ଟ୍ରାଫିକ କନଷ୍ଟେବଳ ମଧୁସୂଦନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ଏଯାଏଁ ଚିହ୍ନଟ ହୋଇନି ଧକ୍କା ଦେଇଥିବା ଟ୍ରକ

ଭୁବନେଶ୍ୱର: ଭୁବନେଶ୍ବର ଜୟଦେବ ବିହାର ଫ୍ଲାଏ ଓଭର ଉପରେ ଟ୍ରକ ଧକ୍କାରେ ପ୍ରାଣ ହରାଇଥିବା ଟ୍ରାଫିକ୍ କନଷ୍ଟେବଳ ମଧୁସୂଦନ କିର୍ସାନୀଙ୍କ ମୃତଦେହକୁ ତାଙ୍କ ଗାଁକୁ ମାଲକାନଗିରି ମାଥିଲିକୁ ପଠାଇ ଦିଆଯାଇଛି। ଆଜି ଭୁବନେଶ୍ବର ରିଜର୍ଭ ଗ୍ରାଉଣ୍ଡରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ତେବେ ଯେଉଁଭଳି ଭାବେ ମଧୁସୂଦନଙ୍କ ମୃତ୍ୟୁ ହେଲା ତାହା ଅନେକ କିଛି ପ୍ରଶ୍ନ ସୃଷ୍ଟି କରିଛି। ବଡ଼ କଥା ହେଉଛି ଯେଉଁ ଟ୍ରକ ମଧୁସୂଦନଙ୍କୁ ଧକ୍କା ଦେଇଥିଲା ତାହା ଚିହ୍ନଟ ହୋଇପାରିନାହିଁ।ମଧୁସୂଦନ କିର୍ସାନୀଙ୍କୁ ଦିଆଯାଉଛି ଗାର୍ଡ ଅଫ ଅନର। ସଲାମୀ ଦେଲେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ। ମଧୁସୂଦନ କିର୍ସାନୀଙ୍କ ମରଶରୀରରେ ପୁଷ୍ପ ଗୁଚ୍ଛ ଦେଇ ତାଙ୍କ ଆତ୍ମାର ସଦଗତି ପ୍ରାର୍ଥନା କରିଛନ୍ତି ପୋଲିସ ଅଧିକାରୀମାନେ। ମଧୁସୂଦନ କିର୍ସାନି ଟ୍ରାଫିକ କନଷ୍ଟେବଳ ଥିଲେ। ଗତରାତିରେ ଭୁବନେଶ୍ବର ଜୟଦେବ ବିହାରରେ  ଏକ ଅଜଣା ଗାଡ଼ିରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ପୋଷ୍ଟମର୍ଟମ ପରେ ଭୁବନେଶ୍ବର ରିଜର୍ଭ ଗ୍ରାଉଣ୍ଡରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି।  ଏହି ସମୟରେ ଉପସ୍ଥିତ ଥିଲେ ତାଙ୍କ ପତ୍ନୀ ଓ ପରିବାର ସଦସ୍ୟ। ଏବେ ବି ଦୁଃଖର ବଜ୍ରଘାତକୁ ବୁଝିପାରୁନାହାନ୍ତି ପତ୍ନୀ। ମଝିରେ ମଝିରେ ସେ ମୁର୍ଚ୍ଛା ହୋଇଯାଉଛନ୍ତି। ରାତିରେ କଥା ହୋଇଥିଲେ। ଭଲମନ୍ଦ ବୁଝିଥିଲେ। ହେଲେ ଏହାର କିଛି ଘଣ୍ଟା ପରେ ଫୋନ ଆସିଲା ସବୁ କିଛି ଉଜୁଡ଼ି ଯାଇଛି। ମାଲକାନଗ

ଟ୍ରାଫିକ କନଷ୍ଟେବଳ ମଧୁସୂଦନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ଏଯାଏଁ ଚିହ୍ନଟ ହୋଇନି ଧକ୍କା ଦେଇଥିବା ଟ୍ରକ

ଭୁବନେଶ୍ୱର: ଭୁବନେଶ୍ବର ଜୟଦେବ ବିହାର ଫ୍ଲାଏ ଓଭର ଉପରେ ଟ୍ରକ ଧକ୍କାରେ ପ୍ରାଣ ହରାଇଥିବା ଟ୍ରାଫିକ୍ କନଷ୍ଟେବଳ ମଧୁସୂଦନ କିର୍ସାନୀଙ୍କ ମୃତଦେହକୁ ତାଙ୍କ ଗାଁକୁ ମାଲକାନଗିରି ମାଥିଲିକୁ ପଠାଇ ଦିଆଯାଇଛି। ଆଜି ଭୁବନେଶ୍ବର ରିଜର୍ଭ ଗ୍ରାଉଣ୍ଡରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ତେବେ ଯେଉଁଭଳି ଭାବେ ମଧୁସୂଦନଙ୍କ ମୃତ୍ୟୁ ହେଲା ତାହା ଅନେକ କିଛି ପ୍ରଶ୍ନ ସୃଷ୍ଟି କରିଛି। ବଡ଼ କଥା ହେଉଛି ଯେଉଁ ଟ୍ରକ ମଧୁସୂଦନଙ୍କୁ ଧକ୍କା ଦେଇଥିଲା ତାହା ଚିହ୍ନଟ ହୋଇପାରିନାହିଁ।

ମଧୁସୂଦନ କିର୍ସାନୀଙ୍କୁ ଦିଆଯାଉଛି ଗାର୍ଡ ଅଫ ଅନର। ସଲାମୀ ଦେଲେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ। ମଧୁସୂଦନ କିର୍ସାନୀଙ୍କ ମରଶରୀରରେ ପୁଷ୍ପ ଗୁଚ୍ଛ ଦେଇ ତାଙ୍କ ଆତ୍ମାର ସଦଗତି ପ୍ରାର୍ଥନା କରିଛନ୍ତି ପୋଲିସ ଅଧିକାରୀମାନେ। ମଧୁସୂଦନ କିର୍ସାନି ଟ୍ରାଫିକ କନଷ୍ଟେବଳ ଥିଲେ। ଗତରାତିରେ ଭୁବନେଶ୍ବର ଜୟଦେବ ବିହାରରେ  ଏକ ଅଜଣା ଗାଡ଼ିରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ପୋଷ୍ଟମର୍ଟମ ପରେ ଭୁବନେଶ୍ବର ରିଜର୍ଭ ଗ୍ରାଉଣ୍ଡରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି।  ଏହି ସମୟରେ ଉପସ୍ଥିତ ଥିଲେ ତାଙ୍କ ପତ୍ନୀ ଓ ପରିବାର ସଦସ୍ୟ। ଏବେ ବି ଦୁଃଖର ବଜ୍ରଘାତକୁ ବୁଝିପାରୁନାହାନ୍ତି ପତ୍ନୀ। ମଝିରେ ମଝିରେ ସେ ମୁର୍ଚ୍ଛା ହୋଇଯାଉଛନ୍ତି। ରାତିରେ କଥା ହୋଇଥିଲେ। ଭଲମନ୍ଦ ବୁଝିଥିଲେ। ହେଲେ ଏହାର କିଛି ଘଣ୍ଟା ପରେ ଫୋନ ଆସିଲା ସବୁ କିଛି ଉଜୁଡ଼ି ଯାଇଛି। 

ମାଲକାନଗିରି ମାଥିଲିର ନନ୍ଦିନୀଗୁଡା ଗାଁ। ଗାଁର ପୁଅଟା ହଠାତ ଏମିତି ଆରପାରିକୁ ଚାଲିଯିବ କେହି ବିଶ୍ବାସ କରିପାରୁନାହାନ୍ତି। ୨୦୦୯ରେ  ମଧୁସୂଦନ ଏସପିଓ ଭାବେ କାର୍ଯ୍ୟରେ ଯୋଗଦେଇଥିଲେ। ୨୦୧୩ରୁ ଓଏପିଏଫରେ ଯୋଗଦେଇ ଭୁବନେଶ୍ବରରେ ସେ କାର୍ଯ୍ୟରତ ଥିଲେ। ଯେତେବେଳେ ଯେଉଁଠି ଟ୍ରାଫିକ ଜାମ୍ ସ୍ଥିତି ହୁଏ, ମଧୁସୂଦନ ମାତ୍ର କିଛି ମିନିଟରେ କ୍ଲିୟର କରିବାର ଦକ୍ଷତା ପାଇଥିଲେ। ଗତକାଲି ଡ୍ୟୁଟି ସାରି ଘରକୁ ଫେରିବା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ମର ଶରୀର ତାଙ୍କ ଗାଁକୁ ପଠାଇବାର ବ୍ୟବସ୍ଥା ହୋଇଛି। 

ସେପଟେ ଏହି ଘଟଣା ନାନା ପ୍ରଶ୍ନ ସୃଷ୍ଟି କରିଛି। ବଢ଼ିଚାଲିଛି ହିଟ୍ ଆଣ୍ଡ ରନ୍ ମାମଲା । ମଧୁସୂଦନ କିର୍ସାନିଙ୍କୁ ଧକ୍କା ଦେଇଥିବା ଟ୍ରକକୁ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ । ଏତେ ସିସିଟିଭି ବ୍ୟବସ୍ଥା ଥିବା ସତ୍ତ୍ବେ ଟ୍ରାଫିକ୍ କନଷ୍ଟେବଳଙ୍କୁ ଧକ୍କା ଦେଇଥିବା ଗାଡ଼ି ସଂପର୍କରେ ଜଣା ପଡୁନାହିଁ। ଏହା ଏବେ ତଦନ୍ତ ପରିସରରେ ରହିଛି। ତେଣୁ ପ୍ରଶ୍ନ ଉଠୁଛି ମଧୁସୂଦନଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ କରାଯିବ। 

ମଧୁସୂଦର କିରସାନିଙ୍କ ମରଶରୀର ତାଙ୍କ ଗାଁକୁ ନିଆଯାଉଛି। ତାଙ୍କ ମର ଶରୀର ମାଲକାନଗିରି ପୋଲିସ ମୁଖ୍ୟାଳୟକୁ ନିଆଯିବ। ଏହାପରେ ଗାଁ ନନ୍ଦିନୀଗୁଡ଼ାରେ ଅନ୍ତିମ ସଂସ୍କାର କରାଯିବ।