ପାକିସ୍ତାନର ନିମନ୍ତ୍ରଣ ରକ୍ଷା କରିବେ କି ମୋଦି? ଏହି କାର୍ଯ୍ୟକ୍ରମରେ ହେବେ ସାମିଲ

ଇସଲାମାବାଦ,୨୯।୮: ଚଳିତ ବର୍ଷ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ସାଂଘାଇ ସହଯୋଗ ସଂଗଠନ -୨୦୨୪ର ବୈଠକ ହେବାକୁ ଯାଉଛି। ଏଥିପାଇଁ ପାକିସ୍ତାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରଣ କରିଛି। ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମମତାଜ ଜାହରା ବାଲୋଚ କହିଛନ୍ତି ଯେ ୧୫ ରୁ ୧୬ ଅକ୍ଟୋବରରେ ଏସସିଓ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଅଂଶଗ୍ରହଣ କରୁଥିବା ଦେଶର ମୁଖ୍ୟମାନଙ୍କୁ ନିମନ୍ତ୍ରଣ ପଠାଯାଇଛି। ଏହି ନିମନ୍ତ୍ରଣକୁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ […] The post ପାକିସ୍ତାନର ନିମନ୍ତ୍ରଣ ରକ୍ଷା କରିବେ କି ମୋଦି? ଏହି କାର୍ଯ୍ୟକ୍ରମରେ ହେବେ ସାମିଲ appeared first on Dharitri Odia News.

ପାକିସ୍ତାନର ନିମନ୍ତ୍ରଣ ରକ୍ଷା କରିବେ କି ମୋଦି? ଏହି କାର୍ଯ୍ୟକ୍ରମରେ ହେବେ ସାମିଲ

ଇସଲାମାବାଦ,୨୯।୮: ଚଳିତ ବର୍ଷ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ସାଂଘାଇ ସହଯୋଗ ସଂଗଠନ -୨୦୨୪ର ବୈଠକ ହେବାକୁ ଯାଉଛି। ଏଥିପାଇଁ ପାକିସ୍ତାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରଣ କରିଛି। ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମମତାଜ ଜାହରା ବାଲୋଚ କହିଛନ୍ତି ଯେ ୧୫ ରୁ ୧୬ ଅକ୍ଟୋବରରେ ଏସସିଓ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଅଂଶଗ୍ରହଣ କରୁଥିବା ଦେଶର ମୁଖ୍ୟମାନଙ୍କୁ ନିମନ୍ତ୍ରଣ ପଠାଯାଇଛି। ଏହି ନିମନ୍ତ୍ରଣକୁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ବି ପଠାଯାଇଛି।

ସୂଚନାଯୋଗ୍ୟ, ଭାରତ ଏବଂ ଚାଇନା ସହିତ ପାକିସ୍ତାନ ମଧ୍ୟ ସାଂଘାଇ ସହଯୋଗ ସଂଗଠନର ସମ୍ପୂର୍ଣ୍ଣ ସଦସ୍ୟ ଅଟେ। ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ କେତେକ ଦେଶ ଏସସିଓରେ ଯୋଗଦେବାକୁ ନିଶ୍ଚିତ କରିଛନ୍ତି। ସମୟ ପାଖେଇ ଆସିବା ପରେ ହିଁ ଏହା ସ୍ପଷ୍ଟ ହୋଇଯିବ ଯେ କେଉଁ ଦେଶ ଏହି ସଭାରେ ଅଂଶଗ୍ରହଣ କରିବେ ଏବଂ କେଉଁ ଦେଶ ଅଂଶଗ୍ରହଣ କରିବେ ନାହିଁ। ଦୀର୍ଘ ଦିନ ଧରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ଦେଖାଦେଇଛି। ଏହାର ମୁଖ୍ୟ କାରଣ ହେଉଛି କଶ୍ମୀର ପ୍ରସଙ୍ଗ ଏବଂ ପାକିସ୍ତାନରୁ ବଢୁଥିବା ଆତଙ୍କବାଦ।

The post ପାକିସ୍ତାନର ନିମନ୍ତ୍ରଣ ରକ୍ଷା କରିବେ କି ମୋଦି? ଏହି କାର୍ଯ୍ୟକ୍ରମରେ ହେବେ ସାମିଲ appeared first on Dharitri Odia News.