ରେଳରୁ ଖସି ଯବାନ ମୃତ
ପାତ୍ରପୁର: ପାତ୍ରପୁର ବ୍ଳକ ସୁରଙ୍ଗି ପଞ୍ଚାୟତ ସୋଲଭାଗ ପେଣ୍ଠ ଗ୍ରାମର ଜଣେ ଯବାନ ରେଳରୁ ଖସି ପଡ଼ି ମୃତ୍ୟୁ ବରଣ କରିଥିବା ଜଣା ପଡିଛି। ମୃତf ଯବାନ ତିନି ବର୍ଷ ପୂର୍ବେ ଚାକିରୀରେ ଯୋଗ ଦେଇ ଥିବା ବେଳେ ସେ କଲକାତାରେ କାର୍ଯ୍ୟ କରୁଥିଲେ। ଗତକାଲି ସେ ଗ୍ରାମକୁ ଆସିବା ପାଇଁ ଫୋନ କରିଥିଲେ। ଆଜି ଟ୍ରେନ ଯୋଗେ ଘରକୁ ଆସୁଥିବା ବେଳେ ମାଲଦା ନିକଟରେ ରେଳରୁ ଖସି ମୃତ୍ୟୁ ଘଟିଥିଲା। ସେ ରାମଚନ୍ଦ୍ର ବେହେରାଙ୍କ ବଡ଼ […]

ପାତ୍ରପୁର: ପାତ୍ରପୁର ବ୍ଳକ ସୁରଙ୍ଗି ପଞ୍ଚାୟତ ସୋଲଭାଗ ପେଣ୍ଠ ଗ୍ରାମର ଜଣେ ଯବାନ ରେଳରୁ ଖସି ପଡ଼ି ମୃତ୍ୟୁ ବରଣ କରିଥିବା ଜଣା ପଡିଛି। ମୃତf ଯବାନ ତିନି ବର୍ଷ ପୂର୍ବେ ଚାକିରୀରେ ଯୋଗ ଦେଇ ଥିବା ବେଳେ ସେ କଲକାତାରେ କାର୍ଯ୍ୟ କରୁଥିଲେ। ଗତକାଲି ସେ ଗ୍ରାମକୁ ଆସିବା ପାଇଁ ଫୋନ କରିଥିଲେ। ଆଜି ଟ୍ରେନ ଯୋଗେ ଘରକୁ ଆସୁଥିବା ବେଳେ ମାଲଦା ନିକଟରେ ରେଳରୁ ଖସି ମୃତ୍ୟୁ ଘଟିଥିଲା। ସେ ରାମଚନ୍ଦ୍ର ବେହେରାଙ୍କ ବଡ଼ ପୁଅ ବୋଲି ଜଣା ପଡିଛି। ଆସନ୍ତାକାଲି ତାଙ୍କ ପାର୍ଥିବ ଶରୀର ଗ୍ରାମରେ ପହଞ୍ଚିବ ବୋଲି ସୂଚନା ମିଳିଛି।