ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ ,ପଞ୍ଜିକରଣ ପାଇଁ ରାତିରୁ ଲାଗୁଛି ଲମ୍ବା ଲାଇନ

କନକବ୍ୟୁରୋ: ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରରେ ଯୋଜନାର ଶୁଭାରମ୍ଭ କରିବେ। ସୁଭଦ୍ରା ପାଇଁ ୬୦ ଲକ୍ଷରୁ ଅଧିକ ମହିଳା ଆବେଦନ କରିସାରିଲେଣି । ଏବେ ବି ପଞ୍ଜୀକରଣ କରିବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ରାତି ଅନିଦ୍ରା ହୋଇ ଲୋକ ଲାଇନ୍‌ରେ ଛିଡ଼ା ହେଉଛନ୍ତି।  ଗତକାଲି ଅନେକ ଆବେଦନକାରୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ୧ ଟଙ୍କା ଟ୍ରାନ୍ସଫର କରାଯାଇଛି। ଯେଉଁମାନଙ୍କ ପାଖକୁ ଟଙ୍କା ଯାଇନି, ସେମାନଙ୍କୁ ମଧ୍ୟ ପର୍ଯ୍ୟାୟକ୍ରମେ ଯାଂଚ ପ୍ରକ୍ରିୟା ଶେଷ ହେବା ପରେ ଟଙ୍କା ପଠାଯିବ। ସେପଟେ ସୁଭଦ୍ରା ଯୋଜନା ପାଇଁ ସବୁଆଡେ ଚର୍ଚ୍ଚା, ସବୁ କେନ୍ଦ୍ରରେ ଗହଳି ଚହଳି। ଜିଲ୍ଲା ଠାରୁ ବ୍ଲକ, ସବୁଠି ସଚେତନତା  କାର୍ଯ୍ୟକ୍ରମ । ଏସବୁ ଭିତରେ ମହିଳାଙ୍କ ଖାତାକୁ ଆସିଛି ପରୀକ୍ଷାମୂଳକ ଏକ ଟଙ୍କା ।  ଯାହାକୁ ନେଇ ଏବେ ମହିଳାଙ୍କ ଖୁସି କହିଲେ ନସରେ। ପ୍ରଧାନମନ୍ତ୍ରୀ ୧୭ତାରିଖରେ ଏହି ଯୋଜନାର ଶୁଭାରମ୍ଭ କରିବେ । ଏହା ପୂର୍ବରୁ ମହିଳାଙ୍କ ମୋବାଇଲକୁ ମେସେଜ ଆସିବା ସହ ଖାତାକୁ ଟଙ୍କାଟିଏ ଆସିବା ପରେ ଖୁସି ବ୍ୟକ୍ତ କରିଛନ୍ତି ମହିଳା । ସୁଭଦ୍ରା ଯୋଜନାରେ ପରୀକ୍ଷାମୂଳକ ଭାବେ ଆକାଉଂଟକୁ ଏକ ଟଙ୍କା ଆସିବା ପରେ  ମହିଳାଙ୍କ ମଧ୍ୟରେ ଖୁସି । ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକର ସରମୁହାଣ ପଂଚାୟତରେ  ଉଜଲି ନାଗ ଓ ସରମୁହାଣ ପଂଚାୟତର ସସ୍ମିତା ନାୟକ ଙ୍କ ଆକାଉଂଟକ

ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ  ,ପଞ୍ଜିକରଣ ପାଇଁ ରାତିରୁ ଲାଗୁଛି ଲମ୍ବା ଲାଇନ

କନକବ୍ୟୁରୋ: ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରରେ ଯୋଜନାର ଶୁଭାରମ୍ଭ କରିବେ। ସୁଭଦ୍ରା ପାଇଁ ୬୦ ଲକ୍ଷରୁ ଅଧିକ ମହିଳା ଆବେଦନ କରିସାରିଲେଣି । ଏବେ ବି ପଞ୍ଜୀକରଣ କରିବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ରାତି ଅନିଦ୍ରା ହୋଇ ଲୋକ ଲାଇନ୍‌ରେ ଛିଡ଼ା ହେଉଛନ୍ତି। 

ଗତକାଲି ଅନେକ ଆବେଦନକାରୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ୧ ଟଙ୍କା ଟ୍ରାନ୍ସଫର କରାଯାଇଛି। ଯେଉଁମାନଙ୍କ ପାଖକୁ ଟଙ୍କା ଯାଇନି, ସେମାନଙ୍କୁ ମଧ୍ୟ ପର୍ଯ୍ୟାୟକ୍ରମେ ଯାଂଚ ପ୍ରକ୍ରିୟା ଶେଷ ହେବା ପରେ ଟଙ୍କା ପଠାଯିବ। ସେପଟେ ସୁଭଦ୍ରା ଯୋଜନା ପାଇଁ ସବୁଆଡେ ଚର୍ଚ୍ଚା, ସବୁ କେନ୍ଦ୍ରରେ ଗହଳି ଚହଳି। ଜିଲ୍ଲା ଠାରୁ ବ୍ଲକ, ସବୁଠି ସଚେତନତା  କାର୍ଯ୍ୟକ୍ରମ । ଏସବୁ ଭିତରେ ମହିଳାଙ୍କ ଖାତାକୁ ଆସିଛି ପରୀକ୍ଷାମୂଳକ ଏକ ଟଙ୍କା । 

ଯାହାକୁ ନେଇ ଏବେ ମହିଳାଙ୍କ ଖୁସି କହିଲେ ନସରେ। ପ୍ରଧାନମନ୍ତ୍ରୀ ୧୭ତାରିଖରେ ଏହି ଯୋଜନାର ଶୁଭାରମ୍ଭ କରିବେ । ଏହା ପୂର୍ବରୁ ମହିଳାଙ୍କ ମୋବାଇଲକୁ ମେସେଜ ଆସିବା ସହ ଖାତାକୁ ଟଙ୍କାଟିଏ ଆସିବା ପରେ ଖୁସି ବ୍ୟକ୍ତ କରିଛନ୍ତି ମହିଳା । ସୁଭଦ୍ରା ଯୋଜନାରେ ପରୀକ୍ଷାମୂଳକ ଭାବେ ଆକାଉଂଟକୁ ଏକ ଟଙ୍କା ଆସିବା ପରେ  ମହିଳାଙ୍କ ମଧ୍ୟରେ ଖୁସି । ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକର ସରମୁହାଣ ପଂଚାୟତରେ  ଉଜଲି ନାଗ ଓ ସରମୁହାଣ ପଂଚାୟତର ସସ୍ମିତା ନାୟକ ଙ୍କ ଆକାଉଂଟକୁ ଏକ ଟଙ୍କା ଲେଖାଏଁ ଆସିଛି ।

ଏନେଇ ମୋବାଇଲରେ ମେସେଜ ଦେଖି ଉଭୟ ଖୁସି ହୋଇଯାଇଛନ୍ତି। ସାରା ରାଜ୍ୟରେ ସରକାରଙ୍କ ସୁଭଦ୍ରା ଯୋଜନା ପାଇଁ ବିଭିନ୍ନ  କାର୍ଯ୍ୟକ୍ରମ ଚାଲିଥିବା ବେଳେ କଣ୍ଟାପଡ଼ା ବ୍ଲକରେ ସୁଭଦ୍ରା ଯୋଜନା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ଏସ୍‌ ଏଚ୍‌ଜି ମହିଳା, ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ଆଦି ଯୋଗଦେଇ ପଦଯାତ୍ରାରେ ସାମିଲ ହୋଇଥିଲେ । ଏହାକୁ ବ୍ଲକ୍ ଅଧ୍ୟକ୍ଷା ଜିନା ଭୋଇ ଓ ବ୍ଳକର ସମସ୍ତ ବିଭାଗ ଅଧିକାରୀ ଓ କର୍ମଚାରୀ ପରିଚାଳନା କରିଥିଲେ ।