ଆସନ୍ତାକାଲି କିଟ୍‍ ବିଶ୍ୱବିଦ୍ୟାଳୟର ୨୦ତମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟର ୨୦ତମ ସମାବର୍ତ୍ତନ ଉତ୍ସବ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ବେଳେ ୟୁକ୍ରେନ୍‍ର ନୋବେଲ୍‍ ବିଜେତା ଓଲେକ୍‍ସାଣ୍ଡ୍ରା ମାତ୍‍ଭିଚକ୍‍ ଭର୍ଚୁଆଲ୍‍ରେ ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ । ଏହି ଅବସରରେ ହାଇଦ୍ରାବାଦ୍‍ସ୍ଥିତ ଏସିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଆଣ୍ଡ ଏଆଇଜି ହସ୍‍ପିଟାଲ୍‍ର ଚେୟାରମ୍ୟାନ ଡ. ଡି. ନାଗେଶ୍ୱର ରେଡ୍ଡୀ, ଓଡ଼ିଶା ଆଥଲେଟିକ୍‍ ସଂଘ ଓ ଓଡ଼ିଶା […] The post ଆସନ୍ତାକାଲି କିଟ୍‍ ବିଶ୍ୱବିଦ୍ୟାଳୟର ୨୦ତମ ସମାବର୍ତ୍ତନ ଉତ୍ସବ appeared first on KNews Odisha.

ଆସନ୍ତାକାଲି କିଟ୍‍ ବିଶ୍ୱବିଦ୍ୟାଳୟର ୨୦ତମ ସମାବର୍ତ୍ତନ ଉତ୍ସବ
A samanta

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟର ୨୦ତମ ସମାବର୍ତ୍ତନ ଉତ୍ସବ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ବେଳେ ୟୁକ୍ରେନ୍‍ର ନୋବେଲ୍‍ ବିଜେତା ଓଲେକ୍‍ସାଣ୍ଡ୍ରା ମାତ୍‍ଭିଚକ୍‍ ଭର୍ଚୁଆଲ୍‍ରେ ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ । ଏହି ଅବସରରେ ହାଇଦ୍ରାବାଦ୍‍ସ୍ଥିତ ଏସିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଆଣ୍ଡ ଏଆଇଜି ହସ୍‍ପିଟାଲ୍‍ର ଚେୟାରମ୍ୟାନ ଡ. ଡି. ନାଗେଶ୍ୱର ରେଡ୍ଡୀ, ଓଡ଼ିଶା ଆଥଲେଟିକ୍‍ ସଂଘ ଓ ଓଡ଼ିଶା ଫୁଟବଲ୍‍ ସଙ୍ଘର ସମ୍ପାଦକ ଆଶୀର୍ବାଦ ବେହେରା, କେପିଆଟି ଟେକ୍ନୋଲୋଜିର ସହ-ପ୍ରତିଷ୍ଠାତା କିଶୋର ପାଟିଲ୍‍ ଓ ବିଶିଷ୍ଟ ଆଧ୍ୟାତ୍ମିକ ଚିନ୍ତକ ଡ. ଚନ୍ଦ୍ରଭାନୁ ଶତପଥୀଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯିବ ।

ଚଳିତବର୍ଷ ୪ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ । ଏହା ବ୍ୟତୀତ ଚଳିତବର୍ଷ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିôବା ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ, କୁଳାଧିପତି ସ୍ୱର୍ଣ୍ଣ ପଦକ, ନନିବାଳା ସ୍ମୃତି ସ୍ୱର୍ଣ୍ଣ ପଦକ, ପି କେ ବଳ ସ୍ମୃତି ସ୍ୱର୍ଣ୍ଣପଦକ, ପିପିଏଲ୍‍ ସ୍ୱର୍ଣ୍ଣ ପଦକ ଏବଂ କୁଳପତି ରୌପ୍ୟ ପଦକ ମଧ୍ୟ ପ୍ରଦାନ କରାଯିବ । ଆଜି ଏହି ପରିପ୍ରେକ୍ଷୀରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମାବର୍ତ୍ତନ ସ୍ଥଳୀ ପରିଦର୍ଶନ କରିବା ୨୦ତମ ସମାବର୍ତ୍ତନ ଉତ୍ସବର ପ୍ରାକ୍‍ ପ୍ରସ୍ତୁତିରେ ସଂପୃକ୍ତ କର୍ମଚାରୀଙ୍କ ସହ ଚୂଡ଼ାନ୍ତ ଆଲୋଚନା କରିଥିଲେ । ଏହା ସହିତ ଶ୍ରୀ ସାମନ୍ତ ଚଳିତବର୍ଷ ଡିଗ୍ରୀ ନେବାକୁ ଥିବା କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

The post ଆସନ୍ତାକାଲି କିଟ୍‍ ବିଶ୍ୱବିଦ୍ୟାଳୟର ୨୦ତମ ସମାବର୍ତ୍ତନ ଉତ୍ସବ appeared first on KNews Odisha.