ମକର ରାଶି ବ୍ୟକ୍ତିଙ୍କ ପାଇଁ ନୂତନ କାର୍ଯ୍ୟାରମ୍ଭ ଶୁଭ ହେବ, ପୁଞ୍ଜି ନିବେଶ ପାଇଁ ମଧ୍ୟ ଦିନଟି ଶୁଭଦାୟକ ରହିବ

ମେଷ- ଦଶମ ଚନ୍ଦ୍ର କାଳ ଭୋଗ ହେତୁ ଆପଣଙ୍କୁ ଉତ୍ତମ ଫଳ ପ୍ରାପ୍ତ ହୋଇପାରେ। ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ମିଳିବ। ଅର୍ଥପ୍ରାପ୍ତିର ଯୋଗ ରହିଛି। ମାତା ପିତାଙ୍କ ସ୍ବାସ୍ଥ୍ୟରେ ସମସ୍ୟା ଦେଖା ଦେଇପାରେ। ବୃଷ- ଦିନଟି ସଂପୂର୍ଣ୍ଣ ଭଲରେ କଟିବ। ସମ୍ମାନ ପ୍ରାପ୍ତିର ଯୋଗରହିଛି। ସେବା ପୂଜାରେ ମନୋନିବେଶ କରିବେ।  ଯାହା ବି କର୍ମ କରିଛନ୍ତି ତା’ର ଫଳ ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ। ବ୍ୟବସାୟରେ ଯାତ୍ରା ଯୋଗ ରହିଛି। ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ।ମିଥୁନ- ଅଷ୍ଟମ ଚନ୍ଦ୍ର ରହିଥିବାରୁ ଦିନଟି ଏତେ ଭଲ ଫଳ ଦେବ ନାହିଁ । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଚିନ୍ତାରେ ଦିନଟି କଟିବ। କାର୍ଯ୍ୟ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇପାରେ। ପରିବାରରେ ହଠାତ୍ କିଛି ଅସୁବିଧା ସୃଷ୍ଟି ହେବ।କର୍କଟ- ରାଶିକୁ ସପ୍ତମ ଚନ୍ଦ୍ର ହେତୁ ନୂତନ କାର୍ଯ୍ୟ କ୍ଷେତ୍ରରେ ଯୋଗଦାନ କରିବେ। ମନ ସାମାନ୍ୟ ଚିନ୍ତିତ ରହିବ। ସୁସମ୍ବାଦ ପାଇ ଖୁସି ହେବେ । ଭ୍ରମଣ ଯୋଗ ରହିଛି । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।ସିଂହ- ରାଶିକୁ ଘାତ ଚନ୍ଦ୍ର । ମନକୁ ଦୃଢ଼ ରଖନ୍ତୁ। ବନ୍ଧୁମିଳନର ଯୋଗ ରହିଛି। ନୂତନ ସ୍ଥାନ ପ୍ରାପ୍ତି କରିପାରନ୍ତି। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ପରିବାରର ସାଥ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନେ ଧର୍ଯ୍ୟ ହରା ହୁଅନ୍ତୁ ନାହିଁ।କନ୍ୟା- ଦିନଟି ମଧ୍ୟମ

ମକର ରାଶି ବ୍ୟକ୍ତିଙ୍କ ପାଇଁ ନୂତନ କାର୍ଯ୍ୟାରମ୍ଭ ଶୁଭ ହେବ, ପୁଞ୍ଜି ନିବେଶ ପାଇଁ ମଧ୍ୟ ଦିନଟି ଶୁଭଦାୟକ ରହିବ

ମେଷ- ଦଶମ ଚନ୍ଦ୍ର କାଳ ଭୋଗ ହେତୁ ଆପଣଙ୍କୁ ଉତ୍ତମ ଫଳ ପ୍ରାପ୍ତ ହୋଇପାରେ। ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ମିଳିବ। ଅର୍ଥପ୍ରାପ୍ତିର ଯୋଗ ରହିଛି। ମାତା ପିତାଙ୍କ ସ୍ବାସ୍ଥ୍ୟରେ ସମସ୍ୟା ଦେଖା ଦେଇପାରେ। 

ବୃଷ- ଦିନଟି ସଂପୂର୍ଣ୍ଣ ଭଲରେ କଟିବ। ସମ୍ମାନ ପ୍ରାପ୍ତିର ଯୋଗରହିଛି। ସେବା ପୂଜାରେ ମନୋନିବେଶ କରିବେ।  ଯାହା ବି କର୍ମ କରିଛନ୍ତି ତା’ର ଫଳ ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ। ବ୍ୟବସାୟରେ ଯାତ୍ରା ଯୋଗ ରହିଛି। ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ।

ମିଥୁନ- ଅଷ୍ଟମ ଚନ୍ଦ୍ର ରହିଥିବାରୁ ଦିନଟି ଏତେ ଭଲ ଫଳ ଦେବ ନାହିଁ । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଚିନ୍ତାରେ ଦିନଟି କଟିବ। କାର୍ଯ୍ୟ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇପାରେ। ପରିବାରରେ ହଠାତ୍ କିଛି ଅସୁବିଧା ସୃଷ୍ଟି ହେବ।

କର୍କଟ- ରାଶିକୁ ସପ୍ତମ ଚନ୍ଦ୍ର ହେତୁ ନୂତନ କାର୍ଯ୍ୟ କ୍ଷେତ୍ରରେ ଯୋଗଦାନ କରିବେ। ମନ ସାମାନ୍ୟ ଚିନ୍ତିତ ରହିବ। ସୁସମ୍ବାଦ ପାଇ ଖୁସି ହେବେ । ଭ୍ରମଣ ଯୋଗ ରହିଛି । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।

ସିଂହ- ରାଶିକୁ ଘାତ ଚନ୍ଦ୍ର । ମନକୁ ଦୃଢ଼ ରଖନ୍ତୁ। ବନ୍ଧୁମିଳନର ଯୋଗ ରହିଛି। ନୂତନ ସ୍ଥାନ ପ୍ରାପ୍ତି କରିପାରନ୍ତି। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ପରିବାରର ସାଥ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନେ ଧର୍ଯ୍ୟ ହରା ହୁଅନ୍ତୁ ନାହିଁ।

କନ୍ୟା- ଦିନଟି ମଧ୍ୟମ ଫଳ ଦେବ। ଚିନ୍ତା ଗ୍ରସ୍ତ ରହିବେ। ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ। ଯାନବାହାନ ଯୋଗୁଁ ଖର୍ଚ୍ଚ ବଢ଼ିପାରେ। ଛାତ୍ରଛାତ୍ରୀମାନେ ସଫଳତାର ଶୀର୍ଷରେ ପହଞ୍ଚିବେ। ବ୍ୟବସାୟର ବିସ୍ତାର ହେବ।

ତୁଳା- ଦିନଟି ମିଶ୍ର ଫଳ ଦେବ। ମନ ପ୍ରସନ୍ନ ରହିବ। କଳହର ଯୋଗ ରହିଛି। ବ୍ୟବସାୟରେ ପ୍ରତିଯୋଗିତା ଲାଗି ରହିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ପାରିବାରିକ ସ୍ଥିତି ଅବ୍ୟବସ୍ଥିତ ହେବ।

ବିଛା- ପରିବାର ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। କିଛି ନୂଆ ଜିନିଷ ପାଇବା ଆଶାରେ ମନ ପ୍ରଫୁଲ୍ଲିତ ରହିବ । ଉନ୍ନତିର ମାର୍ଗ ଦେଖାଦେବ। ଛାତ୍ରଛାତ୍ରୀଙ୍କ ସଫଳତାର ଯୋଗ ରହିଛି।

ଧନୁ- ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଦେଖାଦେବ। ବ୍ୟସ୍ତତା ଭିତରେ ଦିନଟି କଟିବ ପରିଶ୍ରମର ଫଳ ବହୁତ ଭଲ ରହିବ। ଭବିଷ୍ୟତ ପାଇଁ କିଛି ବଡ଼ ନିଷ୍ପତ୍ତି ନେବେ।

 

ମକର- ଶ୍ରୀ ଚନ୍ଦ୍ର ରହିଥିବାରୁ, ଆର୍ଥିକ ଲାଭ ଯୋଗ ରହିଛି। ମିତ୍ରଙ୍କ ସାହାଯ୍ୟ ମିଳିବ। ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି। ପୁଞ୍ଜି ନିବେଶ କରିବା ପାଇଁ ମଧ୍ୟ ଶୁଭାଦୟକ ସାବ୍ୟସ୍ତ ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିବ।

କୁମ୍ଭ- ଆୟ ଠାରୁ ବ୍ୟୟ ଅଧିକ ରହିବ। ମନ ଅଶାନ୍ତ ରହିବ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଚଲାପଥରେ ଅବରୋଧ ଘଟିପାରେ। ଭବିଷ୍ୟତ ଚିନ୍ତାରେ ମନ ଅସ୍ଥିର ରହିବ। ସାଙ୍ଗ ସାଥୀଙ୍କ ପାଇଁ ଅସୁବିଧାରେ ପଡ଼ିପାରନ୍ତି ।

ମୀନ- ଦିନଟି ବହୁତ ଭଲରେ କଟିବ। କାର୍ଯ୍ୟ କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ। ଧନ ପ୍ରାପ୍ତିର ଯୋଗ ରହିଛି। ନୂତନ ସ୍ଥାନ ପ୍ରାପ୍ତ କରିପାରନ୍ତି । ବୈବାହିକ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀମାନେ ଉତ୍ତମ ଫଳ ପ୍ରାପ୍ତ କରିବେ  ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682