ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ବିଦା ହେଲେ ଅବସରପ୍ରାପ୍ତ ୩୨ ଅଧିକାରୀ ଓ କର୍ମଚାରୀ

ପୁରୀ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ୩୨ ଜଣ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ବିଦା କରାଯାଇଛି। ସେମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଥିଲା। ଏହାକୁ ଗୁରୁତର ସହ ନେଇ ୩୨ ଜଣଙ୍କୁ ଚାକିରୀରୁ ଛୁଟି ଦିଆଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ। ସାଧାରଣତଃ କୌଣସି ପଦବୀରୁ କେହି ଯଦି ଅବସର ନିଅନ୍ତି ତେବେ ସେହି ପଦବୀ ପୂରଣ ପାଇଁ ବିଜ୍ଞାପନ ମାଧ୍ୟମରେ ନୂଆ […]

ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ବିଦା ହେଲେ ଅବସରପ୍ରାପ୍ତ ୩୨ ଅଧିକାରୀ ଓ କର୍ମଚାରୀ
32 retired officers and employees leave Jagannatha Temple Office

ପୁରୀ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ୩୨ ଜଣ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ବିଦା କରାଯାଇଛି। ସେମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଥିଲା। ଏହାକୁ ଗୁରୁତର ସହ ନେଇ ୩୨ ଜଣଙ୍କୁ ଚାକିରୀରୁ ଛୁଟି ଦିଆଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ।

ସାଧାରଣତଃ କୌଣସି ପଦବୀରୁ କେହି ଯଦି ଅବସର ନିଅନ୍ତି ତେବେ ସେହି ପଦବୀ ପୂରଣ ପାଇଁ ବିଜ୍ଞାପନ ମାଧ୍ୟମରେ ନୂଆ ନିଯୁକ୍ତି ବାହାରିଥାଏ। ହେଲେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ କିନ୍ତୁ ଏଥିରେ ବ୍ୟତିକ୍ରମ ହେଉଥିଲା। କିଛିବର୍ଷ ହେବ ଅବସର ନେଉଥିବା ଅଧିକାଂଶ କର୍ମଚାରୀ ଓ ଅଧିକାରୀଙ୍କୁ ପୁନଶ୍ଚ ସେହି ପଦବୀରେ ନିଯୁକ୍ତି ଦିଆଯାଉଥିଲା। ଏହାଦ୍ୱାରା ଚାକିରି ପାଇଁ ଆଶା ବାନ୍ଧିଥିବା ଯୁବବର୍ଗଙ୍କୁ ନିରାଶ ହେବାକୁ ପଡୁଛି। ଅନ୍ୟପକ୍ଷରେ ବିଧିବଦ୍ଧ ଅବସର ପାଇଥିବା ବରିଷ୍ଠମାନେ ସେହି ଅଫିସରୁ ଦୁଇଟି ଫାଇଦା ପାଉଥିଲେ। ଅର୍ଥାତ୍‌ ସେମାନଙ୍କୁ ପେନ୍‌ସନ ଏବଂ ଦରମା ଦୁଇଟିଯାକ ମିଳୁଥିବାବେଳେ ଯୁବବର୍ଗ ଚାକିରୀ ନ ପାଇ ହତାଶ ହେଉଛନ୍ତି।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅବସରପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କ ପୁନଃ ନିଯୁକ୍ତି ନେଇ ଅନେକ ପ୍ରଶ୍ନ ଉଠାଇ ଆସୁଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶିକ୍ଷିତ ଯୁବକ ଯୁବତୀ ଚାକିରୀ ପାଇଁ ନାକେଦମ୍‌ ହେଉଛନ୍ତି। ଇଣ୍ଟରଭ୍ୟୁ ପରେ ଇଣ୍ଟରଭ୍ୟୁ ଦେଉଛନ୍ତି। ହେଲେ ଚାକିରୀ ଖଣ୍ଡିଏ ମିଳିବା ଅନେକଙ୍କ ପାଇଁ ସ୍ୱପ୍ନ ହୋଇଯାଉଛି। ମାତ୍ର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜଣେ ଅବସର ନେବା ପରେ ତାଙ୍କୁ ପୁନଃ ନିଯୁକ୍ତି ମିଳିଯାଉଥିଲା। ଏହାକୁ ନେଇ ବେକାର ଯୁବକ ଯୁବତୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ କାହିଁକି ଅବସର ନେଲା ପରେ ପୁଣି ତାଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି ପ୍ରଶ୍ନ ଉଠାଉଥିଲେ ଅନେକ ବୁଦ୍ଧିଜୀବୀ। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଉଥିଲା। ତେଣୁ ଅବରପ୍ରାପ୍ତ ୩୨ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରୀରୁ ସବୁଦିନ ପାଇଁ ଛୁଟି ଦିଆଯାଇଥିବା ମୁଖ୍ୟ ପ୍ରଶାସକ ଶ୍ରୀ ପାଢୀ ସୂଚନା ଦେଇଛନ୍ତି।