ଶନିବାର ମଧ୍ୟ ଖୋଲା ରହିବ ସେୟାର ବଜାର, NSE-BSEରେ ହେବ ସ୍ପେଶାଲ ଟ୍ରେଡିଂ ସେସନ

ନୂଆଦିଲ୍ଲୀ ୧୭।୫: ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ୧୮ ମେ ଶନିବାର ମଧ୍ୟ ଖୋଲା ରହିବ। ଉଭୟ ଏକ୍ସଚେଞ୍ଜରେ ଏକ ସ୍ପେଶାଲ ଲାଇଭ  ଟ୍ରେଡିଂ ସେସନ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଦିନକ ଲାଗି ବିଏସଇ ଓ ଏନଏସଇର ପୁରା କାରବାର ଡିଜାଷ୍ଟର ରିକଭରୀ ସାଇଟ (ଡିଆରସାଇଟ)କୁ ସ୍ୱିଚ୍‌ ହେବ। ଏନଏସଇ ଓ ବିଏସଇରେ ଇକ୍ୱଟି ଓ ଇକ୍ୱିଟି ଡେରିଭେଟିଭ ସେଗମେଣ୍ଟରେ ଶନିବାର ସ୍ପେଶାଲ ଟ୍ରେଡିଂ ସେସନ ହେବ। କୌଣସି ବୈଷୟିକ ତ୍ରୁଟି ଯୋଗୁ ପ୍ରାଇମେରୀ ସାଇଟ୍ କ୍ରାସ ହୋଇଯିବା ସ୍ଥିତିରେ ଟ୍ରେଡିଂ ଜାରି ରଖିବାର ବ୍ୟବସ୍ଥା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି।   ଏହା ପୂର୍ବରୁ ମାର୍ଚ୍ଚ ୨ ତାରିଖରେ ମଧ୍ୟ ଏନଏସଇ ଓ ବିଏସଇ ଏହିପରି ଏକ ସ୍ପେଶାଲ ଟ୍ରେଡିଂ ସେସନ କରିଥିଲେ। ଜାନୁୟାରୀ ୨୦ରେ ମଧ୍ୟ ଏହି ଉଦ୍ଦେଶ୍ୟରେ ସ୍ପେଶାଲ ଟ୍ରେଡିଂ ହୋଇଥିଲା। ଅଯୋଧ୍ୟାରେ ଜାନୁୟାରୀ ୨୨ ତାରିଖ ଦିନ ଶ୍ରୀରାମ ମନ୍ଦିର ଉଦଘାଟନ ନିମନ୍ତେ ଜାନୁୟାରୀ ୨୦ ତାରିଖରେ ଫୁଲ ଫ୍ଲେଜ୍ ଟ୍ରେଡିଂ ସେସନ ଅନୁଷ୍ଠିତ ହୋଇଥିଲା ଓ ଜାନୁୟାରୀ ୨୨ରେ ସେୟାର ବଜାର ବନ୍ଦ ରହିଥିଲା। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଅଲଗା ଅଲଗା ସର୍କୁଲାରରେ କହିଛନ୍ତି ଯେ ‘ଏକ୍ସଚେଞ୍ଜ ଶନିବାର ମେ ୧୮ରେ ଇକ୍ୱିଟି ଓ ଇକ୍ୱଟି ଡେରିଭେଟିଭ ସେଗମେଣ୍ଟରେ ପ୍ରାଇମେରୀ ସାଇଟରୁ ଡିଜାଷ୍ଟକ ରିକଭରି ସାଇଟକୁ ଇଣ୍ଟ୍ରାଡେ ସ୍ୱିଚ୍ ସହିତ ସ୍

ଶନିବାର ମଧ୍ୟ ଖୋଲା ରହିବ ସେୟାର ବଜାର, NSE-BSEରେ ହେବ ସ୍ପେଶାଲ ଟ୍ରେଡିଂ ସେସନ

ନୂଆଦିଲ୍ଲୀ ୧୭।୫: ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ୧୮ ମେ ଶନିବାର ମଧ୍ୟ ଖୋଲା ରହିବ। ଉଭୟ ଏକ୍ସଚେଞ୍ଜରେ ଏକ ସ୍ପେଶାଲ ଲାଇଭ  ଟ୍ରେଡିଂ ସେସନ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଦିନକ ଲାଗି ବିଏସଇ ଓ ଏନଏସଇର ପୁରା କାରବାର ଡିଜାଷ୍ଟର ରିକଭରୀ ସାଇଟ (ଡିଆରସାଇଟ)କୁ ସ୍ୱିଚ୍‌ ହେବ। ଏନଏସଇ ଓ ବିଏସଇରେ ଇକ୍ୱଟି ଓ ଇକ୍ୱିଟି ଡେରିଭେଟିଭ ସେଗମେଣ୍ଟରେ ଶନିବାର ସ୍ପେଶାଲ ଟ୍ରେଡିଂ ସେସନ ହେବ। 

କୌଣସି ବୈଷୟିକ ତ୍ରୁଟି ଯୋଗୁ ପ୍ରାଇମେରୀ ସାଇଟ୍ କ୍ରାସ ହୋଇଯିବା ସ୍ଥିତିରେ ଟ୍ରେଡିଂ ଜାରି ରଖିବାର ବ୍ୟବସ୍ଥା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି।   ଏହା ପୂର୍ବରୁ ମାର୍ଚ୍ଚ ୨ ତାରିଖରେ ମଧ୍ୟ ଏନଏସଇ ଓ ବିଏସଇ ଏହିପରି ଏକ ସ୍ପେଶାଲ ଟ୍ରେଡିଂ ସେସନ କରିଥିଲେ। ଜାନୁୟାରୀ ୨୦ରେ ମଧ୍ୟ ଏହି ଉଦ୍ଦେଶ୍ୟରେ ସ୍ପେଶାଲ ଟ୍ରେଡିଂ ହୋଇଥିଲା। ଅଯୋଧ୍ୟାରେ ଜାନୁୟାରୀ ୨୨ ତାରିଖ ଦିନ ଶ୍ରୀରାମ ମନ୍ଦିର ଉଦଘାଟନ ନିମନ୍ତେ ଜାନୁୟାରୀ ୨୦ ତାରିଖରେ ଫୁଲ ଫ୍ଲେଜ୍ ଟ୍ରେଡିଂ ସେସନ ଅନୁଷ୍ଠିତ ହୋଇଥିଲା ଓ ଜାନୁୟାରୀ ୨୨ରେ ସେୟାର ବଜାର ବନ୍ଦ ରହିଥିଲା। 

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଅଲଗା ଅଲଗା ସର୍କୁଲାରରେ କହିଛନ୍ତି ଯେ ‘ଏକ୍ସଚେଞ୍ଜ ଶନିବାର ମେ ୧୮ରେ ଇକ୍ୱିଟି ଓ ଇକ୍ୱଟି ଡେରିଭେଟିଭ ସେଗମେଣ୍ଟରେ ପ୍ରାଇମେରୀ ସାଇଟରୁ ଡିଜାଷ୍ଟକ ରିକଭରି ସାଇଟକୁ ଇଣ୍ଟ୍ରାଡେ ସ୍ୱିଚ୍ ସହିତ ସ୍ୱତନ୍ତ୍ର ଲାଇଭ ଟ୍ରେଡିଂ ସେସନ ଅନୁଷ୍ଠିତ ହେବ’। ପ୍ରଥମ ସ୍ପେଶାଲ ଲାଇଭ ଟ୍ରେଡିଂ ସେସନ ପ୍ରାଇମେରୀ ସାଇଟ୍ ରେ ପୂର୍ବାହ୍ନ ୯ଟା ୧୫ ମିନିଟ୍‌ରୁ ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ସ୍ପେଶାଲ ସେସନ ଡିଜାଷ୍ଟର ରିକୋଭରି ସାଇଟ୍ ରେ ସକାଳ ୧୧ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। 

ପ୍ରଥମ ସେସନର ପ୍ରି-ଓପନ ସେସନ ସକାଳ ୯ଟା ବେଳେ ଆରମ୍ଭ ହେବ ଓ ୯ଟା ୮ ମିନିଟ୍‌ରେ କ୍ଲୋଜ ହେବ। ଦ୍ୱିତୀୟ ସେସନ ନିମନ୍ତେ ପ୍ରି-ଓପନ ସେସନର ଓପନିଂ ଟାଇମ ଦିନ ୧୧ଟା ୧୫ ମିନିଟ୍‌ରେ ହେବ ଓ କ୍ଲୋଜିଂ ଟାଇମ ୧୧ଟା ୨୩ ରହିବ। ସେପଟେ ମିଡକ୍ୟାପ, ସ୍ମଲ କ୍ୟାପ ଓ କଞ୍ଜ୍ୟୁମର ଷ୍ଟକ୍‌ରେ ଜୋରଦାର କିଣିବିକା ହୋଇଛି। ଫଳରେ ଶୁକ୍ରବାର ସେୟାର ବଜାରରେ  ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି ପ୍ରଥମ ଥର ପାଇଁ ବିଏସଇର ମାର୍କେଟ କ୍ୟାପ୍ ୪୧୦ଲକ୍ଷ କୋଟି ଟଙ୍କା ପାର କରିଛି।