ଧୋନିଙ୍କ ବଡ଼ ଦୃଦୟ, ଆଶାବାଡ଼ି ଧରି ଚାଲୁଥିବା ରାହୁଲ ଦ୍ରାବିଡଙ୍କୁ ଭେଟି ପଚାରିଲେ…
ନୂଆଦିଲ୍ଲୀ,୩୧।୩: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ଗତ ରବିବାର, ରାଜସ୍ଥାନ ରୟାଲ୍ସ ସିଏସକେକୁ ୬ ରନର ନିକଟତମ ବ୍ୟବଧାନରେ ପରାସ୍ତ କରିଥିଲା। ଏବେ ରାହୁଲ ଦ୍ରାବିଡଙ୍କୁ ଭେଟିବା ପାଇଁ ଧୋନିଙ୍କ ଗସ୍ତ ଆଲୋଚନାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ରାଜସ୍ଥାନ ରୟାଲ୍ସ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଆହତ ହୋଇଛନ୍ତି। ବେଙ୍ଗାଲୁରୁରେ ଏକ କ୍ରିକେଟ ମ୍ୟାଚ ଖେଳୁଥିବା ସମୟରେ ସେ ଏହି ଆଘାତ ପାଇଥିଲେ। IPL ୨୦୨୫ ମ୍ୟାଚ […] The post ଧୋନିଙ୍କ ବଡ଼ ଦୃଦୟ, ଆଶାବାଡ଼ି ଧରି ଚାଲୁଥିବା ରାହୁଲ ଦ୍ରାବିଡଙ୍କୁ ଭେଟି ପଚାରିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୩୧।୩: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ଗତ ରବିବାର, ରାଜସ୍ଥାନ ରୟାଲ୍ସ ସିଏସକେକୁ ୬ ରନର ନିକଟତମ ବ୍ୟବଧାନରେ ପରାସ୍ତ କରିଥିଲା। ଏବେ ରାହୁଲ ଦ୍ରାବିଡଙ୍କୁ ଭେଟିବା ପାଇଁ ଧୋନିଙ୍କ ଗସ୍ତ ଆଲୋଚନାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ରାଜସ୍ଥାନ ରୟାଲ୍ସ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଆହତ ହୋଇଛନ୍ତି। ବେଙ୍ଗାଲୁରୁରେ ଏକ କ୍ରିକେଟ ମ୍ୟାଚ ଖେଳୁଥିବା ସମୟରେ ସେ ଏହି ଆଘାତ ପାଇଥିଲେ। IPL ୨୦୨୫ ମ୍ୟାଚ ସମୟରେ ତାଙ୍କର ହ୍ବିଲଚେୟାରରେ କିମ୍ବା ଆଶାବାଡ଼ି ସାହାଯ୍ୟରେ ଚାଲିବାର ଫଟୋ ଲଗାତାର ଭାଇରାଲ ହେଉଛି।
ରାଜସ୍ଥାନ ରୟାଲ୍ସର ୬ ରନରେ ବିଜୟ ପରେ, ଏମଏସ ଧୋନି ରାହୁଲ ଦ୍ରାବିଡଙ୍କୁ ଭେଟିବାକୁ ଯାଇଥିଲେ। ଦୁହେଁ କିଛି ସମୟ କଥାବାର୍ତ୍ତା ହୋଇଥିଲେ, ଏହା ପରେ ଅନ୍ୟ CSK ଖେଳାଳିମାନେ ମଧ୍ୟ କିମ୍ବଦନ୍ତୀ କ୍ରିକେଟର ଦ୍ରାବିଡଙ୍କୁ ଭେଟି ତାଙ୍କ ସହ ହାତ ମିଳାଇଥିଲେ। ଧୋନିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ କହୁଛନ୍ତି, ସତରେ ଧୋନୀ ଜଣେ ବଡ଼ ହୃଦୟର ବ୍ୟକ୍ତିତ୍ୱ।
The post ଧୋନିଙ୍କ ବଡ଼ ଦୃଦୟ, ଆଶାବାଡ଼ି ଧରି ଚାଲୁଥିବା ରାହୁଲ ଦ୍ରାବିଡଙ୍କୁ ଭେଟି ପଚାରିଲେ… appeared first on Dharitri Odia News.