ଆସନ୍ତାକାଲି ଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ
ଭୁବନେଶ୍ୱର : ଆସନ୍ତାକାଲି ଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ । ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । କାଲି ଦିନ ୧୦ ଟା ୪୦ରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ରିଜର୍ଭ ପଡିଆ ଠାରେ ନିର୍ମିତ ସାମୟିକ ହେଲିପ୍ୟାଡ଼ରେ ଅବତରଣ କରିବେ । ସେଠାରୁ ସିଧା ଯାଇ ଅଡିଟୋରିୟମରେ ଆୟୋଜିତ ଲାଇଭ ସେଭର୍ସ ଗୁପ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେବେ । ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ […] The post ଆସନ୍ତାକାଲି ଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ appeared first on KNews Odisha.

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ । ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । କାଲି ଦିନ ୧୦ ଟା ୪୦ରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ରିଜର୍ଭ ପଡିଆ ଠାରେ ନିର୍ମିତ ସାମୟିକ ହେଲିପ୍ୟାଡ଼ରେ ଅବତରଣ କରିବେ । ସେଠାରୁ ସିଧା ଯାଇ ଅଡିଟୋରିୟମରେ ଆୟୋଜିତ ଲାଇଭ ସେଭର୍ସ ଗୁପ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେବେ ।
ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ଣ ୨ ଟା ୫୦ ମିନିଟ ସମୟରେ ହେଲିକପ୍ଟରରେ ଯାଇ ଝୁମ୍ପୁରା ବ୍ଳକର କରଞ୍ଜିଆପଡା ଠାରେ ମାଆ ତାରିଣୀ କ୍ଳବ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଯୋଗ ଦେବେ । ଅପରାହ୍ଣ ୫ ଟାରେ ନିଜ ଗାଁ ରାଇକଳା ସ୍ଥିତ ନିଜ ଘରକୁ ଯାଇ ସେଠାରେ ୨ ଘଣ୍ଟା ରହିବା ପରେ ସଂଧ୍ୟା ୭ ଟା ୧୫ରେ ସେଠାରୁ କାର ଯୋଗେ ଯାଇ କାସଭି ଇଣ୍ଟରନ୍ୟାସନାଲ ହୋଟେଲରେ ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିବେ । ୨୧ ତାରିଖରେ କେନ୍ଦୁଝର ଷ୍ଟାଡିୟମ ନିକଟରେ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ରେ ଯୋଗଦେବେ ।
ଏହା ପରେ ଦିନ ୧୦ ଟା ୧୦ରେ ଡିଡି ୟୁନିଭରସିଟି ପଡ଼ିଆ ଠାରେ ଆୟୋଜିତ ମେଗା ସ୍ୱାସ୍ଥ୍ୟ ସେବା ଶିବିରରେ ଯୋଗ ବେବେ । ଦିନ ଗୋଟାଏରେ ଝାଡ଼ଖଣ୍ଡ ଯିବେ । ସେଠାରୁ ଫେରି ଅପରାହ୍ନ ୫.୩୫ ମିନିଟରେ ଟାଉନ ହଲ ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ରଜତ ଜୟନ୍ତୀ ଉତ୍ସବରେ ଉପସ୍ଥିତ ରହିବେ । ଏହା ପରେ ୨୨ ତାରିଖ ରବିବାର ଦିନ ୧୧ ଟା ସମୟରେ ଡିଡି ୟୁନିଭରସିଷ୍ଟି ପଡ଼ିଆ ଠାରେ ବିଜେପି ସରକାରର ୧୦୦ ଦିନ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ ୧୨ ଟା ୫୦ ମିନିଟରେ ହେଲିକପ୍ଟରର ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
The post ଆସନ୍ତାକାଲି ଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ appeared first on KNews Odisha.