ମା’ ହେବାକୁ ଯାଉଛନ୍ତି ୟାମୀ ଗୌତମ

ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଫିଲ୍ମ ଆର୍ଟିକିଲ ୩୭୦ର ଟ୍ରେଲର ଆଜି ରିଲିଜ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର ଲଞ୍ଚରେ ୟାମି ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଇଥିଲେ। ୟାମି ଗୌତମ ଏବଂ ଆଦିତ୍ୟ ଧର ମାତାପିତା ହେବାକୁ ଯାଉଛନ୍ତି। ଟ୍ରେଲର ଲଞ୍ଚରେ ୟାମିଙ୍କ ବେବିବମ୍ପ ସ୍ପଷ୍ଟ ଦେଖାଯାଉଥିଲା। ୟାମି ତାଙ୍କ ବ୍ଲେଜର ସହିତ ନିଜ ବେବିବମ୍ପକୁ ଲୁଚାଇଥିବାର ନଜର ଆସିଥିଲେ। ୟାମି ଏବଂ ଆଦିତ୍ୟ ବିବାହ ହେବାର ତିନି ବର୍ଷ ବିତିଗଲାଣି। ଏହି […] The post ମା’ ହେବାକୁ ଯାଉଛନ୍ତି ୟାମୀ ଗୌତମ appeared first on Dharitri Odia News.

ମା’ ହେବାକୁ ଯାଉଛନ୍ତି ୟାମୀ ଗୌତମ

ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଫିଲ୍ମ ଆର୍ଟିକିଲ ୩୭୦ର ଟ୍ରେଲର ଆଜି ରିଲିଜ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର ଲଞ୍ଚରେ ୟାମି ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଇଥିଲେ।
ୟାମି ଗୌତମ ଏବଂ ଆଦିତ୍ୟ ଧର ମାତାପିତା ହେବାକୁ ଯାଉଛନ୍ତି। ଟ୍ରେଲର ଲଞ୍ଚରେ ୟାମିଙ୍କ ବେବିବମ୍ପ ସ୍ପଷ୍ଟ ଦେଖାଯାଉଥିଲା। ୟାମି ତାଙ୍କ ବ୍ଲେଜର ସହିତ ନିଜ ବେବିବମ୍ପକୁ ଲୁଚାଇଥିବାର ନଜର ଆସିଥିଲେ।
ୟାମି ଏବଂ ଆଦିତ୍ୟ ବିବାହ ହେବାର ତିନି ବର୍ଷ ବିତିଗଲାଣି। ଏହି ଦମ୍ପତି ଜୁନ ୨୦୨୧ ରେ ବିବାହ କରିଥିଲେ। ଆସନ୍ତା ମେ ମାସରେ ୟାମି ସନ୍ତାନ ପ୍ରସବ କରିବେ।
ଫିଲ୍ମ ଆର୍ଟିକିଲ ୩୭୦ର ୟାମି ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି, ଏହି ଫିଲ୍ମଟି ଆଦିତ୍ୟଙ୍କ ଦ୍ୱାରା ନିର୍ମିତ ହୋଇଛି। ବର୍ତ୍ତମାନ ଏହି ଦମ୍ପତିଙ୍କୁ ପ୍ରମୋସନରେ ଏକାଠି ଦେଖିବାକୁ ମିଳିବ। ଏହି ଫିଲ୍ମଟି ଫେବୃଆରୀ ୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଟ୍ରେଲର ଲଞ୍ଚ ପରେ ୟାମି ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ହେବାକୁ ଯାଉଛନ୍ତି।

The post ମା’ ହେବାକୁ ଯାଉଛନ୍ତି ୟାମୀ ଗୌତମ appeared first on Dharitri Odia News.