଏକ ବଳକା ରାଜ୍ୟରେ ପରିଣତ ହୋଇଛି। ରାଜ୍ୟ ସରକାର ଏସବୁକୁ ଦୃଷ୍ଟିରେ ରଖି ବଜେଟରେ ଲୋକଙ୍କ ଆଶା ପୂରଣ କରିବେ ବେଲି ଆଶା କରିଛି ବିଜେଡି। କଂଗ୍ରେସ କହିଛି ୮ ମାସ ସରକାର କୈଣସି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି ।
ଆବାସ ଯୋଜନାକୁ ଅଧିକ ପ୍ରାଧାନ୍ୟ ଦେବେ ବୋଲି ଆଶା। ନିଯୁକ୍ତି ସୃଷ୍ଟିକୁ ସରକାର ଗୁରୁତ୍ବ ଦେବା ଦରକାର ବୋଲି କହିଛି କଂଗ୍ରେସ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ବଜେଟ ବିକାଶମୁଖୀ ହେବ। ବଜେଟ ସମ୍ପୂର୍ଣ୍ଣ ରୂପେ ଓଡ଼ିଶାର ବିକାଶକୁ ଏକ ନୂଆ ଚିତ୍ର ଓ ନୂଆ ମାନଚିତ୍ର ଦେବ ବୋଲି ସେ ଆଶା ପୋଷଣ କରିଛନ୍ତି। କାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିବେ। ବଜେଟର ଲାଇଭ ଆପଣ ଦିନ ୩ଟାରୁ ନ୍ୟୁଜ ସେଭେନରେ ଦେଖିପାରିବେ।