ଆସନ୍ତାକାଲି ‘ସକାଳ’ର ମିନି ମାରାଥନ, ଆପଣ ବି ହୁଅନ୍ତୁ ସାମିଲ……

ଭୁବନେଶ୍ବର : ଦୈନିକ ଖବରକାଗଜ ‘ସକାଳ’ର ୪ର୍ଥ ସ୍ୱନକ୍ଷତ୍ର ଅବସରରେ ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧୫ ରବିବାର ମିନି ମାରାଥନ ଆୟୋଜନ ହେଉଛି। ‘ସକାଳ’ ଓ ନନ୍ଦିଘୋଷ ଟିଭି ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ମିନି ମାରାଥନରେ ଆସନ୍ତାକାଲି ଏକାସଙ୍ଗେ ରାଜ୍ୟର ୮ ଗୋଟି ସହରରେ ଅନୁଷ୍ଠିତ ହେବ। ସମ୍ବଲପୁରରେ ଏହି ମିନି ମାରାଥନ୍‌ ଡିସେମ୍ବର ୨୨ ତାରିଖ (ରବିବାର) ଆୟୋଜିତ ହେବ। ସ୍ମାର୍ଟ ସିଟି ଭୁବନେଶ୍ବରରୁ ଷ୍ଟିଲ୍‌ ସିଟି ରାଉରକେଲା,ସିଲ୍‌ଭର ସିଟି କଟକରୁ ସିଲ୍କ […]

ଆସନ୍ତାକାଲି ‘ସକାଳ’ର ମିନି ମାରାଥନ, ଆପଣ ବି ହୁଅନ୍ତୁ ସାମିଲ……
Mini Marathon is being organized by the daily odia newspaper THE SAKALA tomorrow

ଭୁବନେଶ୍ବର : ଦୈନିକ ଖବରକାଗଜ ‘ସକାଳ’ର ୪ର୍ଥ ସ୍ୱନକ୍ଷତ୍ର ଅବସରରେ ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧୫ ରବିବାର ମିନି ମାରାଥନ ଆୟୋଜନ ହେଉଛି। ‘ସକାଳ’ ଓ ନନ୍ଦିଘୋଷ ଟିଭି ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ମିନି ମାରାଥନରେ ଆସନ୍ତାକାଲି ଏକାସଙ୍ଗେ ରାଜ୍ୟର ୮ ଗୋଟି ସହରରେ ଅନୁଷ୍ଠିତ ହେବ। ସମ୍ବଲପୁରରେ ଏହି ମିନି ମାରାଥନ୍‌ ଡିସେମ୍ବର ୨୨ ତାରିଖ (ରବିବାର) ଆୟୋଜିତ ହେବ।

ସ୍ମାର୍ଟ ସିଟି ଭୁବନେଶ୍ବରରୁ ଷ୍ଟିଲ୍‌ ସିଟି ରାଉରକେଲା,ସିଲ୍‌ଭର ସିଟି କଟକରୁ ସିଲ୍କ ସିଟି ବ୍ରହ୍ମପୁର, ସ୍ୟାଣ୍ଡ ସିଟି ବାଲେଶ୍ବରରୁ ଶ୍ରୀକ୍ଷେତ୍ର ପୁରୀ, ଜୟପୁର ଆଉ ଅନୁଗୁଳରେ ଏହି ମିନି ମାରାଥନ ଆୟୋଜିତ ହେବ।

82945f60 b62c 4e38 9db6 795609ac615d

ଅନୁଗୁଳ : ଜଗନ୍ନାଥ ମନ୍ଦିର ନିକଟରୁ ଆରମ୍ଭ ହୋଇ ସର୍କିଟ ହାଉସ୍‌ ଛକ ଯାଏ ଯିବ। ଏହାପରେ ପୁଣି ଜଗନ୍ନାଥ ମନ୍ଦିର ନିକଟକୁ ଫେରିବ। ଯୋଗାଯୋଗ : ସଂଗ୍ରାମ ଦାସ(୯୯୩୭୨୫୯୪୬୫)

ଜୟପୁର : ମ୍ୟୁନିସ୍‌ପାଲଟି ପାର୍କିଙ୍ଗ ଛକରୁ ଆରମ୍ଭ ହୋଇ ରାଜ ନଅର ଯାଲ ଯିବ। ଏହାପରେ ପୁଣି ମ୍ୟୁନିସ୍‌ପାଲଟି ପାର୍କିଙ୍ଗ ଛକକୁ ଫେରସ୍ତ। ଯୋଗାଯୋଗ : ରାକେଶ ପାଢୀ(୮୨୪୯୨୭୭୭୬୩)

ବାଲେଶ୍ବର : ଗାନ୍ଧୀ ସ୍ମୃତି ଭବନରୁ ଆରମ୍ଭ ହୋଇ ଫକୀର ମୋହନ ଛକ ଯାଏ ଯିବ। ଏହାପରେ ପୁଣି ଗାନ୍ଧୀ ସ୍ମୃତି ଭବନ ନିକଟକୁ ଫେରସ୍ତ। ଯୋଗାଯୋଗ : ଅସିମ ମହାପାତ୍ର (୮୨୪୯୭୬୨୨୮୩)

ରାଉରକେଲା : ଆମ୍ବାଗନ୍‌ ଛକରୁ ଆରମ୍ଭ ହୋଇ ସେକ୍ଟର-୨ ଦୁର୍ଗାପୂଜା ଛକରେ ଶେଷ ହେବ। ଯୋଗାଯୋଗ : ଦେବବ୍ରତ୍ତ ପଟ୍ଟନାୟକ(୭୦୦୮୯୩୭୬୫୮)

କଟକ : ଆଇ ଲଭ୍‌ କଟକ(ଯୋବ୍ରା) ନିକଟରୁ ଆରମ୍ଭ ହୋଇ ବାଲିଯାତ୍ରା ପଡିଆ(କଟକ ଇନ୍‌ କଟକ)ରେ ଶେଷ ହେବ। ଯୋଗାଯୋଗ : ଭକ୍ତି ମହାନ୍ତି/ପ୍ରଫୁଲ ମହାନ୍ତି(୯୩୩୮୧୦୧୦୮୩/୯୪୩୯୦୬୨୯୭୮)

ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ ଛକରୁ ଆରମ୍ଭ ହୋଇ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପଡିଆରେ ଶେଷ ହେବ। ଯୋଗାଯୋଗ : କ୍ଷୀରସିନ୍ଧୁ ମହାନ୍ତି ( ୭୭୪୯୮୧୧୭୦୩)

ପୁରୀ : ତାଳବଣିଆ ସ୍ପୋର୍ଟସ୍ କମ୍ପ୍ଲେକ୍ସରୁ ଆରମ୍ଭ ହୋଇ ଭୁଦାନ ଛକ ଯାଏ ଯିବ। ଏହାପରେ ପୁଣି ତାଳବଣିଆ ସ୍ପୋର୍ଟସ୍ କମ୍ପ୍ଲେକ୍ସକୁ ଫେରସ୍ତ। ଯୋଗାଯୋଗ : ହେମନ୍ତ ନାୟକ(୭୯୭୮୬୬୨୧୧୬)

ଭୁବନେଶ୍ବର : ଶିଶୁ ଭବନ ଛକରୁ ଆରମ୍ଭ ହୋଇ (ରାମ ମନ୍ଦିର ପଛ) ଏକାମ୍ର ହାଟରେ ଶେଷ ହେବ। ଯୋଗାଯୋଗ : ୮୨୪୯୫୨୬୮୦୩/୯୪୩୭୦୬୮୯୨୨/୬୩୭୧୬୯୪୧୪୨)

ଏହି ମାରାଥନର ଗତ ୩ଟି ସିଜନରେ ବିଭିନ୍ନ ବୟସବର୍ଗର ସହସ୍ରାଧିକ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରି ଏହାକୁ ସଫଳ ମଣ୍ଡିତ କରିଥିଲେ। ଚଳିତ ବର୍ଷ ମଧ୍ୟ ବୟସ ନିର୍ବିଶେଷରେ ଅଧିକରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରି ଏହି ମିନି ମାରାଥନକୁ ଆହୁରି ଉତ୍କଣ୍ଠା ଓ ପ୍ରତିଦ୍ୱନ୍ଦ୍ୱୀତାପୂର୍ଣ୍ଣ କରିବାକୁ ‘ସକାଳ’ ଓ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ ଓଡ଼ିଶାବାସୀଙ୍କୁ ନିବେଦନ କରାଯାଇଛି। ପ୍ରତିଯୋଗିତା ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବ। ରାଜ୍ୟର ସ୍ୱନାମଧନ୍ୟ କ୍ରୀଡ଼ାବିତ୍‌‌ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ।