ନନ୍ଦନକାନନରେ ଧଳାବାଘ ଛୁଆର ମୃତ୍ୟୁ
ସମାଜ ଡିଜିଟାଲ ଡେସ୍କ: ପ୍ରାଣୀପ୍ରେମୀଙ୍କ ପାଇଁ ଦୁଃଖଦ ଖବର। ନନ୍ଦନକାନନରେ ଏକ ଧଳା ବାଘ ଛୁଆର ମୃତ୍ୟୁ ଘଟିଛି। ୭ମାସର ଏହି ମାଈ ଧଳା ବାଘ ଛୁଆଟି ବାଘ କ୍ରିଷ୍ଣା ଏବଂ ବାଘୁଣୀ ରୂପାଠାରୁ ୨୦୨୪ ନଭେମ୍ବର ମାସରେ ଜନ୍ମଗ୍ରହଣ କରିଥିଲା। ଗତ ମାର୍ଚ୍ଚ ମାସରେ ଛୁଆଟି ଅସୁସ୍ଥ ହୋଇପଡ଼ିଥିଲା। ଫଳରେ ତାହାକୁ ଏନକ୍ଲୋଜରରୁ ଅଲଗା ରଖି ଚିକିତ୍ସା କରାଯାଇଥିଲା। ସୁଦ୍ଧ ହେବା ପରେ ତା’କୁ ପୁଣି ଏନକ୍ଲୋଜରରେ ଛଡ଼ାଯାଇଥିଲା। କିନ୍ତୁ ଗତ ରବିବାର ଦିନ ହଠାତ୍ […]

ସମାଜ ଡିଜିଟାଲ ଡେସ୍କ: ପ୍ରାଣୀପ୍ରେମୀଙ୍କ ପାଇଁ ଦୁଃଖଦ ଖବର। ନନ୍ଦନକାନନରେ ଏକ ଧଳା ବାଘ ଛୁଆର ମୃତ୍ୟୁ ଘଟିଛି। ୭ମାସର ଏହି ମାଈ ଧଳା ବାଘ ଛୁଆଟି ବାଘ କ୍ରିଷ୍ଣା ଏବଂ ବାଘୁଣୀ ରୂପାଠାରୁ ୨୦୨୪ ନଭେମ୍ବର ମାସରେ ଜନ୍ମଗ୍ରହଣ କରିଥିଲା।
ଗତ ମାର୍ଚ୍ଚ ମାସରେ ଛୁଆଟି ଅସୁସ୍ଥ ହୋଇପଡ଼ିଥିଲା। ଫଳରେ ତାହାକୁ ଏନକ୍ଲୋଜରରୁ ଅଲଗା ରଖି ଚିକିତ୍ସା କରାଯାଇଥିଲା। ସୁଦ୍ଧ ହେବା ପରେ ତା’କୁ ପୁଣି ଏନକ୍ଲୋଜରରେ ଛଡ଼ାଯାଇଥିଲା। କିନ୍ତୁ ଗତ ରବିବାର ଦିନ ହଠାତ୍ ଛୁଆଟିର ମୃତ୍ୟୁ ଘଟିଥିଲା। ବାଘ ଛୁଆର ମୃତ୍ୟୁ ପରେ ନନ୍ଦନକାନନ କର୍ମଚାରୀ ଏବଂ ପର୍ଯ୍ୟଟକମାନଙ୍କ ମଧ୍ୟରେ ନିରାଶା ଦେଖିବାକୁ ମିଳିଛି। ବ୍ୟବଚ୍ଛେଦ ପରେ ବାଘ ଛୁଆ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି।