ଓଡ଼ିଶାର ୧୨ ଟି ଜାଗାରେ ହେବ ମକଡ୍ରିଲ୍, ୭ରେ ହେବ ଏୟାରଆଟାକ୍ ସାଇରନ୍
ବାଲେଶ୍ବର : ଓଡ଼ିଶାରେ ହେବ ମକଡ୍ରିଲ୍ । ପ୍ରତିରକ୍ଷା ଦୃଷ୍ଟିକୋଣରୁ ଓଡ଼ିଶା ବେଶ ଗୁରୁତ୍ବ ବହନ କରୁଛି । ବାଲେଶ୍ବର ଚାନ୍ଦିପୁରରେ ରହିଛି ITR କ୍ଷେପଣାସ୍ତ୍ର ଘାଟି। ଧାମରାରେ ଅଛି ଅବଦୁଲ କାଲାମ ହ୍ବିଲର ଦ୍ବୀପ । ସୁନାବେଡ଼ାରେ ରହିଛି ମିଗ୍ ବିମାନ କାରଖାନା । ତେଣୁ ପ୍ରତିରକ୍ଷା ଦୃଷ୍ଟିକୋଣରୁ ଓଡ଼ିଶା ବି ଗୁରୁତ୍ବ ବହନ କରୁଛି । ଏସବୁ ସ୍ଥାନରେ ସୁରକ୍ଷା ଦୃଷ୍ଟିକୋଣରୁ ମକଡ୍ରିଲ କରାଯିବାର ସୂଚନା ରହିଛି । ଓଡ଼ିଶାରେ ୧୨ଟି ସ୍ଥାନରେ ମକ୍ଡ୍ରିଲ […] The post ଓଡ଼ିଶାର ୧୨ ଟି ଜାଗାରେ ହେବ ମକଡ୍ରିଲ୍, ୭ରେ ହେବ ଏୟାରଆଟାକ୍ ସାଇରନ୍ appeared first on KNews Odisha.

ବାଲେଶ୍ବର : ଓଡ଼ିଶାରେ ହେବ ମକଡ୍ରିଲ୍ । ପ୍ରତିରକ୍ଷା ଦୃଷ୍ଟିକୋଣରୁ ଓଡ଼ିଶା ବେଶ ଗୁରୁତ୍ବ ବହନ କରୁଛି । ବାଲେଶ୍ବର ଚାନ୍ଦିପୁରରେ ରହିଛି ITR କ୍ଷେପଣାସ୍ତ୍ର ଘାଟି। ଧାମରାରେ ଅଛି ଅବଦୁଲ କାଲାମ ହ୍ବିଲର ଦ୍ବୀପ । ସୁନାବେଡ଼ାରେ ରହିଛି ମିଗ୍ ବିମାନ କାରଖାନା । ତେଣୁ ପ୍ରତିରକ୍ଷା ଦୃଷ୍ଟିକୋଣରୁ ଓଡ଼ିଶା ବି ଗୁରୁତ୍ବ ବହନ କରୁଛି । ଏସବୁ ସ୍ଥାନରେ ସୁରକ୍ଷା ଦୃଷ୍ଟିକୋଣରୁ ମକଡ୍ରିଲ କରାଯିବାର ସୂଚନା ରହିଛି ।
ଓଡ଼ିଶାରେ ୧୨ଟି ସ୍ଥାନରେ ମକ୍ଡ୍ରିଲ କରାଯିବ । ଧାମରା, ଚାନ୍ଦିପୁର, ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, କେନ୍ଦ୍ରାପଡା, ଗୋପାଳପୁର, ପାରାଦୀପରେ ଏହି ମକ୍ଡ୍ରିଲ୍ ହେବ । ଏହାସହ ଅନ୍ୟ ୩ଟି ସ୍ଥାନରେ ବି ହୋଇପାରେ ମକ୍ଡ୍ରିଲ୍ । ଏହାପୂର୍ବରୁ ରବିବାର ଫିରୋଜପୁର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ୩୦ମିନିଟ୍ ପାଇଁ ବ୍ଲାକଆଉଟ ଅଭ୍ୟାସ କରାଯାଇଥିଲା । ଯେଉଁଥିରେ ରାତି ୯ଟାରୁ ୯ଟା ୩୦ମିନିଟ୍ ପର୍ଯ୍ୟନ୍ତ ଲାଇଟ୍ ବନ୍ଦ କରାଯାଇଥିଲା ।
ବଢ଼ିଲା ଯୁଦ୍ଧ ସମ୍ଭାବନା । ମେ ୭ରେ ପ୍ରତିରକ୍ଷା ପ୍ରସ୍ତୁତି ଡ୍ରିଲ କରିବେ କିଛି ରାଜ୍ୟ । ମକ୍ ଡ୍ରିଲ ପାଇଁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ। ଯୁଦ୍ଧ ସମୟରେ କି ପଦକ୍ଷେପ ନେବାକୁ ହେବ ତାକୁ ନେଇ ଏହି ମକ୍ ଡ୍ରିଲ। ଏୟାର ରେଡ୍ ୱାର୍ଣ୍ଣିଂ ସାଇରନ୍ ବାଜିଲେ କଣ କରିବାକୁ ହେବ, ତା ଉପରେ ମକ ଡ୍ରିଲ ହେବ ।
ସେହିପରି ସାଧାରଣ ନାଗରିକ, ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ। ଯୁଦ୍ଧ ସମୟରେ ସେମାନେ ନିଜକୁ କିଭଳି ରକ୍ଷା କରିବେ ସେ ନେଇ ତାଙ୍କୁ ତାଲିମ ଦିଆଯିବ । ରାତିରେ କିଭଳି ସହରକୁ ସଂପୂର୍ଣ୍ଣ ସନ୍ଧାର କରାଯିବ, ସେନେଇ ମକ ଡ୍ରିଲ ହେବ। ସେହିପରି ଆବଶ୍ୟକ ସ୍ଥଳେ ଲୋକଙ୍କୁ ଖାଲି କରାଯିବ । ଏହି ପ୍ଲାନିଂ କିଭଳି ହେବ, ମକଡ୍ରିଲ ବେଳେ ତାର ରିହରସାଲ କରାଯିବ ।
Also read: ମକ୍ ଡ୍ରିଲ ପାଇଁ କିଛି ରାଜ୍ୟକୁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ, ଯୁଦ୍ଧ ପାଇଁ ମେ ୭ରେ ମକ୍ ଡ୍ରିଲ
The post ଓଡ଼ିଶାର ୧୨ ଟି ଜାଗାରେ ହେବ ମକଡ୍ରିଲ୍, ୭ରେ ହେବ ଏୟାରଆଟାକ୍ ସାଇରନ୍ appeared first on KNews Odisha.