ଆସନ୍ତାକାଲିଠୁ ଆର୍‌ବିଆଇର ମୁଦ୍ରା ନୀତି କମିଟି ବୈଠକ, କମିପାରେ ରେପୋ ରେଟ୍‌….

ମୁମ୍ବାଇ: ଆସନ୍ତାକାଲି ଠାରୁ ୭ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବ୍ୟାଙ୍କ ଆର୍‌ବିଆଇର ମୁଦ୍ରା ନୀତି କମିଟି (ଏମ୍‌ପିସି) ବୈଠକ ବସିବାକୁ ଯାଉଛି। ଆର୍‌ବିଆଇର ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ନେତୃତ୍ବରେ ବସିବାକୁ ଥିବା ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ଏଥିରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇପାରେ। ଏଥିରେ ରେପୋ ରେଟ୍‌ ହ୍ରାସ ନେଇ ନିଷ୍ପତ୍ତି ନିଆଯିବ ବୋଲି ଆଶା ରହିଛି। ୨୦୨୫-୨୬ର ବଜେଟରେ କେନ୍ଦ୍ର ସରକାର ବ୍ୟୟ ବଢ଼ାଇବାକୁ ପ୍ରାଧାନ୍ୟ ଦେଇଛନ୍ତି। ଆର୍ଥିକ ବୃଦ୍ଧି […]

ଆସନ୍ତାକାଲିଠୁ ଆର୍‌ବିଆଇର ମୁଦ୍ରା ନୀତି କମିଟି ବୈଠକ, କମିପାରେ ରେପୋ ରେଟ୍‌….
revenue-secretary-sanjay-malhotra-to-be-next-rbi-governor

ମୁମ୍ବାଇ: ଆସନ୍ତାକାଲି ଠାରୁ ୭ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବ୍ୟାଙ୍କ ଆର୍‌ବିଆଇର ମୁଦ୍ରା ନୀତି କମିଟି (ଏମ୍‌ପିସି) ବୈଠକ ବସିବାକୁ ଯାଉଛି। ଆର୍‌ବିଆଇର ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ନେତୃତ୍ବରେ ବସିବାକୁ ଥିବା ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ଏଥିରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇପାରେ। ଏଥିରେ ରେପୋ ରେଟ୍‌ ହ୍ରାସ ନେଇ ନିଷ୍ପତ୍ତି ନିଆଯିବ ବୋଲି ଆଶା ରହିଛି।

୨୦୨୫-୨୬ର ବଜେଟରେ କେନ୍ଦ୍ର ସରକାର ବ୍ୟୟ ବଢ଼ାଇବାକୁ ପ୍ରାଧାନ୍ୟ ଦେଇଛନ୍ତି। ଆର୍ଥିକ ବୃଦ୍ଧି ବଢାଇବା ପାଇଁ ଏହା ଜରୁରୀ ବୋଲି କୁହାଯାଉଛି। ଆର୍‌ବିଆଇ ରେପୋ ରେଟ୍‌ ହ୍ରାସ କରି ଏ କ୍ଷେତ୍ରରେ ସରକାରଙ୍କୁ ସହଯୋଗ ଦେଇପାରେ। ଆର୍‌ବିଆଇ ୨ ବର୍ଷ ହେଲା ରେପୋ ରେଟ୍‌କୁ ସ୍ଥିର ରଖିଛି।

୨୦୨୩ ଫେବୃଆରୀରୁ ଏହା ୬.୫ ପ୍ରତିଶତ ରହିଛି। ତେଣୁ ଚଳିତ ସପ୍ତାହରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍‌ରେ ୨୫ ବେସିସ ପଏଣ୍ଟ (ବିପିଏସ) ହ୍ରାସ କରିପାରେ। ଏହା ଟଙ୍କା ମୂଲ୍ୟ ହ୍ରାସକୁ ମଧ୍ୟ ସହଯୋଗ ଦେବ। ଆର୍ଥିକ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ଆର୍‌ବିଆଇ ଏବଂ ସରକାରୀ ବ୍ୟାଙ୍କରୁ କେନ୍ଦ୍ରକୁ ମୋଟ ୨.୫୬ ଲକ୍ଷ କୋଟିର ଡିଭିଡେଣ୍ଡ (ଲାଭାଂଶ) ପ୍ରଦାନ କରାଯାଇପାରେ। ୨୦୨୪-୨୫ରେ କେନ୍ଦ୍ରକୁ ୨.୩୦ ଲକ୍ଷ କୋଟିର ଲାଭାଂଶ ମିଳିଥିଲା। ଚଳିତ ବର୍ଷ ଏହାଠାରୁ ଅଧିକ ମିଳିବ ବୋଲି ଆଶା।