ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ। ୨୮ଟି କାର୍ଯ୍ୟଦିବସ ସହ ଲମ୍ବା ସମୟର ବଜେଟ ଅଧିବେଶନରେ ଅଡୁଆରେ ପଡିପାରନ୍ତି ସରକାର। ଅଧିବେଶନକୁ... The post ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ appeared first on .

ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ। ୨୮ଟି କାର୍ଯ୍ୟଦିବସ ସହ ଲମ୍ବା ସମୟର ବଜେଟ ଅଧିବେଶନରେ ଅଡୁଆରେ ପଡିପାରନ୍ତି ସରକାର। ଅଧିବେଶନକୁ ସୁରୁଖୁରୁରେ ସାରିବାକୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ବସିବ ସର୍ବଦଳୀୟ ବୈଠକ। ସେପଟେ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖଭବନରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ରାଜ୍ୟ ସ୍ବାର୍ଥ ସହ ନୂଆ ଓ ପୁରୁଣା ପ୍ରସଙ୍ଗକୁ କିପରି ଶାଣିତ କରାଯିବ, ସେନେଇ ପ୍ରସ୍ତୁତ ହେବ ରଣନୀତି। ଲୋକଙ୍କ ସ୍ବର ସାଜି ଆକ୍ରମଣାତ୍ମକ ଭୂମିକା ଆପଣାଇବ ବିଜେଡି।

ଗୃହରେ ଉଠିବ ଆଇନଶୃଙ୍ଖଳା, ହଇଜା, ଧାନ କିଣାରେ କଟନି ଛଟନି ଆଦି ପ୍ରସଙ୍ଗ। ରାଜଧାନୀରେ ଯୁବକଙ୍କୁ ହତ୍ୟା, ଭିଆଇପି ଏରିଆରୁ ଚୋରି, ନେତାଙ୍କୁ ହତ୍ୟା ଧମକ ସହ ସାରା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ବଡ଼ ଅସ୍ତ୍ର କରିବ ବିଜେଡି। ତେଣେ ସରକାର ଗଠନର ୨୪ ଘଣ୍ଟା ଭିତରେ ଚିଟଫଣ୍ଡ ଟଙ୍କା ଫେରସ୍ତ, ୩୦୦ ୟୁନିଟ ମାଗଣା ବିଜୁଳି, ବର୍ଦ୍ଧିତ ଭତ୍ତା, ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କା ଦେବା ପରି ମାଳମାଳ ନିର୍ବାଚନୀ ପ୍ରତିଶୃତି ଭୁଲି ଯାଇଛି ଡବଲ ଇଞ୍ଜିନ ସରକାର। ଏକଥାକୁ କଂଗ୍ରେସ ପ୍ରସଙ୍ଗ କରି ବଜେଟ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି। ୧୭ ତାରିଖରେ ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ।

The post ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ appeared first on .