ଛାଡପତ୍ର ଚର୍ଚ୍ଚା ମଧ୍ୟରେ ନୂଆ ଫିଲ୍ମ ପାଇଁ ସାଇନ୍ କଲେ ଅଭିଷେକ-ଐଶ୍ୱର୍ଯ୍ୟା, ଏକାଠି ଆସିବେ ନଜର

ନୂଆଦିଲ୍ଲୀ, ୭।୧୧: ବଲିଉଡର ଚର୍ଚ୍ଚିତ ଦମ୍ପତି ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଦୁହେଁ ଗୋଟେ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ବରିଷ୍ଠ ନିର୍ଦ୍ଦେଶକ ମଣିରତ୍ନମ ଦୁହିଁଙ୍କୁ ନେଇ ଏକ ହିନ୍ଦୀ ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଏପରି ହେଲେ ଦୁହିଁଙ୍କୁ ନେଇ ମଣିରତ୍ନମଙ୍କ ଏହା ତୃତୀୟ ଫିଲ୍ମ ହେବ। ପୂର୍ବରୁ ଦୁହିଁଙ୍କୁ ନେଇ ମଣିରତ୍ନମ ୨୦୦୭ରେ ‘ଗୁରୁ’ ପରେ ୨୦୧୦ରେ ରାବଣ ଫିଲ୍ମ ନିର୍ମାଣ କରିଥିଲେ। ଯଦି ଏହି ରିପୋର୍ଟ ସତ […] The post ଛାଡପତ୍ର ଚର୍ଚ୍ଚା ମଧ୍ୟରେ ନୂଆ ଫିଲ୍ମ ପାଇଁ ସାଇନ୍ କଲେ ଅଭିଷେକ-ଐଶ୍ୱର୍ଯ୍ୟା, ଏକାଠି ଆସିବେ ନଜର appeared first on Dharitri Odia News.

ଛାଡପତ୍ର ଚର୍ଚ୍ଚା ମଧ୍ୟରେ ନୂଆ ଫିଲ୍ମ ପାଇଁ ସାଇନ୍ କଲେ ଅଭିଷେକ-ଐଶ୍ୱର୍ଯ୍ୟା, ଏକାଠି ଆସିବେ ନଜର

ନୂଆଦିଲ୍ଲୀ, ୭।୧୧: ବଲିଉଡର ଚର୍ଚ୍ଚିତ ଦମ୍ପତି ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଦୁହେଁ ଗୋଟେ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ବରିଷ୍ଠ ନିର୍ଦ୍ଦେଶକ ମଣିରତ୍ନମ ଦୁହିଁଙ୍କୁ ନେଇ ଏକ ହିନ୍ଦୀ ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଏପରି ହେଲେ ଦୁହିଁଙ୍କୁ ନେଇ ମଣିରତ୍ନମଙ୍କ ଏହା ତୃତୀୟ ଫିଲ୍ମ ହେବ।

ପୂର୍ବରୁ ଦୁହିଁଙ୍କୁ ନେଇ ମଣିରତ୍ନମ ୨୦୦୭ରେ ‘ଗୁରୁ’ ପରେ ୨୦୧୦ରେ ରାବଣ ଫିଲ୍ମ ନିର୍ମାଣ କରିଥିଲେ। ଯଦି ଏହି ରିପୋର୍ଟ ସତ ହୁଏ ମଣିରତ୍ନମଙ୍କ ସହିତ ଅଭିଷେକଙ୍କ ଏହା ଚତୁର୍ଥ ଫିଲ୍ମ ହେବ। ୨୦୦୪ରେ ଅଭିଷେକଙ୍କୁ ନେଇ ସେ ”ଯୁବା” ଫିଲ୍ମ କରିଥିଲେ।

ଅଭିଷେକ ବଚ୍ଚନ ମଣି ରତ୍ନମଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ କହିଥିଲେ ଯେ, ଯେତେବେଳେ ସେ ପ୍ରଥମ ଥର ପାଇଁ ମୋତେ ‘ଯୁବା’ ପାଇଁ ସାଇନ୍ କରିବାକୁ ଆସିଥିଲେ, ସେତେବେଳେ ମୁଁ ଭାବିଲି ସେ ବାପା (ଅମିତାଭ ବଚ୍ଚନ) କୁ ସାଇନ୍ କରିବାକୁ ଆସିଛନ୍ତି। କିନ୍ତୁ ସେ ମୋତେ ସାଇନ୍ କରିବାକୁ ଚାହୁଁଥିଲେ ଜାଣିବା ପରେ ମୁଁ ଅତ୍ୟଧିକ ଆନନ୍ଦିତ ହୋଇଥିଲି। ଯେକୌଣସି ଅଭିନେତା ମଣିଙ୍କ ସହ କାମ କରିବାକୁ ଚାହିଁବେ। ତେଣୁ ମୁଁ ଗର୍ବିତ ଯେ ସେ ମୋତେ ତାଙ୍କ ସିନେମାର ତିନିଥର ଯୋଗ୍ୟ ବୋଲି ଭାବିଛନ୍ତି।

The post ଛାଡପତ୍ର ଚର୍ଚ୍ଚା ମଧ୍ୟରେ ନୂଆ ଫିଲ୍ମ ପାଇଁ ସାଇନ୍ କଲେ ଅଭିଷେକ-ଐଶ୍ୱର୍ଯ୍ୟା, ଏକାଠି ଆସିବେ ନଜର appeared first on Dharitri Odia News.