ବାଲେଶ୍ଵର ଛାତ୍ରୀ ଆତ୍ମହତ୍ୟା ନେଇ ସାଂଘାତିକ ତଥ୍ୟ: ଜଣେ ଯୁବତୀ ନେଇଥିଲେ ବୋତଲରେ ପେଟ୍ରୋଲ

ବାଲେଶ୍ଵର ଛାତ୍ରୀ ଆତ୍ମହତ୍ୟା ନେଇ ସାଂଘାତିକ ତଥ୍ୟ। ଜଣେ ଯୁବତୀ ନେଇଥିଲେ ବୋତଲରେ ପେଟ୍ରୋଲ । ସନ୍ଦେହ ଘେରରେ ସେହି... The post ବାଲେଶ୍ଵର ଛାତ୍ରୀ ଆତ୍ମହତ୍ୟା ନେଇ ସାଂଘାତିକ ତଥ୍ୟ: ଜଣେ ଯୁବତୀ ନେଇଥିଲେ ବୋତଲରେ ପେଟ୍ରୋଲ appeared first on .

ବାଲେଶ୍ଵର ଛାତ୍ରୀ ଆତ୍ମହତ୍ୟା ନେଇ ସାଂଘାତିକ ତଥ୍ୟ: ଜଣେ ଯୁବତୀ ନେଇଥିଲେ ବୋତଲରେ ପେଟ୍ରୋଲ

ବାଲେଶ୍ଵର ଛାତ୍ରୀ ଆତ୍ମହତ୍ୟା ନେଇ ସାଂଘାତିକ ତଥ୍ୟ। ଜଣେ ଯୁବତୀ ନେଇଥିଲେ ବୋତଲରେ ପେଟ୍ରୋଲ । ସନ୍ଦେହ ଘେରରେ ସେହି ଯୁବତୀ । ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କ ସୂଚନା ଅନୁସାରେ ଜଣେ ଯୁବତୀ ସ୍କୁଟିରେ ପେଟ୍ରୋଲ ନାହିଁ ବୋଲି କହି ନେଇଥିଲେ ପେଟ୍ରୋଲ। ସେହି ପେଟ୍ରୋଲରେ FM କଲେଜ ଛାତ୍ରୀ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି। କ୍ରାଇମବ୍ରାଞ୍ଚ ତଦନ୍ତରୁ ଏହା ଜଣାପଡ଼ିଛି। ଗତକାଲି ଦ୍ଵିତୀୟ ଥର ତାରିଣୀ ପେଟ୍ରୋଲ ପମ୍ପକୁ ଯାଇ ସେଠାକାର କର୍ମଚାରୀଙ୍କୁ ପଚରା ଉଚରା କରିବା ପରେ ଏହା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ଡିଏସି ଇମାନ କଲ୍ୟାଣ ନାୟକ ଓ ଅନ୍ୟ ଅଧିକାରୀ ସେଠାକୁ ଯାଇଥିଲେ। ଏହି ପେଟ୍ରୋଲ ପମ୍ପରୁ ସଂପୃକ୍ତ ଛାତ୍ରୀଙ୍କ ପାଇଁ ପେଟ୍ରୋଲ କିଣାଯାଇଥିଲା କି, କିଏ କିଣିଥିଲା, ସଂପୃକ୍ତ ଛାତ୍ରୀ ନା ଆଉ କିଏ ଏସବୁ ପ୍ରଶ୍ନ ପଚାରିଥିଲେ। ଏହା ଆଗରୁ ଆଉ ଥରେ ମଧ୍ୟ ଏମିତି ପଚରା ଉଚରା କରାଯାଇଥିଲା। ଗତକାଲି ଏହି ଟିମ୍ କଲେଜ ଅଧ୍ୟକ୍ଷଙ୍କ ଚାମ୍ଵରକୁ ଯାଇ ଛାନଭିନ କରିଥିଲା। ପ୍ରିନ୍ସପାଲଙ୍କୁ ପଚରା ଉଚରା କରାଯାଇଥିଲା। ପୀଡ଼ିତାଙ୍କ ଗାଁକୁ ଯାଇ DSP ଇମାନ କଲ୍ୟାଣ ନାୟକଙ୍କ ଟିମ୍ ଛାତ୍ରୀଙ୍କ ପରିବାର, ବାପା ଓ ମାଙ୍କୁ ପଚରାଉଚରା କରିଛନ୍ତି। UGCର ୪ ଜଣିଆ ଟିମ ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି।

The post ବାଲେଶ୍ଵର ଛାତ୍ରୀ ଆତ୍ମହତ୍ୟା ନେଇ ସାଂଘାତିକ ତଥ୍ୟ: ଜଣେ ଯୁବତୀ ନେଇଥିଲେ ବୋତଲରେ ପେଟ୍ରୋଲ appeared first on .