ଆସନ୍ତାକାଲି ୧୩ ରାଜ୍ୟର ୮୯ ଆସନରେ ହେବ ଭୋଟ୍
ନନ୍ଦିଘୋଷ ବ୍ୟୁରୋ: ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ। ୧୩ ରାଜ୍ୟର ୮୯ ଆସନରେ ହେବ ଭୋଟ। ୧୨୧୦ ପ୍ରାର୍ଥୀଙ୍କ ଭାଗ୍ଯ... The post ଆସନ୍ତାକାଲି ୧୩ ରାଜ୍ୟର ୮୯ ଆସନରେ ହେବ ଭୋଟ୍ appeared first on .
ନନ୍ଦିଘୋଷ ବ୍ୟୁରୋ: ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ। ୧୩ ରାଜ୍ୟର ୮୯ ଆସନରେ ହେବ ଭୋଟ। ୧୨୧୦ ପ୍ରାର୍ଥୀଙ୍କ ଭାଗ୍ଯ ବି ହେବ ନିର୍ଦ୍ଧାରଣ। ମଇଦାନରେ ୧୦୦ ମହିଳା ପ୍ରାର୍ଥୀ ଥିବାବେଳେ ୩୯୦ କୋଟିପତି ପ୍ରାର୍ଥୀ ରହିଛନ୍ତି। ସାରା ଦେଶବାସୀଙ୍କ ନଜର ରହିଛି କେରଳ ୱାୟନାଡ ସିଟ୍ ଉପରେ। ଏଠାରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେଠାରେ ଇଣ୍ଡିଆ ମେଣ୍ଟ ବିଫଳ ହୋଇଥିବାରୁ ରାହୁଲ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି। ଆସାମର ୫ ଲୋକସଭା ଆସନ, ବିହାରର ୫, ଛତିଶଗଡ଼ ୩, କର୍ଣ୍ଣାଟକର ୧୪, କେରଳର ୨୦, ମଧ୍ୟପ୍ରଦେଶର ୭, ମହାରାଷ୍ଟ୍ରର ୮, ଉତ୍ତରପ୍ରଦେଶର ୮, ରାଜସ୍ଥାନର ୧୩, ପଶ୍ଚିମବଂଗର ୩ ସହ ତ୍ରିପୁରା, ମଣିପୁର ଓ ଜମ୍ମୁ କାଶ୍ମୀର ଗୋଟିଏ ଲେଖାଏ ଆସନରେ ଭୋଟ ଗ୍ରହଣ ହେବ। କଂଗ୍ରେସ ନେତା କେ.ସି. ଭେନୁଗୋପାଲ, ତାରିକ ଅନୱର, ଶଶୀ ଥରୁରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। କେରଳର ପୂର୍ବତନ ମୁଖ୍ଯମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି, ଅଶୋକ ଗେହଲଟଙ୍କ ପୁଅ ବୈଭବ ପଟେଲ, ବସୁନ୍ଧରା ରାଜେଙ୍କ ପୁଅ ଦୁଶ୍ଯନ୍ତ ସିଂ, ପୂର୍ବତନ ମୁଖ୍ଯମନ୍ତ୍ରୀ ଏଚ.ଡି.କୁମାରସ୍ବାମୀ, ଭୂପେଶ ବଘେଲ ବି ରହିଛନ୍ତି ମଇଦାନରେ। ଅଭିନେତ୍ରୀ ହେମାମାଳିନୀ, ଅରୁଣ ଗୋଭିଲଙ୍କର ବି ହେବ ଭାଗ୍ଯ ପରୀକ୍ଷା। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ରାଜସ୍ଥାନ ଏବଂ କେରଳରେ ଭୋଟଗ୍ରହଣ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯିବ। ଏପ୍ରିଲ ୧୯ରେ ରାଜସ୍ଥାନର ୧୨ ଲୋକସଭା ଆସନ ଲାଗି ଭୋଟଗ୍ରହଣ ହୋଇଥିଲା।
The post ଆସନ୍ତାକାଲି ୧୩ ରାଜ୍ୟର ୮୯ ଆସନରେ ହେବ ଭୋଟ୍ appeared first on .