ଆସନ୍ତାକାଲିଠୁ ଜଳିବ ପଶ୍ଚିମ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲିଠୁ ଜଳିବ ପଶ୍ଚିମ ଓଡ଼ିଶା ।  ୪ ଦିନ ପାଇଁ ହିଟ ୱେବ ଜାରି କଲା ପାଣିପାଗ... The post ଆସନ୍ତାକାଲିଠୁ ଜଳିବ ପଶ୍ଚିମ ଓଡ଼ିଶା appeared first on .

ଆସନ୍ତାକାଲିଠୁ ଜଳିବ ପଶ୍ଚିମ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲିଠୁ ଜଳିବ ପଶ୍ଚିମ ଓଡ଼ିଶା ।  ୪ ଦିନ ପାଇଁ ହିଟ ୱେବ ଜାରି କଲା ପାଣିପାଗ କେନ୍ଦ୍ର ।  ୧୫ ଓ ୧୬ ଉଷ୍ମ ରାତ୍ରି ସତର୍କତା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ।  ହୋଲିରେ ଅନୁଭବ ହେବ ଟାଇଁ ଟାଇଁ ଖରା।  ଚଳିତ ସପ୍ତାହରେ ୧୩ , ୧୪, ୧୫ ଓ ୧୬  ତାରିଖ ୪ ଦିନ ହିଟୱେଭ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୪ ଦିନ ଯାଏ ପ୍ରବଳ ଖରା ନେଇ ୟେଲୋ ସହ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଅର୍ଥାତ ୧୩ ତାରିଖରେ ବଲାଙ୍ଗୀର,ବୌଦ୍ଧ,  ସମ୍ବଲପୁର ଓ ଝାରସୁଗୁଡା  ଆଭ୍ୟନ୍ତରୀଣ ଓଡ଼ିଶାର ୪  ଜିଲ୍ଲା ପାଇଁ ଓ୍ବେଲୋ ସତର୍କତା ଜାରି କରିଛି ବିଭାଗ। ସେହିପରି ୧୪ ତାରିଖରେ  ପ୍ରବଳ ଖରା ନେଇ ୬ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ଅନୁଗୁଳ କୁ ୟେଲୋ ୱାର୍ଣି ଜାରି କରାଯାଇଛି ।

୧୫ ତାରିଖ ତାରିଖ ରେ ପ୍ରବଳ ଖରା ନେଇ ୫ ଜିଲ୍ଲା ସୁନ୍ଦରଗଡ଼, ସୋନପୁର, ଅନୁଗୁଳ ,ବରଗଡ଼ ଓ ମୟୁରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୬ ତାରିଖରେ ୬ ଜିଲ୍ଲା ବଲାଙ୍ଗୀର ,ବୌଦ୍ଧ,ସୋନପୁର ,ବରଗଡ଼,ସୁନ୍ଦରଗଡ ଓ  ମୟୂରଭଞ୍ଜ କୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେପଟେ ଦିନରେ ଗ୍ରୀଷ୍ମ ପ୍ରବାହ ସହ ରାତିରେ ଉଷ୍ମ ରାତି ଅନୁଭବ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏନେଇ ମଧ୍ୟ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ସାଢ଼େ ୩ଟା ଭିତରେ ଯେତେଦୂର ସମ୍ଭବ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ତେବେ ମାର୍ଚ୍ଚରୁ ମେ’ ଯାଏଁ ସ୍ୱାଭାବିକ ଠାରୁ ଅଧିକ ରହିବ ଦିନ ତାପମାତ୍ରା । ମାର୍ଚ୍ଚରୁ ମେ’ ମଧ୍ୟରେ ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ସମ୍ଭାବନା ରହିଛି । ଅସ୍ୱାଭାବିକ ଗରମ ସାଙ୍ଗକୁ ପୂର୍ବ ରେକର୍ଡ ଭାଙ୍ଗିପାରେ ତାତି । ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

 

The post ଆସନ୍ତାକାଲିଠୁ ଜଳିବ ପଶ୍ଚିମ ଓଡ଼ିଶା appeared first on .