ଖେଳୁଥିବାବେଳେ କାର୍ ଭିତରେ ଚାଲିଗଲା ଜୀବନ, ୪ ନିଷ୍ପାପ ପିଲା ମୃତ
ଖେଳୁଥିବା ସମୟରେ ଚାଲିଗଲା ୪ ନିଷ୍ପାପ ପିଲାଙ୍କ ଜୀବନ । ଏପରି ଅଘଟଣ ଆନ୍ଧ୍ରପ୍ରଦେଶରୁ ଦେଖିବାକୁ ମିଳିଛି । କାରରେ ଅଣନିଶ୍ବାସ ହୋଇ ସେମାନଙ୍କର ପ୍ରାଣ ଚାଲିଯାଇଛି । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏମଏସଏମଇ ମନ୍ତ୍ରୀ ଏପରି ଅଘଟଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, ବାହାଘରରେ ସାମିଲ ହେବା ପାଇଁ ପରିବାର ଲୋକଙ୍କ ସହ ପିଲାମାନେ ଆସିଥିଲେ । ସେହି ସମୟରେ ୪ ଜଣ ପିଲା ଏକାଠି […] The post ଖେଳୁଥିବାବେଳେ କାର୍ ଭିତରେ ଚାଲିଗଲା ଜୀବନ, ୪ ନିଷ୍ପାପ ପିଲା ମୃତ appeared first on KNews Odisha.

ଖେଳୁଥିବା ସମୟରେ ଚାଲିଗଲା ୪ ନିଷ୍ପାପ ପିଲାଙ୍କ ଜୀବନ । ଏପରି ଅଘଟଣ ଆନ୍ଧ୍ରପ୍ରଦେଶରୁ ଦେଖିବାକୁ ମିଳିଛି । କାରରେ ଅଣନିଶ୍ବାସ ହୋଇ ସେମାନଙ୍କର ପ୍ରାଣ ଚାଲିଯାଇଛି । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏମଏସଏମଇ ମନ୍ତ୍ରୀ ଏପରି ଅଘଟଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, ବାହାଘରରେ ସାମିଲ ହେବା ପାଇଁ ପରିବାର ଲୋକଙ୍କ ସହ ପିଲାମାନେ ଆସିଥିଲେ । ସେହି ସମୟରେ ୪ ଜଣ ପିଲା ଏକାଠି ଖେଳୁଥିଲେ । ହଠାତ୍ ସେହି ସମୟରେ ୪ଜଣ ପିଲା କାର୍ ଭିତରେ ପଶିଯାଇଥିଲେ । ପରେ ଭିତରୁ ମଧ୍ୟ କାରଟି ଲକ୍ ହୋଇଯାଇଥିଲା । ଅଧିକ ସମୟ ଧରି କାର୍ ବନ୍ଦ ହୋଇ ରହିବାରୁ ଶ୍ବାସରୁଦ୍ଧ ହୋଇ ସେମାନେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଗୋଟିଏ ପୁଅ ଥିବାବେଳେ ତିନୋଟି ଝିଅ ଥିଲେ । ସେମାନଙ୍କ ବୟସ ୬ ରୁ ୮ ବର୍ଷ ମଧ୍ୟରେ ରହିଥିଲା । ଅନ୍ୟପଟେ ଏମଏସଏମଇ ମନ୍ତ୍ରୀ ଏପରି ଅଘଟଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।
କିଏ ବା ଜଣେ ମୃତ୍ୟୁ କେତେବେଳ ଏବଂ କାହା ଉପରେ ଆସିବ । ସେଇଟା ତ ବିଧିର ବିଧାନ । ମୃତ୍ୟୁ କାହାକୁ ଅପେକ୍ଷା କରେନି କି ବଡ ସାନ ବି ଦେଖେନି । କିଏ ଜାଣିଥିଲା ଏହି ନିଷ୍ପାପ ପିଲାଙ୍କ ଜୀଵାନ ଦୀପ ଏତିକିରେ ଲିଭିଯିବ । ଖୁସିର ମାହୋଲରେ ଦୁଃଖର ବାତାବରଣ ଖେଳିଗଲା । କେହି ବି ବିଶ୍ୱାସ କରିନଥିଲେ ଶୁଭ କାମ ଭିତରେ ଏମିତି ଏକ ବଡ ଅଘଟଣ ଘଟିଯିବ । ଦୁଃଖ କଷ୍ଟର କଳା ବାଦଲ ପରିବାର ସତେ ଯେପରି ଢାଙ୍କିଦେଲା । ଏପରି ଅଘଟଣ ସମସ୍ତଙ୍କ ଛାତିକୁ ଥରାଇଦେଇଛି । ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଅଘଟଣ ପରେ ଶୋକର ଛାୟା ସ୍ଥାନୀୟ ଅଂଚଳ ଏବଂ ପରିବାରରେ ଖେଳିଯାଇଛି ।
Also Read : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନସର, ପ୍ରୋଷ୍ଟେଟ କ୍ୟାନସରରେ ପୀଡିତ ଥିବା ସୂଚନା
The post ଖେଳୁଥିବାବେଳେ କାର୍ ଭିତରେ ଚାଲିଗଲା ଜୀବନ, ୪ ନିଷ୍ପାପ ପିଲା ମୃତ appeared first on KNews Odisha.