ପଲଙ୍କ ଉପରେ ଚମ୍ପା ନାଗର ଗର୍ଜନ ଶୁଣି ନିଦରୁ ଉଠି ପଡିଲେ ମହିଳା, କାହିକିଁ କଲାନାହିଁ ଆଘାତ, ଜାଣନ୍ତୁ

ଭଦ୍ରକ : ପଲଙ୍କ ଉପରେ ଚମ୍ପା ନାଗର ଗର୍ଜନ ଶୁଣି ନିଦରୁ ଉଠି ପଡିଲେ ମହିଳା। କୌଣସି ଆଘାତ ନକରି କାହିକିଁ ଗର୍ଜନ ଦେଲା ଏହି ନାଗ । ଏହି ଧଳା ରଙ୍ଗର ନାଗ ଫେଣା ଦେଖି ଯିଏ ନାହିଁ ସେ ଭୟଭୀତ ହେବା ସୁନିଶ୍ଚିତ। ଏହି ଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡ଼ି ବ୍ଲକ ଦୋଳସାହି ପଞ୍ଚାୟତ ଅଲ୍ଲୀନଗର ଗ୍ରାମର ଅନନ୍ତ ପ୍ରସାଦ ଭଞ୍ଜଙ୍କ ଘରୁ । ଏହି ବିରାଟ ଚମ୍ପା ନାଗ ଉଦ୍ଧାର […] The post ପଲଙ୍କ ଉପରେ ଚମ୍ପା ନାଗର ଗର୍ଜନ ଶୁଣି ନିଦରୁ ଉଠି ପଡିଲେ ମହିଳା, କାହିକିଁ କଲାନାହିଁ ଆଘାତ, ଜାଣନ୍ତୁ appeared first on KNews Odisha.

ପଲଙ୍କ ଉପରେ ଚମ୍ପା ନାଗର ଗର୍ଜନ ଶୁଣି ନିଦରୁ ଉଠି ପଡିଲେ ମହିଳା, କାହିକିଁ କଲାନାହିଁ ଆଘାତ, ଜାଣନ୍ତୁ
cobra

ଭଦ୍ରକ : ପଲଙ୍କ ଉପରେ ଚମ୍ପା ନାଗର ଗର୍ଜନ ଶୁଣି ନିଦରୁ ଉଠି ପଡିଲେ ମହିଳା। କୌଣସି ଆଘାତ ନକରି କାହିକିଁ ଗର୍ଜନ ଦେଲା ଏହି ନାଗ । ଏହି ଧଳା ରଙ୍ଗର ନାଗ ଫେଣା ଦେଖି ଯିଏ ନାହିଁ ସେ ଭୟଭୀତ ହେବା ସୁନିଶ୍ଚିତ। ଏହି ଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡ଼ି ବ୍ଲକ ଦୋଳସାହି ପଞ୍ଚାୟତ ଅଲ୍ଲୀନଗର ଗ୍ରାମର ଅନନ୍ତ ପ୍ରସାଦ ଭଞ୍ଜଙ୍କ ଘରୁ ।

ଏହି ବିରାଟ ଚମ୍ପା ନାଗ ଉଦ୍ଧାର କଲେ ସାପ ଧରାଳି ମିର୍ଜା ଆରିଫ। ତେବେ ମୃତ୍ୟୁ ମୁଖରୁ ବଞ୍ଚି ଆସିଥିବା ମହିଳା ଜଣଙ୍କ କହିବା ଅନୁଯାଇ ଶୁକ୍ରବାର ରାତିରେ ଖାଇବା ସାରି ପଲଙ୍କ ଉପରେ ଶୋଇଥିଲେ, ହଠାତ କିଛି ସମୟ ପରେ ଶୁଭିଥିଲା ଫଁ ଫଁ ଶବ୍ଦ ଉଠି ଦେଖିଲେ ଜେ ଏକ ହାତ ଉଁଚରୁ ଫେଣା ଟେକି ଛିଡ଼ା ହୋଇଛି ନାଗ। ପରିବାର ଲୋକେ ଓ ଗ୍ରାମବାସୀ ଏହି ବିରାଟ ଚମ୍ପା ନାଗକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ସାପ ଧରାଳି ମିର୍ଜାକୁ ଖବର ଦେବା ପରେ ନାଗଟି ଘରୁ ଉଦ୍ଧାର ହୋଇଥିଲା। ତେବେ କଣ ପାଇଁ ନାଗଟି ଦଂଶନ କରିନଥିଲା ତାହା ଏବେ ସେଠାରେ ଚର୍ଚ୍ଚାର ବିଷୟ ହୋଇଛି ।

The post ପଲଙ୍କ ଉପରେ ଚମ୍ପା ନାଗର ଗର୍ଜନ ଶୁଣି ନିଦରୁ ଉଠି ପଡିଲେ ମହିଳା, କାହିକିଁ କଲାନାହିଁ ଆଘାତ, ଜାଣନ୍ତୁ appeared first on KNews Odisha.