ଆଜିଠୁ ଭିତରକନିକା ବୁଲିପାରିବେ ପର୍ଯ୍ୟଟକ, କୁମ୍ଭୀର ଗଣନା ପାଇଁ ୯ ଦିନ ଧରି ବନ୍ଦ ଥିଲା

ପଟ୍ଟାମୁଣ୍ଡାଇ ୨୩/୧: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଗୁରୁବାର ଠାରୁ ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ । ଭିତରକନିକାର ପ୍ରାକୃତିକ ଶୋଭାରାଜିକୁ ବୁଲି ଉପଭୋଗ କରିପାରିବେ ପର୍ଯ୍ୟଟକ । କୁମ୍ଭୀର ଗଣନା ପାଇଁ ଗତ ୧୪ ତାରିଖରୁ ୨୨ ତାରିଖ ଯାଏ ଦୀର୍ଘ ୯ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ନଦୀ ନାଳ ମାନଙ୍କରେ ବୋଟ୍‌ ଚଳାଚଳ ଉପରେ କଟକଣା ଲଗାଯାଇଥିଲା । ପର୍ଯ୍ୟଟକ ଆସିଲେ କୁମ୍ଭୀର ଗଣନାରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥିଲା । 

ଆଜିଠୁ ଭିତରକନିକା ବୁଲିପାରିବେ ପର୍ଯ୍ୟଟକ, କୁମ୍ଭୀର ଗଣନା ପାଇଁ ୯ ଦିନ ଧରି ବନ୍ଦ ଥିଲା

ପଟ୍ଟାମୁଣ୍ଡାଇ ୨୩/୧: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଗୁରୁବାର ଠାରୁ ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ । ଭିତରକନିକାର ପ୍ରାକୃତିକ ଶୋଭାରାଜିକୁ ବୁଲି ଉପଭୋଗ କରିପାରିବେ ପର୍ଯ୍ୟଟକ । କୁମ୍ଭୀର ଗଣନା ପାଇଁ ଗତ ୧୪ ତାରିଖରୁ ୨୨ ତାରିଖ ଯାଏ ଦୀର୍ଘ ୯ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । 

ନଦୀ ନାଳ ମାନଙ୍କରେ ବୋଟ୍‌ ଚଳାଚଳ ଉପରେ କଟକଣା ଲଗାଯାଇଥିଲା । ପର୍ଯ୍ୟଟକ ଆସିଲେ କୁମ୍ଭୀର ଗଣନାରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥିଲା ।