ପୂର୍ବ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କହିଲେ ବାବୁମାନେ ବିମାନ ବୁଲାରେ…

ଭୁବନେଶ୍ୱର,୧୭ା୧୦: ପୂର୍ବ ସରକାରରେ ମନ୍ତ୍ରୀ ଏବଂ ବାବୁମାନେ ବିମାନ ବୁଲାରେ ଖର୍ଚ୍ଚ କରିଥିବା ଅର୍ଥକୁ ନେଇ ପୁଣି କଡ଼ା ଟାର୍ଗେଟ୍‌ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଚାଟାର୍ଡ ଫ୍ଲାଇଟ୍‌ ବଦଳରେ ମୁଖ୍ୟମନ୍ତ୍ରୀ ସାଧାରଣ ବିମାନରେ ଯାଇ ବହୁ ଅର୍ଥ ଖର୍ଚ୍ଚ କରିଛନ୍ତି। ଏପରିକି ଦଳୀୟ ମିଟିଂ ପାଇଁ ମଧ୍ୟ ହେଲିକପ୍ଟର ଓ ଏରୋପ୍ଲେନ୍‌ରେ ଯିବାଆସିବା କରିଛନ୍ତି। ଏବେ ସାଧାରଣ ଭାବେ ଚାଲିବାର ଆବଶ୍ୟକ ଅଛି। ସ୍ପେଶାଲ ଫ୍ଲାଇଟ୍‌ ନେଇ ଅଯଥା ରାଜକୋଷରେ ବୋଝ ପକାଇବାନି […] The post ପୂର୍ବ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କହିଲେ ବାବୁମାନେ ବିମାନ ବୁଲାରେ… appeared first on Dharitri Odia News.

ପୂର୍ବ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କହିଲେ ବାବୁମାନେ ବିମାନ ବୁଲାରେ…

ଭୁବନେଶ୍ୱର,୧୭ା୧୦: ପୂର୍ବ ସରକାରରେ ମନ୍ତ୍ରୀ ଏବଂ ବାବୁମାନେ ବିମାନ ବୁଲାରେ ଖର୍ଚ୍ଚ କରିଥିବା ଅର୍ଥକୁ ନେଇ ପୁଣି କଡ଼ା ଟାର୍ଗେଟ୍‌ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ସେ କହିଛନ୍ତି, ଚାଟାର୍ଡ ଫ୍ଲାଇଟ୍‌ ବଦଳରେ ମୁଖ୍ୟମନ୍ତ୍ରୀ ସାଧାରଣ ବିମାନରେ ଯାଇ ବହୁ ଅର୍ଥ ଖର୍ଚ୍ଚ କରିଛନ୍ତି। ଏପରିକି ଦଳୀୟ ମିଟିଂ ପାଇଁ ମଧ୍ୟ ହେଲିକପ୍ଟର ଓ ଏରୋପ୍ଲେନ୍‌ରେ ଯିବାଆସିବା କରିଛନ୍ତି। ଏବେ ସାଧାରଣ ଭାବେ ଚାଲିବାର ଆବଶ୍ୟକ ଅଛି। ସ୍ପେଶାଲ ଫ୍ଲାଇଟ୍‌ ନେଇ ଅଯଥା ରାଜକୋଷରେ ବୋଝ ପକାଇବାନି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ପାଣ୍ଡିଆନ ହେଲିକପ୍ଟର ଯୋଗେ ବିଭିନ୍ନ ଜିଲା ଗସ୍ତ କରିଥିଲେ। ଏଥିଲାଗି ଅନେକ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ସୂଚନା ଅଧିକାର କର୍ମୀ ଏନେଇ କେତେ ଅର୍ଥ ଖର୍ଚ୍ଚ ହୋଇଛି ବୋଲି ଆର୍‌ଟିଆଇ ଜରିଆରେ ତଥ୍ୟ ମାଗିବାରୁ ତାର ହିସାବ ଚାଲିଥିବା ସରକାର ଉତ୍ତର ରଖିଛନ୍ତି, ଯାହାକୁ ନେଇ ଏବେ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ନିକଟରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଏହି ଘଟଣାରେ ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ।

The post ପୂର୍ବ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କହିଲେ ବାବୁମାନେ ବିମାନ ବୁଲାରେ… appeared first on Dharitri Odia News.