ରାହୁଲ ଗାନ୍ଧିଙ୍କ ଭିଏତନାମ ଟୁରକୁ ନେଇ ବିଜେପି କଂଗ୍ରେସ ମୁହାଁମୁହିଁ, ଜାଣନ୍ତୁ କ’ଣ କହିଲେ ମଣିକମ ଟାଗୋର?

ନୂଆଦିଲ୍ଲୀ ୩୦।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଯୋଗୁ ଦେଶରେ ଏବେ ୭ ଦିନିଆ ଶୋକ ପାଳନ ହେଉଛି। ଏଥିରେ ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସୋମବାର ଭିଏତନାମ ଯାତ୍ରା କରିଛନ୍ତି। ଏହାକୁ ନେଇ ବିଜେପି ଏବେ କଂଗ୍ରେସ ଉପରକୁ ଅଙ୍ଗୁଳି ଉଠାଇଛି। କଂଗ୍ରେସ ଏବେ ବିଜେପି ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ବାକ୍ୟଯୁଦ୍ଧ ଆରମ୍ଭ ହୋଇଯାଇଛି। While the country is mourning Prime Minister Dr Manmohan Singh’s demise, Rahul Gandhi has flown to Vietnam to ring in the New Year.Rahul Gandhi politicised and exploited Dr Singh’s death for his expedient politics but his contempt for him is unmissable.The Gandhis and the…— Amit Malviya (@amitmalviya) December 30, 2024ସୋସିଆଲ ମିଡିଆ ଏକ୍ସ ରେ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ମନମୋହନ ସିଂହଙ୍କ ବିୟୋଗର ରାହୁଲ ଗାନ୍ଧି ରାଜନୀତିକରଣ କରୁଥିବାର ଅଭିଯୋଗ କରିଛନ୍ତି। ଡ.ମନମୋହନ ସିଂହଙ୍କ ନିଧନରେ ସାରା ଦେଶ ଶୋକ ପାଳନ କରୁଥିବା ବେଳେ ରାହୁଲ ଗାନ୍ଧି ନୂଆ ବର୍ଷ ଉତ୍ସବ ପାଳନ ନିମନ୍ତେ ଭିଏତନାମ ଯାଉଥିବା ଉଲ୍ଲେଖ କରିଛନ୍ତି। ମାଲବ୍ୟ ଲେଖିଛନ୍ତି ଯେ ରାହୁଲ ନିଜ ସୁବିଧା ଅନୁସାରେ ରାଜନୀତି ଲାଗି ଡ. ସିଂହଙ୍କ ମୃତ୍ୟୁକୁ ନେଇ ରାଜନୀତିକରଣ କରିଛନ୍ତି ଓ ଏହାର

ରାହୁଲ ଗାନ୍ଧିଙ୍କ ଭିଏତନାମ ଟୁରକୁ ନେଇ ବିଜେପି କଂଗ୍ରେସ ମୁହାଁମୁହିଁ, ଜାଣନ୍ତୁ କ’ଣ କହିଲେ ମଣିକମ ଟାଗୋର?

ନୂଆଦିଲ୍ଲୀ ୩୦।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଯୋଗୁ ଦେଶରେ ଏବେ ୭ ଦିନିଆ ଶୋକ ପାଳନ ହେଉଛି। ଏଥିରେ ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସୋମବାର ଭିଏତନାମ ଯାତ୍ରା କରିଛନ୍ତି। ଏହାକୁ ନେଇ ବିଜେପି ଏବେ କଂଗ୍ରେସ ଉପରକୁ ଅଙ୍ଗୁଳି ଉଠାଇଛି। କଂଗ୍ରେସ ଏବେ ବିଜେପି ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ବାକ୍ୟଯୁଦ୍ଧ ଆରମ୍ଭ ହୋଇଯାଇଛି। 


ସୋସିଆଲ ମିଡିଆ ଏକ୍ସ ରେ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ମନମୋହନ ସିଂହଙ୍କ ବିୟୋଗର ରାହୁଲ ଗାନ୍ଧି ରାଜନୀତିକରଣ କରୁଥିବାର ଅଭିଯୋଗ କରିଛନ୍ତି। ଡ.ମନମୋହନ ସିଂହଙ୍କ ନିଧନରେ ସାରା ଦେଶ ଶୋକ ପାଳନ କରୁଥିବା ବେଳେ ରାହୁଲ ଗାନ୍ଧି ନୂଆ ବର୍ଷ ଉତ୍ସବ ପାଳନ ନିମନ୍ତେ ଭିଏତନାମ ଯାଉଥିବା ଉଲ୍ଲେଖ କରିଛନ୍ତି। ମାଲବ୍ୟ ଲେଖିଛନ୍ତି ଯେ ରାହୁଲ ନିଜ ସୁବିଧା ଅନୁସାରେ ରାଜନୀତି ଲାଗି ଡ. ସିଂହଙ୍କ ମୃତ୍ୟୁକୁ ନେଇ ରାଜନୀତିକରଣ କରିଛନ୍ତି ଓ ଏହାର ଲାଭ ଉଠାଇଛନ୍ତି। ତେବେ ଡ. ସିଂହଙ୍କ ପ୍ରତି ତାଙ୍କ ଅବଜ୍ଞାକୁ ଅଣଦେଖା କରାଯାଇ ପାରିବନି ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଗାନ୍ଧି ପରିବାର ଓ କଂଗ୍ରେସ ସବୁବେଳ ଶିଖମାନଙ୍କୁ ଘୃଣା କରିଆସିଛି, ଇନ୍ଦିରା ଗାନ୍ଧି ଅତୀତରେ ଦରବାର ସାହିବର ଅବମାନନା କରିଥିବା କଥା କେବେ ଭୁଲିହେବ ନାହିଁ। 


ତେବେ କଂଗ୍ରେସ ପ୍ରତିନିଧି ମନିକମ ଟାଗୋର ବିଜେପି ଆକ୍ଷେପର ଜବାବ ଦେଇଛନ୍ତି। ଟାଗୋର ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିବା ବେଳେ ‘ସଂଘୀ କେବେ ‘ଟେକ୍ ଡାଇଭର୍ସନ’ରାଜନୀତିରୁ ନିଜକୁ ମୁକ୍ତ କରିବେ?’ ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ମୋଦି ଯେପରି ଡା. ସିଂହଙ୍କୁ ଯମୁନା କୂଳରେ ସ୍ଥାନ ଦେବା ପାଇଁ ଅସ୍ୱୀକାର କଲେ ଓ ତାଙ୍କ ମନ୍ତ୍ରୀମାନେ ଯେଉଁଭଳି ମନମୋହନ ସିଂହଙ୍କ ପରିବାର ପ୍ରତି ଆଚରଣ କଲେ ଅତ୍ୟନ୍ତ ଲଜ୍ଜାଜନକ। 


ଟାଗୋର କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ବ୍ୟକ୍ତିଗତ ଜୀବନ ଅଛି । ସେ ଯଦି କୌଣସି ସ୍ଥାନକୁ ତାଙ୍କ ବ୍ୟକ୍ତିଗତ ଉଦ୍ଦେଶ୍ୟରେ ଗଲେ ଏଥିରେ ବିଜେପିକୁ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି। ନୂଆ ବର୍ଷ ଆସୁଛି ସୁସ୍ଥ ଅନୁଭବ କରନ୍ତୁ ବୋଲି ଟାଗୋର ଉଲ୍ଲେଖ କରିଛନ୍ତି। ଟାଗୋରଙ୍କ ଏହି ବୟାନ ସେହି ଘଟଣାର ଦିନକ ପରେ ଆସିଛି ଯେଚେବେଳେ ବିଜେପି ଗାନ୍ଧି ପରିବାର ଉପରେ ମନମୋହନଙ୍କ ଅବଶେଷ ସଂଗ୍ରହରେ ସହଯୋଗ ନ କରିବାର କଥା ଉଠାଇଥିଲା। ତେବେ କଂଗ୍ରେସ ସ୍ପଷ୍ଟ କରିଛି ଯେ ମନମୋହନ ସିଂହଙ୍କ ଏହା ପରିବାରିକ ବ୍ୟାପାରରେ ଓ କଂଗ୍ରେସ ନିଜକୁ ଏଥିରୁ ଦୂରରେ ରଖିବାକୁ ଶ୍ରେୟଷ୍କର ମନେ କରିଥିଲା ବୋଲି କହିଛି।