ପୋଲିସକୁ ଦେଖି ପଳାଉଥିବା ବାଇକ୍‌ ଚାଳକଙ୍କ ମୃତ୍ୟୁ

ଦାରିଙ୍ଗବାଡି, ୨୯ା୩ (ଅରୁଣ ସାହୁ ):କନ୍ଧମାଳ ଜିଲା କ. ନୂଆଗାଁ ପୋଲିସ ଏକ ଗଞ୍ଜେଇ ବୋଝେଇ କାର (ନଂ. ଓଡି ୩୩ଏଇ ୩୪୪୩ )କୁ ଧରିବା ପାଇଁ ଗୁରୁବାର ସନ୍ଧ୍ୟାରେ ୪୦ କି.ମି. ପିଛା କରିଥିଲା। ଖବରପାଇ ଦାରିଙ୍ଗବାଡି ପୋଲିସ ଚାରିଛକରେ ବ୍ଲକିଂ କରିଥିଲା। ଆଗରେ ପୋଲିସ ଦେଖି କାର୍‌ ଚାଳକ ଗାଡ଼ିକୁ ପଛକୁ ଫେରାଇ ନେଇ ସିମନବାଡ଼ିର ଏକ ସାହି ଭିତରେ ପୁରାଇ ଦେଇଥିଲେ। ସେଠାରୁ ଆଉ କାର୍‌ଟି ବାହାରି ନ ପାରବାରୁ ଗାଡ଼ି ଛାଡି […] The post ପୋଲିସକୁ ଦେଖି ପଳାଉଥିବା ବାଇକ୍‌ ଚାଳକଙ୍କ ମୃତ୍ୟୁ appeared first on Dharitri Odia News.

ପୋଲିସକୁ ଦେଖି ପଳାଉଥିବା ବାଇକ୍‌ ଚାଳକଙ୍କ ମୃତ୍ୟୁ

ଦାରିଙ୍ଗବାଡି, ୨୯ା୩ (ଅରୁଣ ସାହୁ ):କନ୍ଧମାଳ ଜିଲା କ. ନୂଆଗାଁ ପୋଲିସ ଏକ ଗଞ୍ଜେଇ ବୋଝେଇ କାର (ନଂ. ଓଡି ୩୩ଏଇ ୩୪୪୩ )କୁ ଧରିବା ପାଇଁ ଗୁରୁବାର ସନ୍ଧ୍ୟାରେ ୪୦ କି.ମି. ପିଛା କରିଥିଲା। ଖବରପାଇ ଦାରିଙ୍ଗବାଡି ପୋଲିସ ଚାରିଛକରେ ବ୍ଲକିଂ କରିଥିଲା। ଆଗରେ ପୋଲିସ ଦେଖି କାର୍‌ ଚାଳକ ଗାଡ଼ିକୁ ପଛକୁ ଫେରାଇ ନେଇ ସିମନବାଡ଼ିର ଏକ ସାହି ଭିତରେ ପୁରାଇ ଦେଇଥିଲେ। ସେଠାରୁ ଆଉ କାର୍‌ଟି ବାହାରି ନ ପାରବାରୁ ଗାଡ଼ି ଛାଡି ଗଞ୍ଜେଇ ବ୍ୟବସାୟୀମାନେ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ। ଗଞ୍ଜେଇ ଚାଲାଣ ବେଳେ ୨ଟି ବାଇକ୍‌ ଆଗରେ ଓ ପଛରେ କାର୍‌କୁ ଏସ୍‌କର୍ଟ ଦେଇ ଯାଉଥିଲେ। ଆଗରେ ଯାଉଥିବା ବାଇକ୍‌ ଚାଳକ ପୋଲିସକୁ ଦେଖି ଦ୍ରୁତ ଗତିରେ ଗାଡ଼ି ବୁଲାଇ ପଳାଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଛି। ବାଲିଗୁଡ଼ା ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚଛନ୍ତି। ଗଞ୍ଜେଇ ବ୍ୟବସାୟୀଙ୍କୁ ଧରିବାକୁ ପାଟ୍ରୋଲିଂ ଜୋରଦାର କରାଯାଇଛି।

The post ପୋଲିସକୁ ଦେଖି ପଳାଉଥିବା ବାଇକ୍‌ ଚାଳକଙ୍କ ମୃତ୍ୟୁ appeared first on Dharitri Odia News.